ବିଶ୍ୱକପରୁ ବାଦ ପଡ଼ିବା ପରେ ବି ଟୁର୍ଣ୍ଣାମେଣ୍ଟରେ ଭାରତର ଦବଦବା, ମିଳିବ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ଆଓ୍ଵାର୍ଡ

କେନ୍ୟୁଜ୍‌ ବ୍ୟୁରୋ: ଆଇସିସି ଟି-୨୦ ବିଶ୍ୱକପରୁ ଭାରତ ବିଦା ହେବା ପରେ ଖେଳାଳିଙ୍କ ସହିତ ଭାରତୀୟ ପ୍ରଶଂସକଙ୍କୁ ବହୁତ ବଡ଼ ଝଟ୍‌କା ଲାଗିଛି । ଗତ ଗୁରୁବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡଠାରୁ ୧୦ ଓ୍ଵିକେଟରେ ପରାସ୍ତ ହୋଇ ବିଶ୍ୱକପରୁ ତାର ଯାତ୍ରା ଶେଷ କରିଛି । କିନ୍ତୁ ବଡ଼ କଥା ହେଉଛି,ଭାରତ ବିଶ୍ୱକପରୁ ବାଦ ପଡ଼ିବା ପରେ ମଧ୍ୟ ଭାରତର ଭୂମିକା ଶେଷ ହୋଇଯାଇନାହିଁ । ଏବେ ବି ଭାରତୀୟ ଖେଳାଳିଙ୍କ ପ୍ରଭାବ ଟୁର୍ଣ୍ଣାମେଣ୍ଟରେ ରହିଛ ।

ଆଇସିସି ପ୍ଲେୟର ଅଫ ଟୁର୍ଣ୍ଣାମେଣ୍ଟ ଆଓ୍ଵାର୍ଡ଼ ପାଇଁ ୯ ଜଣ ଖେଳାଳି ମନୋନୀତ ହୋଇଥିବା ବେଳେ ସେଥି ମଧ୍ୟର ୨ଜଣ ଭାରତୀୟ ଟପ୍‌ ରେ ଅଛନ୍ତି । ଏଥିରୁ ଜଣା ପଡ଼ୁଛି ଏହି ଆଓ୍ଵାର୍ଡ଼ ଭାରତୀୟଙ୍କ ଖାତାକୁ ଆସିପାରେ ।ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ ଯେଉଁ ୯ଜଣ ଖେଳାଳିଙ୍କୁ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ପାଇଁ ମନୋନୀତ କରିଛି ସେହି ଲିଷ୍ଟର ପ୍ରଥମରେ ବିରାଟ କୋହଲି ଏବଂ ୨ୟରେ ସର୍ଯ୍ୟ କୁମାର ଯାଦବଙ୍କ ନାଁ ରହିଛି । କୋହଲି ଏହି ପୁରା ସିଜିନରେ ୬ଟି ମ୍ୟାଚ ଖେଳିଛନ୍ତି ଯେଉଁଥିରେ ୪ଟି ଅର୍ଦ୍ଧଶତକ ସାମିଲ କରିଛନ୍ତି । ସେ ୯୮.୬୬ ପ୍ରତିଶତ ହାରରେ ମୋଟ ୨୯୬ ରନ ସଂଗ୍ରହ କରିଛନ୍ତି । ଦୁଇ ନମ୍ବରରେ ଅଛନ୍ତି ସୂର୍ଯ୍ୟ କୁମାର ଯାଦବ । ସେ ୬ଟି ମ୍ୟାଚ ଖେଳି ୫୯.୭୫ ରନ ହାରରେ ୨୩୯ ରନ କରିଛନ୍ତି । ଯେଉଁଥିରେ ତାଙ୍କ ୩ଟି ଅର୍ଦ୍ଧଶତକ ସାମିଲ ଅଛି ।

ପାକିସ୍ତାନର ଦୁଇ ପ୍ଲେୟାର ଏହି ଲିଷ୍ଟରେ ସାମିଲ ଅଛନ୍ତି । ଏହି ଦୁଇ ପାକିସ୍ତାନୀ ପ୍ଲେୟାର ଶାଦବ ଖାନ ଏବଂ ସହୀନ ଶାହା ଆଫ୍ରିଦି ପୁରା ଟୁର୍ଣ୍ଣାମେଣ୍ଟରେ ଅଲରାଉଣ୍ଡିଂ ପ୍ରଦର୍ଶନ କରିଛନ୍ତି । ସହୀନ ଶାହା ଆଫ୍ରିଦି ଘାତକ ବୋଲିଂ କରିଛନ୍ତି, ଏହି ଦୁଇ ଜଣ ବୋଲର ସମାନ ୧୦-୧୦ ଓ୍ଵିକେଟ ଅକ୍ତିଆର କରିଛନ୍ତି । ଶାଦବ ଖାନ ଗୋଟିଏ ଅର୍ଦ୍ଧଶତକ ସହିତ ମୋଟ ୬୮ ରନ ସଂଗ୍ରହ କରିଛନ୍ତି । ଭାରତ ପାକିସ୍ତାନର ଖେଳାଳିଙ୍କ ପରେ ଇଂଲଣ୍ଡର ୩ଜଣ ପ୍ଲେୟର ଏହି ଲିଷ୍ଟରେ ଅଛନ୍ତି । ଏହି ପ୍ଲେୟରମାନେ ହେଉଛନ୍ତି ସାମ୍‌ କରନ, ଜୋଶ୍‌ ବଟ୍ଲର ଏବଂ ଆଲେକ୍ସ ହିଲ୍ସ । ଏମାନଙ୍କ ପରେ ଜିମ୍ବାୱେର ସିକନ୍ଦର ରାଜା ଏବଂ ଶ୍ରୀଲଙ୍କାର ବନିନ୍ଦୁ ହସରଙ୍ଗା ସାମିଲ ଅଛନ୍ତି । ଏହା ଛଡ଼ା ଆଇସିସି ଏହି ବିଶ୍ୱକପରେ ସବୁ ଟିମ୍‌ମାନଙ୍କ ପାଇଁ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି ।

କିଏ ପାଇବେ କେତେ:

ଆଇସିସି ଏହି ପୁରସ୍କାର ବ୍ୟତୀତ ବିଶ୍ୱକପର ବିଜେତା,ଉପ-ବିଜେତା,ସେମିଫାଇନାଲିଷ୍ଟ ଏବଂ କ୍ୱାଲିଫାୟର ଟିମ୍‌ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି । ବିଶ୍ୱକପ ବିଜେତାଙ୍କୁ ୧୩ କୋଟିର ପୁରସ୍କାର ରାଶି ମିଳୁଥିବା ବେଳେ ଉପ-ବିଜେତାଙ୍କୁ ୬.୫ କୋଟି ଟଙ୍କା ମିଳୁଛି । ଯେଉଁ ଟିମ ସେମିଫାଇନାଲରେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି ସେମାନେ ୩.୨୬ କୋଟି ଟଙ୍କା ପାଇବେ । ପରିଶେଷରେ ସୁପର ୧୨ରେ କ୍ୱାଲିଫାୟର ଟିମ୍‌ ପାଇଁ ୩୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଏବଂ ସୁପର ୧୨ରୁ ବାଦ ପଡ଼ିଥିବା ଟିମଙ୍କ ପାଇଁ ୫୭ ଲକ୍ଷର ପୁରସ୍କାର ରାଶି ଘୋଷଣା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.