କ୍ରୀଡା

କାନ୍ଦିଲେ ପୃଥ୍ଵୀ ସ’, ଲେଖିଲେ ‘ସାଇବାବା ତୁମେ ସବୁ ଦେଖୁଛ ନା’

କେନ୍ୟୁଜ୍‌: ଟି-୨୦ ବିଶ୍ୱକପ ପରେ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ସୋମବାର ଦିନ ବିସିସିଆଇ ଏହି ସୂଚନା ଦେଇଛି । ଅନେକ ଖେଳାଳିଙ୍କୁ ଏହି ଟିମ୍‌୍‌ରେ ସୁଯୋଗ ଦେଇନାହିଁ । ତା ଭିତରେ ଅଛନ୍ତି ଭାରତୀୟ ଯୁବ ତାରକା ପୃଥ୍ଵୀ ସ । ଦଳରେ ସାମିଲ ନେଇ ଆଶା ବାନ୍ଧି ବସିଥିବା ପୃଥ୍ଵୀ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି । ସୋସିଆଲ ମିଡିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ବ୍ୟାଟ୍‌ରେ ପୃଥ୍ଵୀ’ଙ୍କର ପ୍ରଦର୍ଶନ ଏବେ ଭଲ ଥିଲା ବେଳେ ତାଙ୍କୁ ସୁଯୋଗ ନ ମିଳିବା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
୨୨ ବର୍ଷୀୟ ପୃଥ୍ଵୀ ସ’ଙ୍କର ଏହି ବର୍ଷ ଘରୋଇ କ୍ରିକେଟ୍‌ ଏବଂ ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ ରହିଥିବା ସତ୍ତ୍ୱେ ତାଙ୍କୁ ସିରିଜ୍‌ରେ ସୁଯୋଗ ନ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେଥି ପାଇଁ ପୂର୍ବତନ କ୍ରିକେଟର ପୃଥ୍ଵୀଙ୍କ ସପକ୍ଷରେ ସ୍ୱର ଉଠାଇଛନ୍ତି ।

ଘରୋଇ କ୍ରିକେଟରେ ପୃଥ୍ଵୀଙ୍କ ପ୍ରଦର୍ଶନ:

ଗତ ଏକ ବର୍ଷ ହେଲା ପୃଥ୍ଵୀ ସ’ଙ୍କ ନାଁରେ ଭଲ ସ୍କୋର ରେକର୍ଡ ରହିଛି । ସେ ଏକ ପ୍ରକାର ଘରୋଇ କ୍ରିକେଟରେ ରନର ବର୍ଷା କରିଛନ୍ତି । ୩୬ଟି ଫାଷ୍ଟ କ୍ଲାସ୍‌ ମ୍ୟାଚ୍‌ରେ ୫୦ ରନ୍‌ ହାରରେ ୩୦୮୪ ରନ ସଂଗ୍ରହ କରିଛନ୍ତି । ଆହୁରି ମଧ୍ୟ ୪୬ଟି ଲିଷ୍ଟ-ଏ ମ୍ୟାଚ୍‌ରେ ୫୬ ଆଭେରେଜ୍‌ରେ ୨୪୧୦ରନ ନିଜ ନାଁରେ କରିଛନ୍ତି । ଘରୋଇ କ୍ରିକେଟରେ ଏପର୍ଯ୍ୟନ୍ତ ୧୯ଟି ଶତକ ତାଙ୍କ ନାଁରେ ମଧ୍ୟ ଅଛି । ଯଦି ତାଙ୍କର ପୂର୍ବ ୧୦ଟି ଇନିଂସ୍‌ ଦେଖିବା ସେଥିରେ ୨ଟି ଶତକ ଏବଂ ୩ଟି ଅର୍ଦ୍ଧଶତକ ରହିଛି । ତେବେ ଟିମ୍‌ ସିଲେକ୍ସନରେ ପୃଥ୍ଵୀ ଆଦୌ ଖୁସି ନାହାଁନ୍ତି । ସୋମବାର ଦିନ ଟିମ୍‌ ଘୋଷଣା ହେବା ପରେ ସେ ନିରାଶ ହୋଇ ଲେଖିଛନ୍ତି ‘ସାଇବାବା ଆପଣ ଦେଖୁଛନ୍ତି ନା ’। ଖୁବ୍‌ ନିମ୍ନସ୍ତରରୁ କଠିନ ସଂଘର୍ଷ କରି ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିଥିବା ପୃଥ୍ଵୀ କେତେବେଳେ ଆହତ କାରଣରୁ ତ କେବେ ବିବାଦ କାରଣରୁ ଦଳରୁ ବାଦ୍‌ ପଡ଼ିଛନ୍ତି । ଏହାପରେ ମଧ୍ୟ ସେ ନିଜ ଦକ୍ଷତା ଦେଖାଇ ଭଲ ସ୍କୋର କରି ଚାଲିଛନ୍ତି । ତଥାପି ସିନିୟର ଟିମ୍‌ରେ ତାଙ୍କୁ ଜାଗା ନମିଳିବା ଘଟଣା ତାଙ୍କୁ ଖୁବ୍‌ ମର୍ମାହତ କରିଛି ।

ଭାରତ-ବାଂଲାଦେଶ ସିରିଜ୍‌ ଟିମ୍‌ :
ଭାରତୀୟ ଦଳ(ଟେଷ୍ଟ):

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍‌.ରାହୁଲ, ଶୁଭମନ୍‌ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ଥ (ଓ୍ଵିକେଟ କିପର), କେ.ଏସ୍‌.ଭାରତ (ଓ୍ଵିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ୍‌ ଯାଦବ, ଶର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ ଏବଂ ଉମେଶ ଯାଦବ ।

ଦିନିକିଆ ଦଳ

ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, କେ.ଏଲ୍‌.ରାହୁଲ , ବିରାଟ କୋହଲି, ରଜତ ପଟିଦାର, ଶ୍ରେୟସ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ଥ (ଓ୍ଵିକେଟ କିପର), ଈଶାନ କିଷନ (ଓ୍ଵିକେଟ କିପର), ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, ଓ୍ଵାଶିଂଟନ ସୁନ୍ଦର, ଶର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଦୀପକ ଚହର ଏବଂ ୟଶ୍‌ ଦୟାଲ ।

 

 

KNews Bureau

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

55 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

4 hours ago