ସହିଦଙ୍କ ସମ୍ନାନରେ ବିରାଟ କୋହଲି ନେଲେ ଏହି ବଡ଼ ନିଷ୍ପତ୍ତି , ଜାଣନ୍ତୁ କଣ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଫୁଲୱାମା ଆତଙ୍କୀ ଆକ୍ରମଣ ପରେ ଏକ ବଡ଼ ନିର୍ଣ୍ଣୟ ନେଇଛନ୍ତି। ଘଟଣାକୁ ନେଇ କ୍ରୋଧ ଏବଂ ଶୋକରେ ଦେଶ ରହିଥିବା ବେଳେ ବିରାଟ କୋହଲି ତାଙ୍କ ଫାଉଣ୍ଡେସନ ତରଫରୁ ଦେବାକୁ ଥିବା ଇଣ୍ଡିଆନ ସ୍ପୋର୍ଟ୍ସ ଅନର ପୁରସ୍କାରକୁ ରଦ୍ଧ କରିଛନ୍ତି। ଏବେ ଏହି କାର‌୍ୟ୍ୟକ୍ରମ ପରେ ହେବ।

ନିଶ୍ଚିତ ପଢ଼ନ୍ତୁ:  ପୁଲୱାମା ଆକ୍ରମଣ ପରେ ସାରା ଦେଶରେ ଶୋକାକୁଳ ପରିବେଶ, ହେଲେ ଏମିତି କିଛି କରିଦେଲେ ବିରାଟ୍ କୋହଲି ଚିହିଁକି ଉଠିଲେ ପ୍ରଶଂସକ

ବିରାଟ କୋହଲି ଶୁକ୍ରବାର ରାତିରେ ଟ୍ବିଟ କରି, ଆଜି ଅର୍ଥାତ୍ ଶନିବାର ଦିନ ହେବାକୁ ଥିବା ସମସ୍ତ ଇଭେଣ୍ଟକୁ ରଦ୍ଧ କରିଥିଲେ। ଏହା ପୂର୍ବରୁ ଶୁକ୍ରବାର ଦିନ ବିରାଟ କୋହଲି ଟ୍ବିଟ କରି କହିଥିଲେ, ଫୁଲୱାମା ଆଟାକର ଖବର ଶୁଣି ମୁଁ ଦୁଃଖି। ସହିଦ ଯବାନଙ୍କୁ ମୋର ଶ୍ରଦ୍ଧାଞ୍ଜଳୀ ସହ ଆହତ ଯବାନଙ୍କର ଶୀଘ୍ର ଠିକ୍ ହେବାର କାମନା କରୁଛି ମୁଁ।


ବିରାଟଙ୍କ କାଲି ଟ୍ବିଟ ପାଇଁ ତାଙ୍କୁ ଖୁବ୍ ଟ୍ରୋଲର ସାମ୍ନା କରିବାକୁ ପଡ଼ିଥିଲା। ଶୋକାକୁଳ ପରିବେଶରେ କ୍ୟାପଟେନ୍ କୋହଲି ଏମିତି କିଛି କରିଦେଇଥିଲେ ଯାହା ଫଳରେ ପ୍ରଶଂସକଙ୍କ ଟାର୍ଗେଟକୁ ଚାଲିଆସିଥିଲେ । ଏନେଇ କୋହଲିଙ୍କୁ ଜବରଦସ୍ତ ଟ୍ରୋଲ୍ କରିଥିଲେ ପ୍ରଶଂସକ । ସମସ୍ତ ଦେଶବାସୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସମୟରେ କୋହଲିଙ୍କୁ କିନ୍ତୁ ସ୍ପୋର୍ଟ୍ସ କ୍ଲବ୍ ର ବିଜ୍ଞାପନ ଚିନ୍ତା । ଏହି ବଡ଼ ଧରଣର ଆତଙ୍କବାଦୀ ହମଲା ପରେ ସ୍ପୋର୍ଟ୍ସ ଓନର ପାଇଁ ଟୁଇଟ୍ କରି ଭୋଟ୍ ମାଗିଥିଲେ ।ଫଳରେ ତାଙ୍କୁ ପ୍ରଶଂସକଙ୍କ ଟ୍ରୋଲର ସାମ୍ନା କରିବାକୁ ପଡ଼ିଥିଲା।