ପ୍ରତୀକ ମେମୋରିଆଲ କ୍ରିକେଟ୍‌ ଫାଇନାଲ୍‌ ଟକ୍କରରେ କଳିଙ୍ଗ ଓ କନକ

ଭୁବନେଶ୍ୱର (କେନ୍ୟୁଜ୍‌) : ଏଠାକାର ୟୁନିଟ୍-୬ ଗଙ୍ଗନଗର ସ୍ଥିତ ନେତାଜୀ ସ୍ପୋର୍ଟିଂ କ୍ଲବ ଆନୁକୁଲ୍ୟରେ ଚାଲିଛି ପ୍ରତୀକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏହାର ୩ୟ ସଂସ୍କରଣ ଶନିବାର ଦିନ ଉଦଘାଟିତ ହୋଇଛି। ଆଜି ସେମିଫାଇନାଲ୍‌ରେ କଳିଙ୍ଗ ଟିଭି ଟିମ୍‌ ଦୈନିକ ଖବର କାଗଜ ସକାଳ ଟିମ୍‌କୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି ।

ଉଦଘାଟନୀ ଦିବସରେ କର୍ପୋରେଟ ବିଭାଗରେ ଖେଳା ଯାଇଥିବା ମ୍ୟାଚରେ ନ୍ୟୁଜ-୧୮କୁ ହରାଇ କଳିଙ୍ଗ ଟିଭି ବିଜୟୀ ହୋଇଥିଲା । ନ୍ୟୁଜ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ୬ ଓଭର ବ୍ୟାଟିଂ କରି ୫୦ ରନ୍ର ଟାର୍ଗେଟ ଦେଇଥିଲା କଳିଙ୍ଗ ଟିଭି ଟିମ୍କୁ । ନ୍ୟୁଜ ୧୮ ଟିମ୍ ପକ୍ଷରୁ ବିକାଶ ପଲେଇ ୮ ବଲରେ ସର୍ବାଧିକ ୨୦ ରନ୍ କରିଥିଲେ। ସେହିଭଳି କଳିଙ୍ଗ ଟିଭି ଟିମ୍ ୫୦ ରନର ଟାର୍ଗେଟ ପୂରଣ କରିବା ପାଇଁ ପ୍ରଥମେ ପଙ୍କଜ ଏବଂ ଶୁଭାଶିଷ ଓପନିଂ କରିଥିଲେ। ଦୁହେଁ ୪.୫ ଓଭରରେ ବିନା ଓ୍ଵିକେଟ ହରାଇ ଟାର୍ଗେଟରେ ପହଞ୍ଚି ଯାଇଥିଲେ। କଳିଙ୍ଗ ଟିଭି ଟିମ୍ ପକ୍ଷରୁ ପଲାସ ସାମଲ ବଢ଼ିଆ ବୋଲିଂ ନ୍ୟୁଜ ୧୮ ଟିମକୁ ଧରାଶାୟୀ କରିଥିଲେ। ପଲାସ ମାତ୍ର ୭ ରନ୍ ଦେଇ ୨ ଓ୍ଵିକେଟ ନେଇଥିଲେ। କଳିଙ୍ଗ ଟିଭି ଟିମ୍ର ଖେଳାଳି ପଙ୍କଜ ମ୍ୟାନ୍ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.