କ୍ରୀଡା

ସେଲଫିକୁ ନେଇ ମାରପିଟ୍‌ ବିବାଦ ପରେ ପୁଣି ଚର୍ଚ୍ଚାରେ ପୃଥ୍ଵୀ ଶ’, ସାଉଥ ଖଳନାୟକଙ୍କ ସହିତ ଆସିଲେ ନଜର

ଭାରତୀୟ କ୍ରିକେଟ ଟିମର ଯୁବ ଖେଳାଳି ପୃଥ୍ଵୀ ଶ’ ଗତକିଛିଦିନ ହେଲାଣି ବିବାଦରେ ରହିଛନ୍ତି। ରଣଜୀ ଟ୍ରଫିରେ ଟ୍ରିପଲ ଶତକ ମାରିଥିବା ଓପନର ପୃଥ୍ଵୀ ଶ’ଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଯେଉଁଥିରେ ସେ ମାରପିଟ୍‌ କରୁଥିବାର ନଜର ଆସିଥିଲେ । ଆଉ ଏହି ମାମଲା ଥାନାରେ ପହଞ୍ଚିଥିଲା । ଏସବୁ ପରେ ଏବେ ସାଉଥ ଇଣ୍ଡଷ୍ଟ୍ରୀର ଖଳନାୟକ ସହିତ ଏକ ଫଟୋ ସେୟାର କରି ପୁଣି ଚର୍ଚ୍ଚାରେ ପୃଥ୍ଵୀ ଶ’ ।

୨୩ ବର୍ଷୀୟ ଡାହାଣ ହାତୀ ବ୍ୟାଟସମ୍ୟାନ୍‌ ପୃଥ୍ଵୀ ଶ’ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇଟି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସାଉଥ ଇଣ୍ଡଷ୍ଟ୍ରୀର ଖଳନାୟକ ଭାବେ ପରିଚିତ କେଚା ସୁଦୀପଙ୍କ ସହିତ ନଜର ଆସିଛନ୍ତି ପୃଥ୍ଵୀ । ନିକଟରେ ସୁଦୀପଙ୍କ ଫିଲ୍ମ ‘ଅଣ୍ଡର ଓ୍ଵାଲର୍ଡ ପର କବଜା’ ଫିଲ୍ମ ରିଲିଜ ହୋଇଛି । ସୁଦୀପ ଫିଲ୍ମ ‘ମଖୀ’ରେ ଖଳନାୟକ ଭୂମିକାରେ ନଜର ଆସିଥିଲେ ।

ଫଟୋ ସେୟାର କରି ପୃଥ୍ଵୀ ଶ’ ଲେଖିଥିଲେ, ‘ ଦ ଅଲ୍ଟିମେଟ ବସ୍‌’ ଏହା ସହିତ ରେଡ ହାର୍ଟ ଇମୋଜୀ ମଧ୍ୟ ଦେଇଥିଲେ । ଲିଜେଣ୍ଡଙ୍କ ସହିତ କ୍ୱାଲିଟ ଟାଇମ୍‌ ଅତିବାହିତ କରିବା ଗର୍ବର ବିଷୟ ।

ପୃଥ୍ଵୀ ଶ’ ଆଇପିଏଲ୍‌ ୧୬ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ । ନିକଟରେ ପୃଥ୍ଵୀ ଶ’ ରଣଜୀ ଟ୍ରଫି ଆସାମ ପକ୍ଷରୁ ରେକର୍ଡ ୩୭୯ ରନ୍‌ ଖେଳିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ଟି ୨୦ ସିରିଜରେ ଟିମରେ ସ୍ଥାନ ମିଳିଥିଲା ସତ କିନ୍ତୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନଥିଲା ।

ସୂଚନାଯୋଗ୍ୟ, ଫେବୃଆରୀ ୧୫ ତାରିଖ ରାତିରେ ଏକ ପଞ୍ଚତାରକା ହୋଟେଲରେ ପୃଥ୍ଵୀ ଶ’ ଏବଂ ତାଙ୍କ ବନ୍ଧୁ ଡିନର କରି ଫେରିବା ସମୟରେ ଏହି ଘଟଣା ଘଟିଥିଲା। ସେ ଏଠାରୁ ବାହାରିବା ସମୟରେ ସପନା ଏବଂ ତାଙ୍କ ସାଙ୍ଗମାନେ ସେଲଫି ନେବାକୁ ଆସିଥିଲେ । କିଛି ଫଟୋ ଉଠାଇବା ପରେ ସେମାନେ ଯିବାକୁ ବାହାରିବା ସମୟରେ ସପନା ଏବଂ ତାଙ୍କ ବନ୍ଧୁ ଆଉ ଫଟୋ ଉଠାଇବାକୁ ଜିଦି କରିଥିଲେ । କିନ୍ତୁ ପୃଥ୍ଵୀ ଏବଂ ତାଙ୍କ ବନ୍ଧୁ ମନା କରିଦେଇଥିଲେ । ଆଉ ସେମାନେ କିଛି ଦୂର କାରରେ ଯିବା ପରେ ସପନା ଏବଂ ତାଙ୍କ ସାଙ୍ଗମାନେ ପୃଥ୍ଵୀ ଶ’ ଏବଂ ତାଙ୍କ ବନ୍ଧୁଙ୍କୁ ଆକ୍ରମଣ କରିଥିଲେ ।

ଏହାପରେ ସପନା ଓ ତାଙ୍କ ସାଙ୍ଗମାନେ ହୋଟେଲ୍ ବାହାରେ ଜଗି ରହିଥିଲେ। ଶ’ ଓ ତାଙ୍କ ବନ୍ଧୁ ରାତ୍ର ଭୋଜନ କରି ହୋଟେଲରୁ କାରରେ ବାହାରିବା ପରେ ସପନା ଗିଲ୍ ଓ ତାଙ୍କ ସାଙ୍ଗମାନେ ସେମାନଙ୍କୁ ପିଛା କରିଥିଲେ। ଶ’ ଓ ତାଙ୍କ ବନ୍ଧୁଙ୍କୁ ବାଟରେ ଅଟକାଇ ସେମାନେ ଆକ୍ରମଣ କରିଥିଲେ। ସେମାନଙ୍କ ହାତରେ ବେସବଲ୍ ଷ୍ଟିକ୍ ଓ ଅନ୍ୟାନ୍ୟ ମାରଣାସ୍ତ୍ର ରହିଥିଲା। ସପନା ଗିଲ୍ ବେସବଲ୍‌ ଷ୍ଟିକ୍ ସାହାଯ୍ୟରେ ପୃଥ୍ୱୀ ଶ’ଙ୍କ ବନ୍ଧୁଙ୍କ କାରକୁ ପିଟିଥିଲେ । ଓସିୱାରା ଥାନା ପୋଲିସ ସପନା ଗିଲଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗୁରୁବାର ସନ୍ଧ୍ୟାରେ ଗିରଫ କରିଥିଲା।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

12 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago