ଚୀନରେ ଚମକିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ, ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ହାସଲ କଲେ ଡବଲ ସ୍ୱର୍ଣ୍ଣ

କେନ୍ୟୁଜ୍(ବ୍ୟୁରୋ): ଚୀନରେ ଚମକିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ପ୍ରମୋଦ ଲାଭ କରିଛନ୍ତି ୨ ସ୍ୱର୍ଣ୍ଣ ପଦକ। ପ୍ରଥମେ ସିଙ୍ଗଲସ୍‌ ଓ ପରେ ଡବଲ୍‌ସରେ ସ୍ୱର୍ଣ୍ଣପଦକ ହାସଲ କରି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ପୂର୍ବରୁ ସ୍ୱିଜରଲାଣ୍ଡରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ପାରା ବାଡମିଣ୍ଟନ ଚମ୍ପିଅନସିପର ସିଙ୍ଗଲ ବର୍ଗରେ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ ପ୍ରମୋଦ। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତବର୍ଷ ଭାରତ ସରକାର ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଛନ୍ତି।