ବ୍ୟାଡମିଣ୍ଟନ ଏସିଆ ଚାମ୍ପିଅନସିପ୍‌, ସେମିଫାଇନାଲରେ ପହଞ୍ଚିଲେ ପିଭି ସିନ୍ଧୁ

ଅଲିମ୍ପିକରେ ଦୁଇଥର ପଦକ ବିଜେତା ପିଭି ସିନ୍ଧୁଙ୍କ ବ୍ୟାଡମିଣ୍ଟନ ଏସିଆ ଚାମ୍ପିଅନସିପରେ ମହିଳା ସିଙ୍ଗିଲସ୍ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି। ଏକ ରୋମାଞ୍ଚକ ମ୍ୟାଚରେ ଚୀନର ବିଙ୍ଗ ଜିଆଓଙ୍କୁ ୨୧-୯,୧୩-୨୧,୨୧-୧୯ ସେଟରେ ପରାସ୍ତା କରିଛନ୍ତି। ଏହି ବିଜୟ ସହିତ ସିନ୍ଧୁ ଟୁର୍ଣ୍ଣାମେଣ୍ଟରେ ଅତି କମରେ ବ୍ରୋଞ୍ଜ ପଦକ ପକ୍କା କରିଛନ୍ତି। କରୋନା ମହାମାରୀ ଯୋଗୁଁ ଏହା ଗତ ଦୁଇବର୍ଷ ହେଲାଣି ବନ୍ଦ ରହିଥିଲା। ତେଣୁ ଦୀର୍ଘ ୨ ବର୍ଷ ପରେଏସିଆ ଚମ୍ପିଆନସିପ୍ ଟୁର୍ଣ୍ଣାମେଣ୍ଟ ଖେଳା ଯାଇଛି।

ଏହି ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ସ୍ଥାନରେ ସିନ୍ଧୁ ୨୦୧୪ ରେ ଗିମାଚିୟୋନରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ପଦକ ଜିତିଥିଲେ। ସିନ୍ଧୁଙ୍କୁ ପଞ୍ଚମ ର‍୍ୟାକିଂ ପ୍ରାପ୍ତ ଚୀନ୍ ଖେଳାଳିଙ୍କୁ ହରାଇବାକୁ ୧ଘଣ୍ଟା ୧୬ ମିନିଟ୍‌ ଲାଗିଥିଲା। ଦୁହିଁଙ୍କ ଭିତରେ ୧୭ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ଜିଆଓ ୯ଟି ଓ ସିନ୍ଧୁ ୮ଟି ଜିତିଛନ୍ତି। ସିନ୍ଧୁ ଲଗାତାର ୩ଟି ମ୍ୟାଚରେ ଜିଆଓଙ୍କୁ ପରାସ୍ତ କରିଛନ୍ତି।

ଏହି ମ୍ୟାଚରେ ସିନ୍ଧୁ ପ୍ରଥମ ଗେମରୁ ହିଁ ୧୧-୨ ସେଟରେ ଆଗୁଆ ରହିଥିଲେ। ସିନ୍ଧୁ ୧-୦ରେ ଆଗରେ ରହିଥିଲେ। ଏହା ପରେ ଦ୍ୱିତୀୟ ସେଟରେ ଚୀନର ବିଙ୍ଗ ଜିଆଓ ୧୯-୧୨ ସେଟରେ ଆଗୁଆ ରହି ମ୍ୟାଚକୁ ୧-୧ ବରାବର କରିଥିଲେ। ଶେଷ ମ୍ୟାଚରେ ଦୁଇ ଜଣ ଖେଳାଳି ୨-୨ରେ ରହିଥିଲେ। କିନ୍ତୁ ସିନ୍ଧୁ ଶେଷରେ ୧୧-୫ରେ ସେଟରେ ଆଗୁଆ ଥିଲେ। ସିନ୍ଧୁ ୧୫-୯ ସେଟରେ ଆଗୁଆ ରହିଥିବା ବେଳେ ଚୀନର ବିଙ୍ଗ ମଛିରେ ୧୬-୧୫ ସେଟ୍‌ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲେ। କିନ୍ତୁ ଏହା ପରେ ସିନ୍ଧୁ ୪ ମ୍ୟାଚ ପଏଣ୍ଟ ହାସଲ କରି ମ୍ୟାଚକୁ ନିଜ ନାମରେ କରିନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.