ଭାରତୀୟ ଟିମ୍ ପୁଣିଥରେ ଆକ୍ସନକୁ ଫେରିବାକୁ ଯାଉଛନ୍ତି । ୧୯ ସେପ୍ଟେମ୍ବରରୁ ବାଂଲାଦେଶ ବିପକ୍ଷରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହି ସିରିଜ ବିଶ୍ୱ ଟେଷ୍ଟ ଚାମ୍ପିଅନସିପକୁ ଦୃଷ୍ଟିରେ ରଖି ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ସରିଜ ପୂର୍ବରୁ ଭାରତୀୟ ଟିମ୍ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ରିଟାୟରମେଣ୍ଟ ପ୍ଲାନ ବିଷୟରେ ଖୁଲାସା କରିଛନ୍ତି ।
ଅଶ୍ୱିନ କହିଛନ୍ତି, ଏବେ ସନ୍ନ୍ୟାସ ନେବା ବିଷୟରେ ଚିନ୍ତା କରିନାହିଁ । କିନ୍ତୁ ଇଣ୍ଟରନ୍ୟାସନାଲ କ୍ରିକେଟ କେବେ ଛାଡିବି ତାହା ଜାଣିଛି । ମୋ ମୁଣ୍ଡରେ ସନ୍ନ୍ୟାସ ନେବାକୁ ନେଇ କୌଣସି ଚିନ୍ତା ଏବେ ଆସିନି । ମୁଁ ପ୍ରତିଦିନ ବିଷୟରେ ଚିନ୍ତା କରେ । ଯେତେବେଳେ ଆପଣ ବୁଢା ହେବେ, ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡେ । ଏହା ଆଗ ଭଳି ନାହିଁ । ମୁଁ ଗତ ୩-୪ ବର୍ଷ ହେଲାଣି କଠିନ ପରିଶ୍ରମ କରୁଛି । ମୁଁ ଏବେ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇନି । କିନ୍ତୁ ଯେଉଁଦିନ ମୋତେ ଲାଗିବ ମୋତେ ସୁଧାର କରିବାକୁ ପଡିବ, ସେଦିନ ମୁଁ ସନ୍ନ୍ୟାସ ନେବି ।
ଡିସେମ୍ବର ୧୭କୁ ଅଶ୍ୱିନଙ୍କୁ ୩୮ ବର୍ଷରେ ପାଦ ଦେବେ । ୪୦ ବର୍ଷ ପର୍ଯ୍ୟନ୍ତ କ୍ରିକେଟ ଖେଳିବା ଯାଏଁ ଭାବିଛି । ମୁଁ କେବଳ କ୍ରିକେଟ ପ୍ରତି ନିଜର ଖୁସି ଯୋଗୁଁ ରହିଛି । ଯେଉଁଦିନ ଏହି ଖୁସି ହରାଇବି, ସେଦିନ ଏଥିରୁ ଦୂରେଇ ଯିବି । ଆମେ ସମସ୍ତେ ଖେଳୁଛେ, ସମସ୍ତଙ୍କୁ ଖେଳ ଛାଡିବାକୁ ହେବ । ଆଉ କିଏ ଆସିବ ଭଲ ଖେଳିବ । ଏହା ଭାରତୀୟ କ୍ରିକେଟ ।
ତେବେ ଆର ଅଶ୍ୱିନ ଭାରତ ପାଇଁ ୧୦୦ଟି ଟେଷ୍ଟ ମ୍ୟାଚ ଖେଳିସାରିଛନ୍ତି । ଏହି ମ୍ୟାଚରେ ୫୧୬ ଓ୍ଵିକେଟ ନେଇଛନ୍ତି । ଭାରତର ଦ୍ୱିତୀୟ ସବୁଠାରୁ ଅଧିକ ଓ୍ଵିକେଟ ନେଇଥିବା ବୋଲର ହେଲେ ଅଶ୍ୱିନ । ତାଙ୍କ ଆଗରେ କେବଳ ଅନୀଲ କୁମ୍ବଲେ ରହିଛନ୍ତି । କୁମ୍ବଲେ ୬୧୯ ଓ୍ଵିକେଟ ନେଇଛନ୍ତି । ମୁଁ ଏର୍ଯ୍ୟନ୍ତ କୌଣସି ଟାର୍ଗେଟ ସେଟ୍ କରିନାହିଁ । ଅନୀଲ ଭାଇଙ୍କ ଇଚ୍ଛା ମୁଁ ତାଙ୍କ ରେକର୍ଡ ଭାଙ୍ଗିବି, କିନ୍ତୁ ମୁଁ ପ୍ରତିଦିନ ବଞ୍ଚି ବହୁତ ଖୁସି । ମୁଁ ଲକ୍ଷ୍ୟ ସାଧନ କରିବା ପାଇଁ ଖେଳ ପ୍ରତି ମୋର ଭଲପାଇବା ହରାଇବାକୁ ଚାହୁଁନାହିଁ ।