କ୍ରୀଡା

ଅର୍ଦ୍ଧଶତକ ମାରିବା ପରେ ପୃଥ୍ଵୀ ଶ’ ଦେଖା କରିବାକୁ ଯାଇଥିବା ଯୁବତୀ କିଏ ? ଫଟୋ ଭାଇରଲ

ଆଇପିଏଲ୍‌ ସିଜିନ ଆରମ୍ଭରୁ ଖରାପ ଫର୍ମରେ ରହିଥିବା ପୃଥ୍ଵୀ ପୁଣିଥରେ ଟ୍ରାକକୁ ଫେରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବ୍ୟାଟର ପୃଥ୍ଵୀ ଶ ଅର୍ଦ୍ଧଶତକ ପାଳି ଖେଳିଛନ୍ତି । ଆଉ ଅର୍ଦ୍ଧଶତକ ହାସଲ କରିବା ପରେ ଷ୍ଟାଡିୟମରେ କୌଣସି ଯୁବତୀଙ୍କୁ ସାକ୍ଷାତ କରିବାକୁ ପହଞ୍ଚିଥିଲେ ପୃଥ୍ଵୀ ଶ । ଷ୍ଟାଡିୟମରେ ଥିବା ସୁନ୍ଦରୀ ଯୁବତୀ ଜଣକ ପୃଥ୍ଵୀଙ୍କ ସବୁ ସର୍ଟରେ ଉତ୍ସାହିତ ରହିଥିଲେ ।

ତେବେ ଭାଇରଲ ହେଉଥିବା ଯୁବତୀଙ୍କ ନାମ ନିଧି ତାପାଡିୟା । ଯିଏକି ପୃଥ୍ଵୀଙ୍କୁ ସମର୍ଥନ କରି ଖେଳ ଦେଖିବାକୁ ଆସିଥିଲେ । ଖେଳ ପରେ ନିଧି ଅଫିସିଆଲ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ଫଟୋ ସହିତ ଏକ ଭିଡିଓ ସେୟାର କରିଥିଲେ ନିଧି। ଯେଉଁଥିରେ ଷ୍ଟାଣ୍ଡ ନିକଟରେ ଠିଆ ହୋଇଥିବା ନିଧିକୁ ଦେଖାକରିବାକୁ ଆସିଥିଲେ ପୃଥ୍ଵୀ ।

ଏହାର କ୍ୟାପସନରେ ନିଧି ଲେଖିଛନ୍ତି, କ୍ୟା ଶୋ ହୈ ଶ’ । ଏହାପରେ ଏକ ଭାଲୁର ଚିତ୍ର ଏବଂ ଫାୟାର ଇମୋଜି ସହିତ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି । ନିଧି ଏହି ଷ୍ଟୋରୀ ପୃଥ୍ଵୀ ଶକୁ ଟ୍ୟାଗ୍‌ କରିଛନ୍ତି । ଏହାର କିଛି ସମୟ ପରେ ପୃଥ୍ଵୀ ମଧ୍ୟ ନିଜ ଷ୍ଟୋରୀରେ ଏହାକୁ ପକାଇଛନ୍ତି ।

ସୂଚନାଯୋଗ୍ୟ, ନିଧି ତପାଡିଆ ଜଣେ ଅଭିନେତ୍ରୀ ତଥା ମଡେଲ । ସେ ନାସିକରେ ରୁହନ୍ତି । ନିଧି ଏବଂ ପୃଥ୍ଵୀ ଅନେକ ଥର ଏକାଠି ନଜର ଆସିଛନ୍ତି । କିନ୍ତୁ ଦୁହିଁଙ୍କୁ ନେଇ ଏପର୍ଯ୍ୟନ୍ତ ଅଫିସିଆଲ କିଛି ଘୋଷଣା ହୋଇନାହିଁ । ପୃଥ୍ଵୀ ମଧ୍ୟ ଭାଲେଣ୍ଟାଇନ ଡେରେ ନିଧିଙ୍କ ସହିତ ଏକ ଫଟୋ ସେୟାର କରି ଡିଲିଟ୍‌ କରିଦେଇଥିଲା । ସେହି ଫଟୋରେ ଲେଖିଥିଲେ ‘ହ୍ୟାପି ଭାଲେଣ୍ଟାଇନ ଡେ ମାଇ ଓ୍ଵାଇଫ ନିଧି’ ।

ଏହାପରେ ପୃଥ୍ଵୀ ଫଟୋକୁ ନେଇ ସଫେଇ ଦେଇଥିଲେ । ଆଉ କହିଥିଲେ, କିଏ ମୋ ଫଟୋ ଏଡିଟ୍‌ କରି ଏମିତି ଜିନିଷ କରିଦେଇଛି । ମୁଁ ଏପରି ସୋସିଆଲ ମିଡିଆେରେ ପୋଷ୍ଟ କରିନାହିଁ ।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

48 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago