ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସିଫ୍ଟ ହେଲା ଆଇପିଏଲ ମ୍ୟାଚ୍, ଧର୍ମଶାଳା ନୁହେଁ ମୁମ୍ବାଇରେ ହେବ ପଞ୍ଜାବ ଏବଂ ମୁମ୍ବାଇ ମ୍ୟାଚ

ଜମ୍ମୁ କଶ୍ମୀର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଇଥିଲା । ଏହାପରେ ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ଉପରେ ପ୍ରତିଶୋଧ ନେଇଛି । ପାକିସ୍ତାନ ସଂଲଗ୍ନ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକୁ ହାଇଆଲର୍ଟରେ ରଖାଯାଇଛି । ଏହି ଉତ୍ତେଜନାର ପ୍ରଭାବ ଏବେ ଆଇପିଏଲ୍ ୨୦୨୫ ଉପରେ ପଡ଼ିଛି । ସୁରକ୍ଷା ଦୃଷ୍ଟିକୋଣରୁ ଆଇପିଏଲ୍ ସିଡ୍ୟୁଲରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।
ମେ ୧୧ ତାରିଖରେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ । ଏହି ମ୍ୟାଚ୍ ଧର୍ମଶାଳାରେ ଖେଳା ଯିବାର ରହିଥିଲା । ମାତ୍ର ଏବେ ଏଥିରେ ପରିବର୍ତ୍ତନ କରାଯାଇଛି । ମ୍ୟାଚ୍କୁ ବିସିସିଆଇ ମୁମ୍ବାଇକୁ ସ୍ଥାନାନ୍ତର କରିଛି । କିନ୍ତୁ ସିଫ୍ଟ ହୋଇଥିବା ମ୍ୟାଚ କେବେ ଖେଳାଯିବ ତାହା ସ୍ପଷ୍ଟ କରିନାହିଁ ବିସିସିଆଇ ।
ସୂଚନାଯୋଗ୍ୟ, ଅପରେସନ ସିନ୍ଦୂର ପରେ ପାକିସ୍ତାନ ସହ ଉତ୍ତେଜନା ବଢିବା କାରଣରୁ ଧର୍ମଶାଳା, ଜମ୍ମୁ ଓ ଚଣ୍ଡିଗଡ଼ ସହିତ ଅନେକ ବିମାନ ବନ୍ଦରକୁ ବନ୍ଦ କରାଯାଇଛି । ଏହା ମଧ୍ୟରେ ଆଜି ଧର୍ମଶାଳାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ ।
Also Read : ବିସିସିଆଇ ବଏକଟ୍ କଲେ ବରବାଦ୍ ହୋଇଯିବ ପାକିସ୍ତାନ ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ, ସହିବ କୋଟି କୋଟି ଟଙ୍କା କ୍ଷତି