ବିରାଟଙ୍କୁ ନେଇ ସିରାଜ ଏବଂ ଅଶ୍ୱିନ ଲେଖିଲେ ଏମିତି ଭାବବିହ୍ଵଳ ପୋଷ୍ଟ

ଟେଷ୍ଟ୍ କ୍ରିକେଟର ଦାୟିତ୍ୱ ଛାଡିବା ପରେ ବିରାଟ କୋହଲିଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ହାରିବା ପରେ ବିରାଟ ନିଜ ଇସ୍ତଫା ପ୍ରଦାନ କରିଥିଲେ । ସେ ଆଗକୁ ଟେଷ୍ଟ୍ ଖେଳିବେ ହେଲେ ଆଉ ଅଧିନାୟକ ରହିବେ ନାହିଁ ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ଯାହାକୁ ନେଇ କ୍ରିକେଟ ଜଗତରେ ଚର୍ଚ୍ଚା ଜୋର୍ ଧରିଛି । ଅନେକ ଖେଳାଳି ବିରାଟଙ୍କ ସହ ଫଟୋ ସେୟାର କରି ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି । ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ ବିରାଟ କୋହଲିଙ୍କ ପାଇଁ ଭାବବିହ୍ଵଳ ପୋଷ୍ଟ କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରଲ ହୋଇଛି।
View this post on Instagram
ସିରାଜ ବିରାଟଙ୍କୁ ନିଜର ସୁପରହିରୋ ବୋଲି କହିଛନ୍ତି। ଏହାଛଡା କହିଛନ୍ତି, ବିରାଟ ସବୁବେଳେ ତାଙ୍କ ପାଇଁ କ୍ୟାପଟେନ ହିଁ ରହିବେ। ସିରାଜ ଇନଷ୍ଟାଗ୍ରାମରେ କୋହଲିଙ୍କ ସହିତ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଟୁ ମାଇଁ ସୁପରହିରୋ, ଆପଣ ମୋତେ ଯେଉଁ ପ୍ରକାରର ସପୋର୍ଟ କରିଛନ୍ତି, ମୋର ଉତ୍ସାହ ବଢାଇଛନ୍ତି, ସେଥିପାଇଁ ଧନ୍ୟବାଦ ବହୁତ ଛୋଟ ଶବ୍ଦ ହୋଇଯିବ। ଆପଣ ସବୁବେଳେ ମୋ ପାଇଁ ବଡ ଭାଇ ହୋଇ ରହିବେ। ବିଗତ କିଛି ଦିନ ମଧ୍ୟରେ ମୋ ଉପରେ ଭରସା ଏବଂ ବିଶ୍ୱାସ ରଖିଥିବା ଯୋଗୁଁ ବହୁତ ବହୁତ ଧନ୍ୟବାଦ।
ସେହିପରି ଅଶ୍ୱିନ ମଧ୍ୟ ପୋଷ୍ଟ କରି କହିଛନ୍ତି ଯେ, ସଦାବେଳେ ବିରାଟ ମନେ ରହିବେ । ତାଙ୍କ ରେକର୍ଡ ଓ ଖେଳରେ ଆଭିମୁଖ୍ୟ ସମସ୍ତଙ୍କୁ ପ୍ରେରଣା ଦେବ । ତାଙ୍କ ନେତୃତ୍ୱ ମାଇଲ ଖୁଣ୍ଟ ହୋଇ ରହିବ । ଅନେକ ବ୍ୟକ୍ତି ଅଷ୍ଟ୍ରେଲିଆ, ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଜିତିବା କଥା ସ୍ୱପ୍ନ ଦେଖୁଥିଲେ । ଯାହାକୁ ବାସ୍ତବତାର ରୂପ ଦେଇଥିଲେ ବିରାଟ ।
Cricket captains will always be spoken about with respect to their records and the kind of triumphs they managed, but your legacy as a captain will stand for the kind of benchmarks you have set. There will be people who will talk about wins in Australia, England , Sl etc etc
— Ashwin 🇮🇳 (@ashwinravi99) January 16, 2022
ଆଉ ଏକ ଟ୍ୱିଟରେ ଅଶ୍ୱିନ୍ କହିଛନ୍ତି ଯେ, ଟେଷ୍ଟ କ୍ରିକେଟରୁ ବିରାଟ ମଜବୁତ ସ୍ଥିତିରେ ପହଁଚାଇଛନ୍ତି । ଏବେ ସେ ଦଳକୁ ମୁଣ୍ଡବିନ୍ଧା ଦେଇ ନେତୃତ୍ୱ ଛାଡିଦେଲେ । ବିରାଟ ଯାହା କରନ୍ତି ତାହା ଆଗକୁ ମଧ୍ୟ ପ୍ରେରଣା ଦେବ । ବିରାଟ ଏକ ଅପୂରଣୀୟ ଶୂନ୍ୟସ୍ଥାନ ଛାଡି ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ଅଶ୍ୱିନ୍ କହିଛନ୍ତି ।
ସୂଚନାଯୋଗ୍ୟ, ଟେଷ୍ଟ୍ କ୍ରିକେଟରେ ଅଶ୍ୱିନ ଅଧିକାଂଶ ମ୍ୟାଚ୍ ବିରାଟଙ୍କ ନେତୃତ୍ୱରେ ଖେଳିଛନ୍ତି । ୫୫ ମ୍ୟାଚରୁ ଅଶ୍ୱିନ ୨୯୩ ଓ୍ୱିକେଟ୍ ନେଇଛନ୍ତି । ଏହାସହ ସେ ୨୧ ଥର ୫ ବା ତାଠାରୁ ଅଧିକ ବ୍ୟାଟରଙ୍କୁ ଶିକାର କରିଛନ୍ତି ।