ପୁଅର ବ୍ୟାଟିଂ ବାପା ପାଇଁ ସାଜିଛି ସଂଜୀବନୀ, ରୋଗାକ୍ରାନ୍ତ ପ୍ରଭାସିମରନଙ୍କ ବାପାଙ୍କର ସପ୍ତାହକୁ ୩ ଥର ହେଉଛି ଡାଏଲସିସ୍

ପଞ୍ଜାବ କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ରବିବାର ଖେଳାଯାଇଥିବା ମ୍ୟାଚରେ ୨୪ ବର୍ଷୀୟ ପ୍ରଭାସିମରନଙ୍କ ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଥିଲା । ପ୍ରଭାସିମରନ ୪୮ ବଲରେ ୯୧ ରନରେ ଇନିଂସ ଖେଳିଥିଲେ । ଯେଉଁଥିରେ ୬ଟି ଚଉକା ଏବଂ ୭ଟି ଛକା ରହିଥିଲା । ପ୍ରଭାସିମରନଙ୍କ ଦମଦାର ବ୍ୟାଟିଂ ଯୋଗୁଁ ପଞ୍ଜାବ ୨୩୬ ରନ ଟାର୍ଗେଟ ଦେବା ସହିତ ମ୍ୟାଚକୁ ୩୭ ରନରେ ଜିତିନେଇଥିଲା । ଚଳିତ ସିଜିନରେ ପ୍ରଭାସିମରନଙ୍କ ଦମଦାର ବ୍ୟାଟିଂ କରୁଥିବାର ନଜର ଆସିଛନ୍ତି । କିନ୍ତୁ ମଇଦାନରେ ତାଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବ୍ୟକ୍ତିଗତ ଜୀବନରେ ଅନେକ କଷ୍ଟ ରହିଛି ।
ପ୍ରଭାସିମରନଙ୍କ ବାପାଙ୍କ ଦୁଇଟି ଯାକ କିଡନୀ ଖରାପ ରହିଛି । ସପ୍ତାହକୁ ୩ ଥର ତାଙ୍କର ଡାୟଲିସିସି ହେଉଛି । ଆଇପିଏଲ ୨୦୨୫ରେ ଦମଦାର ପ୍ରଦର୍ଶନ କରି କେବଳ କ୍ରିକେଟ ପ୍ରଶଂସକ ନୁହନ୍ତି, ବରଂ ନିଜ ରୋଗାକ୍ରାନ୍ତ ବାପାଙ୍କ ମୁହଁରେ ହସ ଫେରାଇଆଣିଛନ୍ତି ।
ଖବର ମୁତାବକ, ପ୍ରଭାସିମରନଙ୍କ ବାପା ସୁରଜିତ ସିଂ ଗୁରୁତର କିଡ଼ନୀ ରୋଗରେ ପୀଡିତ । ତାଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇଯାଇଛି । ତେଣୁ ସପ୍ତାହକୁ ୩ ଥର ଡାୟଲସିସି ହେଉଛି । ଏଭଳି କଠିନ ସମୟରେ ପୁଅର ବ୍ୟାଟିଂ ତାଙ୍କ ପାଇଁ ସଂଜୀବନୀ ହୋଇଛି ।
ପ୍ରଭାସିମରନ ସିଂ ଚଳିତ ସିଜିନରେ ୧୧ଟି ଇନିଂସରେ ୧୭୦ ଷ୍ଟ୍ରାଇକ ରେଟରେ ୪୩୭ ରନ କରିଛନ୍ତି । ଏଥିରେ ଗୁରୁତ୍ବପୂର୍ଣ୍ଣ ଇନିଂସ ରହିଛି । ପ୍ରଭାସିମରନଙ୍କ ବାପା ଟିଭିରେ ବସି ପୁଅର ବ୍ୟାଟିଂ ଦେଖୁଛନ୍ତି । ପୁଅର ବ୍ୟାଟିଂ ଦେଖି ତାଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଛି ।
ଏକ ଇଣ୍ଟରଭ୍ୟୁରେ ପ୍ରଭାସିମରନ କହିଥିଲେ, ପ୍ରତି ଖେଳାଳିଙ୍କ ସ୍ବପ୍ନ ରହିଥାଏ, ଭାରତ ପାଇଁ ଖେଳିବା, ମୋର ବି ଏ ସ୍ବପ୍ନ ରହିଛି । ତେଣୁ ଲଗାତାର କଠିନ ପରିଶ୍ରମ କରୁଛି ଭାରତର ଜର୍ସି ପିନ୍ଧିବା ପାଇଁ ।
ପ୍ରଭାସିମରନଙ୍କୁ ୨୦୧୯ରେ ପଞ୍ଜାବ କିଙ୍ଗସ ୬୦ ଲକ୍ଷରେ କିଣିଥିଲା । ୨୦୨୫ରେ ପୁଣି ପଞ୍ଜାବ ତାଙ୍କୁ ୪ କୋଟି ଟଙ୍କାରେ ରିଟେନ ରଖିଥିଲା ।
Also Read : ବିଗ୍ ମନି ବିଗ୍ ଫ୍ଲପ୍ : ଆଇପିଏଲରେ ଏମାନେ କିଣା ହୋଇଥିଲେ ସର୍ବାଧିକ ଦାମରେ ହେଲେ ଫିଲଡରେ ମାରିଛନ୍ତି ଫେଲ୍