କ୍ରୀଡା

ଟୋକିଓ ପାରାଲିମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ କମାଲ, ବ୍ୟାଡ଼ମିଣ୍ଟନରେ ଜିତିଲେ ସ୍ୱର୍ଣ୍ଣ ପଦକ; ଦେଖନ୍ତୁ ପ୍ରମୋଦଙ୍କ ବିଜୟ ବେଳର ଦୃଶ୍ୟ

ଟୋକିଓ(କେ ନ୍ୟୁଜ): ପାରାଲିମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଜିତିଲେ ସ୍ବର୍ଣ୍ଣ ପଦକ ।  ବ୍ୟାଡ଼ମିଣ୍ଟନରେ କମାଲ କରିଦେଖାଇଲେ ପ୍ରମୋଦ ।  ପ୍ରଥମ ସେଟରେ ୨୧-୧୪ରେ ବିଜୟୀ ହୋଇଥିଲେ ପ୍ରମୋଦ । ଦ୍ଵିତୀୟ ସେଟ ସେ ୨୧-୧୭ରେ ଜିତି ଇତିହାସ ରଚିଥିଲେ । ଫାଇନାଲ ମୁକାବିଲାରେ ପ୍ରମୋଦ ଗ୍ରେଟ୍‌ ବ୍ରିଟେନ୍‌ ଖେଳାଳିଙ୍କୁ ୨-୦ରେ ହରାଇଛନ୍ତି । ପ୍ରମୋଦ ସ୍ବର୍ଣ୍ଣ ପଦକ ଜିତିବା ପରେ ଭାରତର ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ଟୋକିଓ ପାରା ଅଲିମ୍ପିକ୍ସରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ୧୭ଟି ମେଡାଲ ଜିତି ସାରିଛି । ଭାରତ ବର୍ତ୍ତମାନ ସୁଦ୍ଧା ୪ଟି ସ୍ବର୍ଣ୍ଣ, ୭ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ଜିତିଛି । ସେ ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗ ଫାଇନାଲରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ପ୍ରଥମ ଭାରତୀୟ ଖେଳାଳି ଭାବେ ଅଲିମ୍ପିକ୍ସ କିମ୍ବା ପାରାଲିମ୍ପିକ୍ସ ବ୍ୟାଡ୍ମିଣ୍ଟନରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ପ୍ରମୋଦ । ପ୍ରମୋଦ ପୂର୍ବରୁ ବିଶ୍ୱ ଚାମ୍ପିୟନ ଏବଂ ବିଶ୍ୱର ୧ ନମ୍ବର ଖେଳାଳି ଅଛନ୍ତି ।

 

 

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago