୮୬୧ ଦିନ ପରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ଯୁଦ୍ଧ, ମ୍ୟାଚ ଜିତିବା ପାଇଁ ଖେଳାଳିଙ୍କୁ ପ୍ରଲୋଭନ ଦେଖାଇଛି ପିସିବି

ପାକିସ୍ତାନ ଟିମ୍‌ ବିଶ୍ୱକପ ଇତିହାସରେ କେବେ ବି ଭାରତରୁ ବିଜୟ ହାସଲ କରିନାହିଁ। ସେ ଟି-୨୦ ମ୍ୟାଚ ହେଉ ଅବା ୫୦-୫୦ ମ୍ୟାଚ। ଆଜି ହେବାକୁ ଥିବା ଭାରତ- ପାକିସ୍ତାନ ମ୍ୟାଚ ଉପରେ ସମସ୍ତଙ୍କ ନଜର। ଦିନିକିଆ ଓ ଟି-୨୦ ବିଶ୍ୱକପରେ ଭାରତ ୧୨ ଥର ପାକିସ୍ତାନକୁ ଧୂଳି ଚଟାଇଛି। ଏପର୍ଯ୍ୟନ୍ତ ପାକିସ୍ତାନ ଗୋଟିଏ ବି ମ୍ୟାଚ ଜିତିପାରିନାହିଁ। ଟି-୨୦ ବିଶ୍ୱକପରେ ଉଭୟ ଦଳ ପରସ୍ପର ୫ ଥର ମୁହାଁମୁହିଁ ହୋଇଛନ୍ତି। କିନ୍ତୁ ଗୋଟେ ମ୍ୟାଚ ଜିତିପାରିନାହିଁ।

ଏପରି ସ୍ଥଳେ ପାକିସ୍ତାନ କ୍ରିକେଟ ବୋର୍ଡ ଦେବାଳିଆ ହେବା ସତ୍ତ୍ୱେ ମଧ୍ୟ ଖେଳାଳିଙ୍କୁ ଉତ୍ସାହିତ କରିବା ଏବଂ ମନୋବଳ ବଢାଇବା ପାଇଁ ଅଲଗା ପୁରସ୍କାର ରାଶି ରଖିଛି। ଯଦି ପାକିସ୍ତାନ ଟିମ୍‌ ଭାରତ ଠାରୁ ମ୍ୟାଚ ଜିତିଯାଏ ତେବେ ସେମାନଙ୍କ ଅଲଗା ଟଙ୍କା ମିଳିବ ବୋଲି ପିସିବି କହିଛି।ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ପ୍ରତି ଟି-୨୦ ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ ପାଇଁ ୩ ଲକ୍ଷଟଙ୍କା ଫିସ୍‌ ମିଳିଥାଏ।

ଯଦି ଭାରତ ଠାରୁ ଟିମ୍‌ ବାବରଙ୍କ ଟିମ୍‌ ଜିତିଯାଏ, ତେବେ ସେମାନଙ୍କ ମ୍ୟାଚ ଫିସ୍‌କୁ ୫୦ ପ୍ରତିଶତ ବଢାଇଦିଆଯିବ। ପାକିସ୍ତାନ ଖେଳାଳି ନିଜ ଦେଶରେ ପ୍ରତି ମ୍ୟାଚ ବାବଦକୁ ୩,୩୮,୨୫୦ ଟଙ୍କା ଆୟ କରନ୍ତି। ଯଦି ପାକିସ୍ତାନ ଟିମ୍‌ ଭାରତ ଠାରୁ ମ୍ୟାଚ ଜିତିଯାଏ ତେବେ ଖେଳାଳିଙ୍କୁ ୫ ଲକ୍ଷ ଟଙ୍କାରୁ ଅଧିକ ମିଳିବ।

ଖବର ଅନୁଯାୟୀ, ପାକିସ୍ତାନ ଟିମ୍‌ ଭାରତକୁ ହରାଏ, ତେବେ ଫାଇଦା ମିଳିବ। ଏହାଛଡା ଯଦି ପାକିସ୍ତାନ ଟି-୨୦ ବିଶ୍ୱକପ ଜିତିଯାଏ, ତେବେ ପ୍ରତି ଖେଳାଳିଙ୍କୁ ମ୍ୟାଚ ଫିସର ୩୦୦ ପ୍ରତିଶତ ଫାଇଦା ମିଳିବ। ଦେଖାଯାଇ ଖେଳାଳିମାନଙ୍କ ଉପରେ ପିସିବିର ଏହି ଘୋଷଣା କେତେ ପ୍ରଭାବ ପକାଉଛି।

ସୂଚନାଯୋଗ୍ୟ, ୨୦୦୭ରେ ଗ୍ରୁପ୍‌ ଷ୍ଟେଜ୍‌ରେ ପାକିସ୍ତାନକୁ ବୋଲ୍‌ ଆଉଟରେ ହରାଇଥିଲେ ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା ଧୋନୀ ବାହିନୀ। ସେହିପରି ୨୦୧୨ରେ ଭାରତ ପାକିସ୍ତାନକୁ ୮ ୱିକେଟ୍‌ରେ ହରାଇଥିଲା। ୨୦୧୪ରେ ୭ ୱିକେଟରେ ଜିତିଥିଲା ଭାରତ। ୨୦୧୬ରେ ପୁଣି ଥରେ ପାକିସ୍ତାନକୁ ୬ ୱିକେଟ୍‌ରେ ହରାଇଥିଲା ଟିମ୍‌ ଇଣ୍ଡିଆ। କିନ୍ତୁ ସବୁଥର ଭାରତର ଅଧିନାୟକ ଥିଲେ ମହେନ୍ଦ୍ର ସିଂହ ଧୋନି। ଏଥର ନାହାନ୍ତି କ୍ୟାପଟେନ୍‌ କୁଲ୍‌, ଅଧିନାୟକ ଅଛନ୍ତି ବିରାଟ କୋହଲି।

ଟିମ୍‌ ଇଣ୍ଡିଆର ସ୍କ୍ଵାଡ୍‌: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), କେଏଲ୍‌ ରାହୁଲ, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ (ଓ୍ଵିକେଟକିପର), ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରାହୁଲ ଚାହର, ରବିଚନ୍ଦ୍ରନ ଅଶ୍ୱିନ୍‌, ଶାର୍ଦୁଲ ଠାକୁର, ବରୁଣ ଚକ୍ରବର୍ତ୍ତୀ, ଜସ୍‌ପ୍ରୀତ ବୁମରାହ, ଭୁବନେଶ୍ୱର କୁମାର, ମହମ୍ମଦ ଶାମୀ।

ପାକିସ୍ତାନ ଟିମ୍‌: ବାବର ଆଜମ୍‌ (ଅଧିନାୟକ), ମହମ୍ମଦ ରିଜଓ୍ଵାନ, ଫଖର ଜମାନ, ମହମ୍ମଦ ହଫିଜ୍‌, ସୋଏବ ମଲିକ, ଆସିଫ୍‌ ଅଲ୍ଲୀ, ଇମାଦ ଓ୍ଵାସୀମ୍‌, ଶାଦାବ୍‌ ଖାନ, ଶାହୀନ୍‌ ଆଫରିଦି, ହସନ ଅଲ୍ଲୀ, ହରୀସ୍‌ ରଉଫ୍‌, ହାଇଦର ଅଲ୍ଲୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.