ଓଡିଶା ଫେରିଲେ ସୁନାପୁଅ ଭଗତ, ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନାରେ ପାଛୋଟି ନେଲେ ଲୋକେ

ଭୁବନେଶ୍ୱର(କେ ନ୍ୟୁଜ): ଘରକୁ ଫେରିଲେ ସୁନାପୁଅ ପ୍ରମୋଦ ଭଗତ । ଟୋକିଓ ପାରାଅଲିମ୍ପିକ୍‌ସ ବ୍ୟାଡମିଣ୍ଟନ ସିଙ୍ଗଲସ୍‌ରେ ସ୍ୱର୍ଣ୍ଣପଦକ ବିଜୟ ଲାଭ କରିଥିଲେ ପ୍ରମୋଦ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସହ ଶୋଭାଯାତ୍ରାରେ କଳିଙ୍ଗ ଷ୍ଟାଡିୟମ ନିଆଯାଇଛି। ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ ।

ପ୍ରମୋଦ ଭଗତଙ୍କୁ ରାଜ୍ୟ ସରକାର ୬କୋଟିର ପୁରସ୍କାର ପ୍ରଦାନ ନେଇ ଘୋଷଣା କରିଛନ୍ତି । ଆଜି ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬କୋଟିର ଚେକ୍‌ ପ୍ରଦାନ କରିବେ। ଏହା ସହ ସରକାରୀ ଚାକିରିରେ ତାଙ୍କୁ ଗ୍ରୁପ ଏ ଲେବଲର ଚାକିରି ମଧ୍ୟ ପ୍ରଦାନ କରାଯିବ।

 

Leave A Reply

Your email address will not be published.