ଭାରତୀୟ ଟିମର ପୂର୍ବତନ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ହୋଇଛନ୍ତି । ୨୦୨୫ ଆଇପିଏଲରୁ ସେ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ ଆରମ୍ଭ କରିବେ । ଟିମରେ କେବଳ ଖେଳ ନୁହେଁ ବରଂ ମେଣ୍ଟର ଭାବେ କାମ କରିବେ ।
ରାହୁଲ ଦ୍ରାବିଡଙ୍କ କୋଚିଂରେ ଭାରତୀୟ ଟିମ ଜୁଲାଇ ମାସରେ ଟି-୨୦ ବିଶ୍ୱକପ ଜିତିଥିଲା । ଏହାପରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଏବେ ରାହୁଲ ୨୦୧୫ ପରେ ପ୍ରଥମଥର ପାଇଁ ରାଜସ୍ଥାନ ରୟାଲ୍ସକୁ ଫେରିଛନ୍ତି । ୨୦୧୨ ଓ ୨୦୧୩ ଆଇପିଏଲରେ ରାଜସ୍ଥାନ ଦ୍ରାବିଡଙ୍କ ନେତୃତ୍ୱରେ ଖେଳିଥିଲା ।
୨୦୧୪ ଓ ୨୦୧୫ରେ ସେ ରାଜସ୍ଥାନର ମେଣ୍ଟୋର ଏବଂ ଡିରେକ୍ଟର ଅଫ କ୍ରିକେଟ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଗ ଦେଇଥିଲେ । ୪ ବର୍ଷ ସେ ଆଇପିଏଲ ସହ ଯୋଡ଼ି ହୋଇ ରହିବା ପରେ ୨୦୧୯ରେ ଭାରତୀୟ ଅଣ୍ଡର ୧୯ ଟିମର କୋଚ୍ ହୋଇଥିଲେ ।
Watch it till the end because yes, this is happening! 🔥💗 pic.twitter.com/yh5Ozz395E
— Rajasthan Royals (@rajasthanroyals) September 6, 2024
ଦ୍ରାବିଡ ରାଜସ୍ଥାନ ରୟାଲ୍ସର ଡିରେକ୍ଟର ଅଫ କ୍ରିକେଟ କୁମାର ସଙ୍ଗାକାରାଙ୍କ ସହ କାମ କରିବେ । ସଙ୍ଗାକାରା ୨୦୨୨ ସହିତ ରାଜସ୍ଥାନ ଟିମ ସହିତ ଜଡିତ ହୋଇଥିଲେ । ଦୁହିଁ ଜଣ ମହାନ କ୍ରିକେଟରଙ୍କ ଯୁଗଳବନ୍ଦୀ ରାଜସ୍ଥାନ ଟିମ୍ର ଭାଗ୍ୟ ପୁଣି ବଦଳିଯିବ । ରାଜସ୍ଥାନ ରୟାଲ୍ସ ନିଜ ସୋସିଆଲ ମିଡିଆରେ ରାହୁଲ ଦ୍ରାବିଡଙ୍କ କୋଚ ହେବା ସୂଚନା ଦେଇଛି । ଏକ ଭିଡିଓ ମଧ୍ୟ ସେୟାର ହୋଇଛି, ଯେଉଁଥିରେ ଦ୍ରାବିଡ ରାଜସ୍ଥାନ ଟିମ ଜର୍ସିରେ ଦେଖାଦେଇ ହଲ୍ଲା ବୋଲ ମଧ୍ୟ କହିଛନ୍ତି ।
୨୦୧୧-୨୦୧୩ ପର୍ଯ୍ୟନ୍ତ ରାହୁଲ ଦ୍ରାବିଡ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ । ସେ ରାଜସ୍ଥାନ ରୟାଲ୍ସ ପାଇଁ ୪୬ଟି ମ୍ୟାଚ ଖେଳିଥିବା ବେଳେ ୨୯.୬୭ ପ୍ରତିଶତରେ ୧,୨୭୬ ରନ୍ କରିଛନ୍ତି । ଏଥିରେ ୭ଟି ଅର୍ଦ୍ଧଶତକ ରହିଛି । ୨୦୧୩ରେ ଆଇପିଏଲରୁ ସନ୍ନ୍ୟାସ ନେଇଥିଲେ ରାହୁଲ । ୨୦୧୪ରେ ରାଜସ୍ଥାନ ଟିମର ମେଣ୍ଟର ଥିଲେ । ତେବେ ୧୦ ବର୍ଷ ପରେ ରାଜସ୍ଥାନ ଟିମକୁ ଫେରୁଚନ୍ତି ଦ୍ରାବିଡ ।