ପହଲଗାମ ଆତଙ୍କୀ ଆକ୍ରମଣ : ବିସିସିଆଇ ପ୍ରକାଶ କଲା ଦୁଃଖ, କଳାପଟି ବାନ୍ଧି ଖେଳିବେ ମୁମ୍ବାଇ ଏବଂ ହାଇଦ୍ରାବାଦ ଟିମର ଖେଳାଳି

ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନେଇ ସମଗ୍ର ଦେଶ କଡ଼ା ନିନ୍ଦା କରୁଛି । ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣରେ ପୀଡିତଙ୍କ ପ୍ରତି ଶୋକ ବ୍ୟକ୍ତ କରି ଆଇପିଏଲ ଖେଳାଳି କଳାପଟି ବାନ୍ଧି ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜିର ଆଇପିଏଲ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବାକୁ ରହିଛି । ତେଣୁ ଏହି ମ୍ୟାଚରେ ଖେଳାଳି ହାତରେ କଳାପଟି ବାନ୍ଧି ଖେଳିବା ସହିତ ଚିୟରଲିଡର୍ସ ରହିବେ ନାହିଁ । ତା ସହିତ କୌଣସି ଆତସବାଜୀ ହେବା ନାହିଁ ବୋଲି ଖବର ମିଳିଛି ।

ଆଇପିଏଲ ମ୍ୟାଚ ସମୟରେ ଖେଳାଳି ଘଟଣାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏକ ମିନିଟର ନୀରବ ପ୍ରାର୍ଥନା କରାଯିବ ।

ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ଘଟଣାରେ ପୀଡିତ ପରିବାର ପ୍ରତି ସମବେଦନା ଏବଂ ପ୍ରାର୍ଥନା କରାଯାଇଛି । ଏହାସହିତ ଦୁଇଟି ଯାକ ଆଇପିଏଲ ଟିମର ଖେଳାଳି ହାତରେ କଳାପଟି ବାନ୍ଧି ଖେଳିବା ସହିତ ୧ ମିନିଟରେ ନୀରବ ପ୍ରାର୍ଥନା କରାଯିବାକୁ କୁହାଯାଇଛି ।


ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ଚିୟର ଲିଡର୍ସ ରହିବେ ନାହିଁ । କୌଣସି ଆତସବାଜୀ କାର୍ଯ୍ୟକ୍ରମ ହେବ ନାହିଁ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ, ପହଲଗାମ ରିସର୍ଟ ସହରଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଏକ ସୁନ୍ଦର ଅଞ୍ଚଳ ଏବଂ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଶାନ୍ତ ପରିବେଶ ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଲୋକପ୍ରିୟ । ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ପହଲଗାମରେ ପର୍ଯ୍ୟଟକଙ୍କ ଏକ ଗ୍ରୁପକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଅମରନାଥ ଯାତ୍ରା ପୂର୍ବରୁ ଗତକାଲି ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ନୌସେନା ଓ ଜଣେ ଗୁଇନ୍ଦା ଅଧିକାରୀଙ୍କ ସମେତ ୨୭ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଏହି ହମଲା ପଛରେ ଆତଙ୍କବାଦୀ ସଙ୍ଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫ । ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଛି NIA । ଏହି ଆକ୍ରମଣ ପରେ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Also Read : ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ସ୍ତବ୍ଧ କ୍ରିକେଟ ଜଗତ, କୋହଲି, ଗିଲଙ୍କ ସମେତ ଅନ୍ୟ କ୍ରିକେଟର ଦାବି କଲେ କଡ଼ା…