ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରୋ ହକି ଲିଗ୍‌, ବିଶ୍ୱ ବିଜେତା ବେଲଜିୟମକୁ ଭେଟିବ ଭାରତ

କେନ୍ୟୁଜ୍(ବ୍ୟୁରୋ): ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରୋ ହକି ଲିଗ୍‌ । ଏଫଆଇଏଚ୍‌ ହକି ପ୍ରୋଲିଗ୍‌ –୨୦୨୦ ରେ ବିଶ୍ୱ ବିଜେତା ବେଲଜିୟମକୁ ଭେଟିବ ଭାରତ । ବିଶ୍ୱକପ୍‌ ପରେ ପ୍ରଥମ ଥର ପାଇଁ ଉଭୟ ଦେଶ ମୁହାଁମୁହିଁ ହେବେ । ଏଥିପାଇଁ ଦୁଇ ଦେଶ ଜୋରଦାର ଅଭ୍ୟାସ କରିଛନ୍ତି । ବିଶ୍ୱକପ୍‌ ପରାଜୟର ବଦଲା ନେବାକୁ ଅଣ୍ଟା ଭିଡିଛି ଭାରତୀୟ ହକି ଟିମ୍‌ । ଗତ ଜାନୁୟାରୀରେ କଳିଙ୍ଗ ଷ୍ଟାଡିୟମରେ ଶକ୍ତିଶାଳୀ ନେଦରଲ୍ୟାଣ୍ଡକୁ ଶୋଚନୀୟ ଭାବେ ପରାସ୍ତ କରିବା ପରେ ଭାରତୀୟ ଖେଳାଳିଙ୍କ ମନବୋଳ ଦୃଢ଼ ରହିଛି । ସବୁ ଖେଳାଳି ଫିଟ୍‌ ଥିବା ସହ ଘରୋଇ ପରିବେଶର ଫାଇଦା ନେବାକୁ ଟିମ୍‌ ଇଣ୍ଡିଆ ଚେଷ୍ଟା କରିବ । ସେପଟେ କଳିଙ୍ଗ ଷ୍ଟାଡିୟମରେ ବଜିୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ ଭ୍ରମଣ କାରୀ ବେଲଜିୟମ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.