ହକି ଖେଳାଳି ବିରେନ୍ଦ୍ର ଲାକ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭାବପୂର୍ଣ୍ଣ ଚିଠି, ହକିରେ ଅବଦାନ ପାଇଁ ଜଣାଇଲେ କୃତଜ୍ଞତା

କେନ୍ୟୁଜ୍(ବ୍ୟୁରୋ):  ଟୋକିଓ ବିଜେତା ଭାରତୀୟ ହକି ଟିମ୍‌ର ସଦସ୍ୟ ବିରେନ୍ଦ୍ର ଲାକ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭାବପୂର୍ଣ୍ଣ ଚିଠି । ଭାରତୀୟ ହକିକୁ ଅବଦାନ ପାଇଁ ବୀରେନ୍ଦ୍ର ଲାକ୍ରାଙ୍କୁ କୃତଜ୍ଞତା ଜଣାଇଛନ୍ତି ମୋଦି । ଚିଠିରେ ଉଲ୍ଲେଖ କରିଛନ୍ତି, ଆପଣ ଯେତେବେଳେ ହକି ଖେଳିବା ଆରମ୍ଭ କରିଥିଲେ କେହି ଭାବିନଥିଲେ ଭାରତ ଅଲିମ୍ପିକ୍‌ ମେଡାଲ ଜିତିବ । କିନ୍ତୁ ଆପଣଙ୍କ ଭଳି ଖେଳାଳିଙ୍କ ବିଶ୍ୱାଓ ଓ ପରିଶ୍ରମ ବଳରେ ଭାରତୀୟ ହକିର ନବଜନ୍ମ ହୋଇଛି । ପରପିଢ଼ି ଆପଣଙ୍କ ଠାରୁ ପ୍ରେରଣା ପାଇବେ । ଆହତ କାରଣରୁ ରିଓରେ ଯେତେବେଳେ ଆପଣ ବସ୍‌ ପାଇନଥିଲେ ସେକଥା କେହି ବିଶ୍ୱାସ କରିପାରିବେନି ।

ସଫଳତାପୂର୍ବକ ଟୋକିଓକୁ ଆସି ଇତିହାସର ଅଂଶ ପାଲଟିଥିଲେ । ଏଥିସହ ବିରେନ୍ଦ୍ର ଲାକ୍ରାଙ୍କୁ ଦେଇଥିବା ଦାୟିତ୍ୱ ମନେପକାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୨୦୨୩ ଅଗଷ୍ଟରେ ବିଭିନ୍ନ ସ୍କୁଲ ବୁଲି ଭାରତର ଅମୃତ ମହୋତ୍ସବକୁ ମଜବୁତ କରିବାକୁ ଟୋକିଓ କ୍ରୀଡ଼ାବିତ୍‌ଙ୍କୁ କହିଥିଲି। ଆପଣଙ୍କୁ ବି କହିଥିଲି।

ଅପପୁଷ୍ଟି ଦୂରିକରଣ ଉପରେ ସଚେତଦନତା ଓ କ୍ରୀଡ଼ା ପାଇଁ ଉତ୍ସାହିତ କରିବାକୁ କହିଥିଲି। ଏହା କରିବେ ବୋଲି ମୁଁ ଆଶା କରୁଛି । ଶେଷରେ ଆପଣ ଏହି ସୁନ୍ଦର ଖେଳ ସହ ସଂପର୍କରେ ରହିବେ ଏବଂ ଆଗାମୀ ଦିନରେ ଖେଳାଳିଙ୍କୁ ଉତ୍ସାହିତ କରିବେ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ। ନିକଟରେ ବୀରେନ୍ଦ୍ର ଲାକ୍ରା ଆନ୍ତର୍ଜାତିକ ହକିରୁ ଅବସର ଘୋଷଣା କରିଥିଲେ।

Leave A Reply

Your email address will not be published.