ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ବିରାଟ ବାହିନୀ ପାଇଁ ଅନେକ ଚିନ୍ତା

ମେଲବର୍ଣ୍ଣ : ଠିକ୍‌ ଖ୍ରୀଷ୍ଟମାସ ପରଦିନ ଅର୍ଥାତ୍‌ ଡିସେମ୍ବର ୨୬ ହେଉଛି ବକ୍ସିଂ ଡେ । ଏହି ସମୟରେ ଯେକୌଣସି ସିରିଜ୍‌ ପଡ଼େ ନିଶ୍ଚିତ ଭାବେ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୁଏ । ସେହି ପରମ୍ପରାରେ ଆସନ୍ତା ୨୬ ତାରିଖରୁ ମେଲବର୍ଣ୍ଣରେ ଆରମ୍ଭ ହେବ ଭାରତ-ଆଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ୍‌ । ଏବେ ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ୧-୧ ସମାନ ସ୍ଥିତିରେ ରହିଛନ୍ତି । ତେଣୁ ଉଭୟ ଦଳ ଏହି ମ୍ୟାଚ୍‌ ଜିତି ସିରିଜ୍‌ରେ ଆଗୁଆ ରହିବା ଲକ୍ଷ୍ୟରେ ରହିଛନ୍ତି । ତେବେ କଙ୍ଗାରୁ ଟିମ୍‌ ତୁଳନାରେ ଟିମ୍‌ ଇଣ୍ଡିଆର କିଛି ସମସ୍ୟା ରହିଛି । ଯାହା ନିହାତି ଦୂର ହେବା ଦରକାର । ନଚେତ ପୁଣି ପର୍ଥର ଦଶା ଭୋଗି ପାରେ ବିରାଟ ବାହିନୀ ।

ମେଲବର୍ଣ୍ଣରେ ନେଟ୍‌ ପ୍ରାକ୍ଟିସ ବେଳେ ଜାଡେଜା, କୋହଲି ଓ ପାଣ୍ଡ୍ୟା

ସମସ୍ୟା ନମ୍ବର ୧-

ପର୍ଥରେ ଜଣେ ସ୍ପେସାଲିଷ୍ଟ ସ୍ପିନରଙ୍କୁ ନଖେଳାଇ ଭୁଲ କରିଥିଲା ଭାରତୀୟ ଦଳ । ଏକଥାକୁ ନିଜେ ଅଧିନାୟକ ବିରାଟ କୋହଲି ସ୍ୱୀକାର କରିଛନ୍ତି । କିନ୍ତୁ ସେ ଆହତ ଥିବାରୁ ମେଲବର୍ଣ୍ଣରେ ଖେଳିବେ ନାହିଁ । ଏବେ କୋଚ୍‌ ରବି ଶାସ୍ତ୍ରୀ କହୁଛନ୍ତି ଯେ ରବୀନ୍ଦ୍ର ଜାଡେଜା ଶତପ୍ରତିଶତ ଫିଟ୍‌ ନଥିବାରୁ ଆମେ ତାଙ୍କୁ ପର୍ଥରେ ଖେଳାଇ ନଥିଲୁ । ଏବେ କିନ୍ତୁ ତୃତୀୟ ଟେଷ୍ଟରେ କାହାକୁ ନେବେ ସେ କଥା ସ୍ପଷ୍ଟ ହୋଇ ପାରୁନାହିଁ ।

ସମସ୍ୟା ନମ୍ବର-୨

ହେଉଛି ଓପ୍‌ନିଂ ଯୋଡ଼ି । ଉଭୟ କେ.ଏଲ୍‌ ରାହୁଲ ଓ ମୁରଲୀ ବିଜୟଙ୍କ ପ୍ରଦର୍ଶନ ଆଶନୁରୂପ ହୋଇ ପାରିନାହିଁ । ତେଣୁ ତାଙ୍କୁ ପରିବର୍ତ୍ତନ କରିବାକୁ ଦଳ ଚାହୁଁଛି । ହେଲେ ହାତରେ ବିକଳ୍ପ କମ୍‌ । କାରଣ ପୃଥ୍ଵୀ ସ ଆହତ ହୋଇ ଦଳରୁ ବାଦ୍‌ ପଡ଼ିଛନ୍ତି । ସେଥିଲାଗି ମୟଙ୍କ ଅଗ୍ରଓ୍ଵାଲଙ୍କୁ ଡକା ଯାଇଛି । ରୋହିତ ଶର୍ମା ଥିଲେ ମଧ୍ୟ ହୁଏତ ତାଙ୍କ ଉପରେ ଭରସା କରି ପାରୁନାହାନ୍ତି ଅଧିନାୟକ ଓ କୋଚ୍‌ । ଏଭଳି ସ୍ଥିତିରେ କାହାକୁ ଓପ୍‌ନିଂ ଦାୟିତ୍ୱ ଦିଆଯିବ ତାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନାହିଁ ।

