ପ୍ୟାରିସ ଅଲିମ୍ପିକ୍ସ ୨୦୨୪ : ଭାରତ-ଆର୍ଜେଣ୍ଟିନା ହକି ମ୍ୟାଚ୍ ଡ୍ର, ଶେଷ ମିନିଟରେ ହରମନପ୍ରୀତ କଲେ ଗୋଲ୍

ପ୍ୟାରିସ ଅଲିମ୍ପିକ୍ସର ଦ୍ୱିତୀୟ ଦିନ ଭାରତ ପାଇଁ ବେଶ୍ କମାଲ୍ ରହିଛି । ଭାରତ-ଆର୍ଜେଣ୍ଟିନା ହକି ମ୍ୟାଚ୍ ୧-୧ରେ ଡ୍ର ରହିଛି । ମ୍ୟାଚ ଆରମ୍ଭରେ ଆର୍ଜେଣ୍ଟିନା ୧-୦ରେ ଆଗୁଆ ଥିଲା । କିନ୍ତୁ ଶେଷ ୨ ମିନିଟରେ ହରମନପ୍ରୀତ ସିଂଙ୍କ ଗୋଲ ଯୋଗୁଁ ୧-୧ରେ ମ୍ୟାଚ ଡ୍ର ହୋଇଛି । ଏଥିସହ ପ୍ୟାରିସ ଅଲିମ୍ପିକ୍ସରେ ଆଗକୁ ଯିବା ପାଇଁ ଆଶା ଉଜ୍ଜୀବିତ ରଖିଛି ।
ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନାକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା । କିନ୍ତୁ ଏହାକୁ ଦଳ ଗୋଲରେ ପରିଣତ କରିପାରି ନଥିଲା । ତଥାପି ଆର୍ଜେଣ୍ଟିନା ଭାରତୀୟ ଖେଳାଳିଙ୍କ ଉପରେ ଚାପ ପକାଇ ଚାଲିଥିଲା । ଏହାର ଫାଇଦା ଦଳକୁ ୨୨ତମ ମିନିଟରେ ମିଳିଥିଲା । ଦଳର ଷ୍ଟାର ଖେଳାଳି ଲୁକାସ ମାର୍ଟିନେଜ ୨୨ତମ ମିନିଟରେ ଫିଲ୍ଡ ଗୋଲ କରି ଆର୍ଜେଣ୍ଟିନାକୁ ୧-୦ରେ ଆଗୁଆ କରି ଦେଇଥିଲେ । ତୃତୀୟ କ୍ୱାର୍ଟର ସୁଦ୍ଧା ମ୍ୟାଚ୍ ଆର୍ଜେଣ୍ଟିନା ସପକ୍ଷରେ ରହିଥିଲା ।
ମ୍ୟାଚ୍ ସରିବାକୁ ୧ ମିନିଟ ଥିବା ବେଳେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣର ପ୍ରୟାସରେ ଅଧିନାୟକ ହରମନପ୍ରୀତ ସିଂହ ଏହାକୁ ଗୋଲରେ ପରିଣତ କରି ପାରି ନଥିଲେ । ୪ର୍ଥ ପ୍ରୟାସରେ ହରମନପ୍ରୀତଙ୍କ ଗୋଲ ପରେ ଆର୍ଜେଣ୍ଟିନାର ଅନ୍ୟ କୌଣସି ଖେଳାଳି ଗୋଲ୍ କରିନଥିଲେ । ଫଳରେ ୧-୧ରେ ସ୍କୋର ବରାବର ରହିଥିଲା । ଆର୍ଜେଣ୍ଟିନା ପାଇଁ ପ୍ରଥମ ଗୋଲ ଲୁକାସ ମାର୍ଟିନେଜ କରିଥିଲେ । ସେତେବେଳେ ଗୋଲକିପର ପିଆର ଶ୍ରୀଜେଶ ଗୋଲକୁ ରୋକିପାରିନଥିଲେ ।
ଭାରତୀୟ ଆଥଲେଟ ତୃତୀୟ ଦିନରେ ମେଡାଲ ଆଶାୟୀ ରହିଛନ୍ତି । ଭାରତୀୟ ଆଥଲେଟ ସୁଟିଂ, ବ୍ୟାଡମିଣ୍ଟନ, ହକି, ତୀରନ୍ଦାଜୀ ଏବଂ ଟେବୁଲ ଟେନିସ ଖେଳିବେ ।