ପ୍ରଜ୍ଞାନ ଓଝା ଉଠାଇବେ ଖେଳାଳିଙ୍କ ସମସ୍ୟା କଥା, ଆଇପିଏଲ୍‌ ପରିଚାଳନା ପରିଷଦରେ ଆଇସିଏର କରିବେ ପ୍ରତିନିଧିତ୍ୱ

କଟକ (କେ ନ୍ୟୁଜ୍‌) : କ୍ରିକେଟ୍‌ରୁ ସିନା ଅବସର ନେଇ ଗଲେଣି ହେଲେ କ୍ରିକେଟ୍‌ ତାଙ୍କୁ ଛାଡ଼ି ନାହିଁ । ଓଡ଼ିଆ କ୍ରିକେଟର୍‌ ପ୍ରଜ୍ଞାନ ଓଝା ଆଇପିଏଲ୍‌ ପରିଚାଳନା ପରିଷଦରେ ଆଇସିଏର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି । ଆଇସିଏ ହେଉଛି ଇଣ୍ଡିଆନ୍‌ କ୍ରିକେଟର୍ସ ଆସୋସିଏସନ୍‌ । ପ୍ରଜ୍ଞାନଙ୍କୁ ଆଇସିଏ ମନୋନୀତ କରିଛି । ବୁଧବାର ଦିନ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।
ଓଡ଼ିଆ ଖେଳାଳି ପ୍ରଜ୍ଞାନ ଓଝା ହାଇଦ୍ରାବାଦ ତରଫରୁ ରଣଜୀ ଟ୍ରଫିରେ ଖେଳୁଥିଲେ । ଏହି ବାମହାତୀ ସ୍ପିନର ଭାରତ ପାଇଁ ମଧ୍ୟ ଟେଷ୍ଟ ଓ ଦିନିକିଆରେ ଖେଳିଛନ୍ତି ।

ଗତ ୧୯ ତାରିଖ ଦିନ ଆଇସିଏର ବୈଠକ ବସି ପ୍ରଜ୍ଞାନଙ୍କ ନାମ ସୁପାରିଶ କରିଥିଲେ । ଆଇପିଏଲ୍‌ ପରିଚାଳନା ପରିଷଦରେ ପ୍ରଜ୍ଞାନ ଖେଳାଳିମାନଙ୍କ ସମସ୍ୟା ସମ୍ପର୍କରେ ଉତ୍‌ଥାପନ କରିବେ । ଯେମିତିକି ଖେଳାଳିମାନଙ୍କ ଚିକିତ୍ସା ବାବଦ ଅର୍ଥ, ଅନୁକମ୍ପା ରାଶି ଆଦି ବୃଦ୍ଧି ପାଇଁ ଦାବି ରଖିବେ । ସେହିପରି ୧୦ରୁ ୨୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା ଖେଳାଳିଙ୍କ ବିଧବା ପତ୍ନୀଙ୍କ ପାଇଁ ଏହି ସୁବିଧା ରଖିବା ପ୍ରସଙ୍ଗ ବୈଠକରେ ଉଠାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.