ପ୍ୟାରିସ୍‌ ଅଲିମ୍ପିକ୍ସ: ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ପିଭି ସିନ୍ଧୁ

ଦୁଇ ଥରର ଅଲିମ୍ପିକ୍ ପଦକ ବିଜେତା ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସେ ଇଷ୍ଟୋନିଆର କ୍ରିଷ୍ଟିନ କୁବାଙ୍କୁ ପରାସ୍ତ କରିଛନ୍ତି । ଏହି ମ୍ୟାଚ୍‌କୁ ପିଭି ସିନ୍ଧୁ ସିଧାସଳଖ ସେଟ୍‌ରେ ଜିତି ଯାଇଛନ୍ତି । ସେ ଇଷ୍ଟୋନିଆ ଖେଳାଳିଙ୍କୁ ପ୍ରାୟ ୩୪ ମିନିଟ୍‌ରେ ହରାଇଛନ୍ତି ।

ଏହାପୂର୍ବରୁ ପ୍ରଥମ ରାଉଣ୍ଡରେ ସେ ମାଲଦ୍ୱୀପର ଫାତିମା ନବାହା ଅବଦୁଲ ରଜାକଙ୍କୁ ଏକପାଖିଆ ମ୍ୟାଚରେ ପରାସ୍ତ କରିଥିଲେ ।

ମ୍ୟାଚ୍ ଆରମ୍ଭରୁ ହିଁ ପିଭି ସିନ୍ଧୁ ନିଜର ଦବ୍‌ଦବା ବଜାୟ ରଖିଥିଲେ । ସେ ଅତି ସହଜରେ ୨୧-୫ରେ ପ୍ରଥମ ସେଟ୍ ଜିତିଥିଲେ । ଦ୍ୱିତୀୟ ସେଟ୍‌ରେ ମଧ୍ୟ ସିନ୍ଧୁଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରତ୍ୟାବର୍ତ୍ତନ କରିପାରି ନ ଥିଲେ ଏବଂ ଭାରତୀୟ ତାରକା ଦ୍ୱିତୀୟ ସେଟ୍‌କୁ ୨୧-୧୦ରେ ଜିତି ଯାଇଥିଲେ ।

ପ୍ୟାରିସ୍ ଅଲିମ୍ପିକ୍ସରେ ପିଭି ସିନ୍ଧୁ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛନ୍ତି । ଜୁଲାଇ ୨୮ରେ ମହିଳା ସିଙ୍ଗଲ୍ସ ମ୍ୟାଚ୍‌ରେ ସେ ମାଲଦ୍ୱୀପର ଫାତିମା ନବାହା ଅବଦୁଲ ରଜାକଙ୍କୁ ସିଧାସଳଖ ସେଟରେ ହରାଇଥିଲେ । ଏହି ମ୍ୟାଚ୍‌କୁ ସେ ୨୯ ମିନିଟ୍‌ରେ ଜିତିଥିଲେ ।