ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଚାଲିଥିବା ଏଜବାଷ୍ଟନ ଟେଷ୍ଟରେ ବର୍ଣ୍ଣବୈଷମ୍ୟ ଆରୋପ, ଉଦବେଗ୍‌ ପ୍ରକାଶ କଲା ଇସିବି

ଇଂଲଣ୍ଡ ଏବଂ ଇଣ୍ଡିଆ ମଧ୍ୟରେ ଚାଲିଥିବା ଏଜବାଷ୍ଟନ ଟେଷ୍ଟରେ ବର୍ଣ୍ଣବୈଷମ୍ୟ ଆରୋପ ଘଟଣା ଦେଖିବାକୁ ମିଳିଛି। ଏହି ଟେଷ୍ଟ ମ୍ୟାଚରେ ମଇଦାନରେ ଥିବା ଭାରତୀୟ ଫ୍ୟାନ୍ସଙ୍କୁ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ହୋଇଥିବା ଅଭିଯୋଗ ହୋଇଛି। ଇଂଲଣ୍ଡ ଦଳର ସମର୍ଥକ ଏପରି ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଇଂଲଣ୍ଡ ଏବଂ େଓ୍ଵଲସ କ୍ରିକେଟ ବୋର୍ଡ ଉଦବେଗ୍‌ ପ୍ରକାଶ କରିଛି। ଭାରତୀୟ ସମର୍ଥକ ଏନେଇ ଫଟୋ ଏବଂ ଭିଡିଓ ଟ୍ଵିଟ କରିବା ପରେ ଇସିବି ଘଟଣାର ଯାଞ୍ଚ କରିବ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜଣାଇଛି।

ସୋସିଆଲ ମିଡିଆରେ ହୋଇଥିବା ଟ୍ଵିଟ୍‌ରେ ଭାରତୀୟ ଫ୍ୟାନ୍ସ କହିଛନ୍ତି, ଷ୍ଟାଡିୟମରେ ବ୍ଲକ ୨୨ରେ ଥିବା ଇଂଲଣ୍ଡ ଫ୍ୟାନ୍ସ ଭାରତୀୟ ଫ୍ୟାନ୍‌ଙ୍କୁ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେଇଥିଲେ। ଫ୍ୟାନ୍ସଙ୍କ କହିବା ମୁତାବକ, ୧୦ ମିନିଟ୍‌ ପର୍ଯ୍ୟନ୍ତ ଇସିବିକୁ ରିପୋର୍ଟ କରିବା ପରେ ମଧ୍ୟ କୌଣସି ଆକ୍ସନ ନିଆଯାଇନଥିଲା।

ସୋସିଆଲ ମିଡିଆରେ ଏହି ଖବର ପ୍ରଚାରିତ ହେବା ପରେ ଇସିବିର ଅଧିକାରୀ କ୍ଷମତା ପ୍ରାର୍ଥନା କରିଥିଲେ। ଇଂଲଣ୍ଡ ଏବଂ େଓ୍ଵଲସ କ୍ରିକେଟ ବୋର୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛି। ମାମଲାକୁ ଗୁରୁତ୍ୱ ଭାବେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଘଟଣାକୁ ନିନ୍ଦା ମଧ୍ୟ କରିଛି।

ଟିମ୍‌ ଇଣ୍ଡିଆର ୩୭୮ ରନ ଟାର୍ଗେଟକୁ ପିଛା କରୁଥିବା ଇଂଲଣ୍ଡ ଦଳ ୩ ଓ୍ଵିକେଟ ହରାଇ ୨୪୫ ରନ କରିଛି । ପଞ୍ଚମ ଟେଷ୍ଟ ମ୍ୟାଚ ଜିତିବାକୁ ଘରୋଇ ଟିମକୁ ଆଉ ୧୧୯ ରନ ଦରକାର । ଜୋଏ ରୁଟ୍‌ ଓ ବେୟରଷ୍ଟୋ କ୍ରିଜରେ ଅଛନ୍ତି । ଉଭୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ଜୋ ରୁଟ୍‌ ୭୬ ଓ ବେରେଷ୍ଟ୍ରୋ ୭୨ ରନ କରି ଅପରାଜିତ ଅଛନ୍ତି । ଆଲେକ୍ସ ୫୬ ଓ ଓଲେ ପୋପେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଭାରତ ପକ୍ଷରୁ ବୁମରା ୨ଟି ଓ୍ଵିକେଟ ନେଇଛନ୍ତି । ଦ୍ୱିତୀୟ ଇନିଂସରେ ୨୮୪ ରନରେ ଅଲଆଉଟ ହୋଇଛି ଭାରତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.