ଜାଡେଜାଙ୍କ ଅର୍ଦ୍ଧଶତକ ପାଇଁ ରନଆଉଟ୍ ହେଲେ ରାହାଣେ, ଏବେ ଟ୍ରୋଲ ହେଉଛନ୍ତି ଜାଡେଜା

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ୍ଣରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନରେ ଆଜିଙ୍କ୍ୟ ରାହାଣେ ୧୧୨ ରନ୍ କରି ଆଉଟ ହୋଇଛନ୍ତି । ରବିନ୍ଦ୍ର ଜାଡେଜା ଅର୍ଦ୍ଧଶତକ କରିବାକୁ ଥିବା ବେଳେ ରାହାଣେ ସିଙ୍ଗଲ୍ ରନ୍ ନେବାକୁ ଯାଇ ରନ୍ ଆଉଟ ହୋଇଥିଲେ ।
ରାହାଣେ ଏପରି ଆଉଟ ହେବା ପରେ ସୋସିଆଲ ମିଡିଆରେ ୟୁଜର ଜାଡେଜାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ରାହାଣେ ଶତକ ଲଗାଇ କ୍ରିଜରେ ଥିବା ବେଳେ ଜାଡେଜା ଅର୍ଦ୍ଧଶତକ ପାଇଁ ସେ ରନ୍ ଆଉଟ ହୋଇଥିବା ଫ୍ୟାନମାନେ କହିଛନ୍ତି ।

ଜାଡେଜା ଓ ରାହାଣେଙ୍କ ମଧ୍ୟରେ ଷଷ୍ଠ ଓ୍ୱିକେଟରେ ୧୨୧ ରନର ପାର୍ଟନରସିପ୍ ହୋଇଥିଲା । ଭାରତ ବଡ ସ୍କୋର ଅଭିମୁଖେ ଯାଉଥିଲେ ମଧ୍ୟ ୩୨୬ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହାସହ ଅଷ୍ଟ୍ରେଲିଆଠାରୁ ୧୩୧ ରନ୍ ଆଗୁଆ ରହିଥିଲା ।

twitter

୧୧୨ ରନରେ ରାହାଣେ ଆଉଟ ହେବା ପରେ ଫ୍ୟାନ୍ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜାଡେଜା ମଧ୍ୟ ରାହାଣେ ଆଉଟ ହେବା ପରେ ୫୭ ରନ୍ କରି ଆଉଟ ହୋଇଥିଲେ । ତେବେ ଜାଡେଜା କଣ ପାଇଁ ଅର୍ଦ୍ଧଶତକ କରିବାକୁ ତରତର ହେଉଥିଲେ ବୋଲି ପ୍ରଶ୍ନ ଉଠୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.