ଭାରତୀୟ କ୍ରିକେଟ ଟିମର ପୂର୍ବତନ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ଆଇପିଏଲ ୨୦୨୫ରେ ମିଳିପାରେ ବଡ ଦାୟିତ୍ୱ । ଆଇପିଏଲ ୨୦୨୫ ସିଜିନ ପୂର୍ବରୁ ରାଜସ୍ଥାନ ରୟାଲ୍ସର ହେଡ କୋଚ୍ ହେବେ ରାହୁଲ ଦ୍ରାବିଡ । ଜୁନରେ ଟି୨୦ ବିଶ୍ୱକପ ଜିତିଥିବା ଭାରତୀୟ ଟିମର ହେଡ କୋଚ ରହିଥିଲେ ରାହୁଲ ଦ୍ରାବିଡ ।
ରିପୋର୍ଟ ମୁତାବକ, ଦ୍ରାବିଡ ନିକଟରେ ଫ୍ରାଞ୍ଚାଇଜ ସହିତ ଡିଲ୍ ସାଇନ୍ କରିଛନ୍ତି । ଆଗାମୀ ମେଗା ଅକ୍ସନ ପୂର୍ବରୁ ଖେଳାଳିଙ୍କୁ ରିଟେନ କରିବା ବିଷୟରେ କଥାବାର୍ତ୍ତା ଚାଲିଛି । ଦ୍ରାବିଡ ଅଣ୍ଡର-୧୯ରୁ ହିଁ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନଙ୍କ ସହିତ ରହିଛନ୍ତି ।
ଦ୍ରାବିଡ ମଧ୍ୟ ରାଜସ୍ଥାନ ରୟାଲ୍ସ ସହିତ ଅନେକ ଦିନରୁ ଜଡିତ ରହିଛନ୍ତି । ଆଇପିଏଲ ୨୦୧୨ ଏବଂ ୨୦୧୩ରେ ଅଧିନାୟକ ରହିଥିଲେ । ଏହାପରେ ୨୦୧୪ ଏବଂ ୨୦୧୫ରେ ଟିମର ଡାଇରେକ୍ଟର ଏବଂ ମେଣ୍ଟ ଭାବେ କାମ କରିