କୋଲକାତାର ପ୍ରଥମ ବିଜୟ, ରାଜସ୍ଥାନ ରୟାଲ୍ସକୁ ୮ ୱିକେଟରେ ପରାସ୍ତ କରିଛି ଦଳ

ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ-କେକେଆରର ପ୍ରଥମ ବିଜୟ । ରାଜସ୍ଥାନ ରୟାଲ୍ସକୁ ଏକତରଫା ଭାବେ ୮ ୱିକେଟରେ ପରାସ୍ତ କରିଛି ଦଳ । ଅନ୍ୟ ପକ୍ଷରେ ରାଜସ୍ଥାନ ଦୁଇଟି ମ୍ୟାଚରୁ ଦ୍ବିତୀୟ ପରାଜୟ ସହ ତାଲିକାର ସବାଶେଷ ସ୍ଥାନରେ ରହିଛି ।

ଗତକାଲି ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ମାତ୍ର ୧୫୨ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଯାହାକୁ କୋଲକାତା ୧୫ ବଲ ପୂର୍ବରୁ କେବଳ ୨ ୱିକେଟ ହରାଇ ହାସଲ କରି ନେଇଥିଲା ।  ମୋଇନ ଅଲ୍ଲୀ ୫ ରନ ଓ ଅଧିନାୟକ ଆଜିଙ୍କ୍ୟ ରାହାଣେ ୧୮ ରନ କରିଥିଲେ । ଅନ୍ୟତମ ଓପନର କ୍ବିଣ୍ଟନ ଡିକକ୍ ଅପରାଜିତ ୯୭ ରନ ଓ ଅଙ୍ଗକ୍ରିସ ରଘୁବଂଶୀ ଅପରାଜିତ ୨୨ରନ ଅଭିଭାଜିତ ତୃତୀୟ ୱିକେଟରେ ୮୩ ରନ ଯୋଡି କୋଲକତାକୁ ସହଜ ବିଜୟ ଉପହାର ଦେଇଥିଲେ । ଜୋଫ୍ରା ଆର୍ଟରଙ୍କୁ ଛକା ମାରି ଅପରାଜିତ ଡିକକ କୋଲକାତାର ବିଜୟ ମୁଣ୍ଡି ମାରିଥିଲେ । ଡି କକ ୮ଟି ଚୌକା, ୬ଟି ଛକା ମାରି ୬୧ ବଲରେ ୯୭ ରନ କରିଥିଲେ ।  ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ପାୱାର ପ୍ଲରେ ଗୋଟିଏ ୱିକଟେ ହରାଇ ୫୪ ରନର ସମ୍ମାନଜନକ ସ୍କୋର କରିଥିଲା ।

ଏହାପରେ କିନ୍ତୁ ମୋଇନ ଅଲ୍ଲୀ ଓ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ପିନରେ ଫସି ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୪୯ ରନ ଭିତରେ ୫ଟି ୱିଟେକ ହରାଇ ସଙ୍କଟରେ ପଡ଼ିଥିଲା ।  ନିର୍ଦ୍ଧାରିତ ଓଭରରେ ଦଳ ୯ ୱିକେଟ ହରାଇ୧୫୧ ରନ କରିଥିଲା । ଯାହାକି ଚଳିତ ଆଇପିଏଲରେ ସର୍ବନିମ୍ନ ଦଳଗତ ସ୍କୋର ଥିଲା । ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ।

 

ଆହୁରି ପଢ଼ନ୍ତୁ : ଆଇପିଏଲ ୨୦୨୫ : ମଇଦାନରେ ମୁହାଁମୁହିଁ ହେବେ ରିୟାନ ଏବଂ ରାହାଣେ, ଟିମରେ ଦୁଇଟି ପରିବର୍ତ୍ତନ କରିପାରେ ରାଜସ୍ଥାନ…