କ୍ରୀଡ଼ା ଜଗତ ପାଇଁ ଦୁଃଖଦ ଖବର: ବ୍ରାଜିଲର କିମ୍ବଦନ୍ତି ଫୁଟବଲ ଖେଳାଳି ପେଲେ’ଙ୍କ ପରଲୋକ

କେନ୍ୟୁଜ୍‌(ବ୍ୟୁରୋ): କ୍ରୀଡ଼ା ଜଗତ ପାଇଁ ଦୁଃଖଦ ଖବର । ଆଉ ନାହାନ୍ତି ଫୁଟବଲ କିମ୍ବଦନ୍ତି ପେଲେ । ବ୍ରାଜିଲର କିମ୍ବଦନ୍ତି ଫୁଟବଲ ଖେଳାଳି ପେଲେ । ୮୨ ବର୍ଷରେ ମହାନ ଫୁଟବଲ ଖେଳାଳି ଦୁଇ ବର୍ଷ ଧରି କ୍ୟାନସରରେ ପୀଡ଼ିତ ଥିଲେ ।

ପେଲେ ହେଉଛନ୍ତି ବିଶ୍ୱର ଏକମାତ୍ର ଖେଳାଳି ଯିଏକି ତିନ ଥର ଫିଫା ବିଶ୍ୱକପ ଜିତିବାର ଗୌରବ ହାସଲ କରିଛନ୍ତି । ଗତ ବିଶ୍ୱକପ ମ୍ୟାଚ ବେଳେ ସେ ହସପିଟାଲ ବେଡରେ ଥାଇ ବ୍ରାଜିଲ ଟିମକୁ ଉତ୍ସାହିତ କରିଥିଲେ ।

୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରୀଡା ଜୀବନ ଆରମ୍ଭ କରିଥିଲେ । ୯୨ ମ୍ୟାଚରେ ୭୭ ଗୋଲ ଦେଇ ସର୍ବକାଳୀନ ଗୋଲ ସ୍କୋରର ହେବାର ଗୌରବ ଅର୍ଜନ କରିଥିଲେ । ତିନିଟି ଫିଫା ବିଶ୍ୱକପ ବିଜୟୀ ଦଳର ସଦସ୍ୟ ରହିବାରେ ସେ ଥିଲେ ଏକମାତ୍ର ଖେଳାଳି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.