କଟକ: ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ପ୍ରଭଞ୍ଜନ ମଲ୍ଲିକ ଓସିଏ ବରିଷ୍ଠ ଚୟନ ସମିତି ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ ଅଧୀନରେ ସୋମନାଥ ସାହୁ, ରବିନାରାୟଣ ପଣ୍ତା, ବିଷ୍ଣୁଦେବ ମହାନ୍ତି, ସୌରଜିତ ମହାପାତ୍ର ସଦସ୍ୟ ରହିଛନ୍ତି। ପ୍ରଭଞ୍ଜନ ଓଡ଼ିଶା ପାଇଁ ୮୮ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୪୭.୩୦ ହାରରେ ୫୮୧୮ ରନ୍ ସ˚ଗ୍ରହ କରିଛନ୍ତି। ପ୍ରଥମ ଖେଳାଳି ଭାବେ ଗୋଟିଏ ମ୍ୟାଚ୍ର ଉଭୟ ପାଳିରେ ଶତକ ଅର୍ଜନ କରିଥିଲେ।
ସେ ତାଙ୍କ ରଣଜୀ ଜୀବନ ମଧ୍ୟରେ ୧୮ ଶତକ ଓ ୨୭ ଅର୍ଧଶତକ ଅର୍ଜନ କରିଛନ୍ତି। ୨୦୦୧-୦୨ ଋତୁରେ ଝାଡ଼ଖଣ୍ତ ବିପକ୍ଷରେ ସ˚ଗ୍ରହ କରିଥିବା ୨୦୭* ରନ୍ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର୍। ଏହାବ୍ୟତୀତ ୫୬ ଲିଷ୍ଟ ଏ’ରୁ ୧୧୫୬ ରନ୍ ଓ ୧୧ ଟ୍ବେଣ୍ଟି-୨୦ରୁ ୧୭୦ ରନ୍ କରିଥିଲେ। ଖେଳ ଜୀବନର ଶେଷ ଆଡ଼କୁ ତାଙ୍କର ପ୍ରଦର୍ଶନରେ ସ୍ଥିରତା ନରହିବାରୁ ୨୦୧୦ ଅକ୍ଟୋବର ୪ ତାରିଖରେ ସେ କ୍ରିକେଟରୁ ସନ୍ୟାସ ନେଇଥିଲେ।
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…