ଅଭ୍ୟାସ ବେଳେ ମୟଙ୍କ ଅଗ୍ରଓ୍ଵାଲଙ୍କ ସହ କୋହଲି

ମଧ୍ୟଭାଗରୁ କାହାକୁ ଓପନିଂ ଦାୟିତ୍ୱ ଦେବା ଲାଗି ପ୍ରସ୍ତାବ ରହିଛି । ହେଲେ ସେ କିଏ ହେବେ ତାକୁ ନେଇ ଆଲୋଚନା ସରୁ ନାହିଁ । ପୃଥ୍ଵୀ ସ’ଙ୍କ ଆଘାତ ମୁରଲୀ ବିଜୟଙ୍କ ପାଇଁ ବରଦାନ ସଦୃଶ ହୋଇଛି । ସେ ୧୧ ଜଣିଆ ଦଳରୁ ବାଦ୍‌ ପଡ଼ିବା ସମ୍ଭାବନା କମ୍‌ । କାରଣ ଅଷ୍ଟ୍ରେଲିଆରେ ତାଙ୍କର ଭଲ ରେକର୍ଡ଼ ରହିଛି । ହେଲେ ରାହୁଲ ନିଜ ପ୍ରତିଭାର ଉପଯୋଗ କରିବାକୁ ବାରମ୍ବାର ଅସମର୍ଥ ହେଉଛନ୍ତି । ତେଣୁ ତାଙ୍କୁ ହିଁ ତୃତୀୟ ଟେଷ୍ଟରେ ବସିବାକୁ ପଡ଼ି ପାରେ । ଯଦି ହନୁମା ବିହାରୀଙ୍କୁ ଓପ୍‌ନିଂ ପାଇଁ କୁହାଯାଏ ତେବେ ରୋହିତ ଶର୍ମା ମଧ୍ୟଭାଗରେ ଖେଳିବେ ।

ଅଶ୍ୱିନ୍‌, ଜାଡେଜା ନା ପାଣ୍ଡ୍ୟା ?

ଦଳରେ ଆଉ ଜଣେ ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାମିଲ କରାଯାଇଛି । ତେବେ କୋଚ୍‌ ରବି ଶାସ୍ତ୍ରୀଙ୍କ କଥାରୁ ତାଙ୍କୁ ଚୂଡ଼ାନ୍ତ ଦଳରେ ଖେଳାଯିବା ଭଳି ଲାଗୁ ନାହିଁ । କାରଣ ପଛରେ ଡକା ଯାଇଥିବା ଏହି ଖେଳାଳିଙ୍କର ମ୍ୟାଚ୍‌ ପ୍ରାକ୍ଟିସ୍‌ ନାହିଁ ବୋଲି ସଫା ସଫା କହି ଦେଇଛନ୍ତି ଶାସ୍ତ୍ରୀ । ଯାହା ତାଙ୍କର ଦଳରେ ସାମିଲ ହେବା ଉପରେ ପ୍ରଶ୍ନ ଉଠାଇଛି । ତେଣୁ ଅନୁମାନ କରାଯାଉଛି ପୂର୍ବାପେକ୍ଷା ଫିଟ୍‌ ଥିବା ଜାଡେଜା ହିଁ ଏହି ମ୍ୟାଚ୍‌ରେ ଖେଳି ପାରନ୍ତି । ଉଭୟ ଜାଡେଜା ଓ ଅଶ୍ୱିନ୍‌ ଆଜି ନେଟ୍‌ ଅଭ୍ୟାସ ବେଳେ ବୋଲିଂ କରିଥିଲେ । ଜାଡେଜା ଲମ୍ବା ସ୍ପେଲ ଓ ଅଶ୍ୱିନ୍‌ କମ୍‌ ଓଭର ବୋଲିଂ କରିଥିଲେ । ଏମାନଙ୍କ ଉପରେ ଟିମ୍‌ ଫିଜିଓ ନଜର ରଖିଥିଲେ । କୋଚ୍‌ ଶାସ୍ତ୍ରୀଙ୍କ କହିବା କଥା, ଆଗାମୀ ୪୮ ଘଣ୍ଟା ଯାଏ ଅଶ୍ୱିନ୍‌ଙ୍କ ଉପରେ ନଜର ରଖା ଯାଇଛି । ଏହାର ଅର୍ଥ ହେଉଛି ଯଦି ଅଶ୍ୱିନ୍‌ ଫିଟ୍‌ ହେବେ ତେବେ ତାଙ୍କର ଖେଳିବା ସମ୍ଭାବନା ଅଧିକ । ସେପଟେ ସ୍ପିନର କୁଲଦୀପ ଯାଦବ ମଧ୍ୟ ଦଳରେ ଅଛନ୍ତି । କିନ୍ତୁ ତାଙ୍କ କଥା ବିଚାର କରାଯାଇ ନାହିଁ ।
ଏଭଳି ସବୁ ସମସ୍ୟାକୁ ଏଡ଼ାଇ ମେଲବର୍ଣ୍ଣର ଫ୍ଲାଟ୍‌ ପିଚ୍‌ରେ କିଭଳି ଜୋରଦାର କମ୍‌ବ୍ୟାକ୍‌ କରିଥିବା କଙ୍ଗାରୁକୁ ସାମନା କରୁଛି ବିରାଟ ବାହିନୀ ତାହା ଦେଖିବାର କଥା ।

ମେଲବର୍ଣ୍ଣର ୟାରା ପାର୍କ ଠାରେ ଚାଲିଛି ଗ୍ରାଣ୍ଡ ଇଣ୍ଡିଆନ୍‌ ସମର୍‌ ଫେଷ୍ଟିଭାଲ । ଏହି ଅବସରରେ ଭାରତ ଓ ଅଷ୍ଟ୍ରେଲିଆ ଦଳର ଅଧିନାୟକ ବର୍ଡ଼ର-ଗାଭାସ୍କର ଟ୍ରଫି ସହ ଫଟୋ ପାଇଁ ପୋଜ୍‌ ଦେଇଛନ୍ତି

 

KNews Bureau

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

22 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

24 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

27 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

34 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

48 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago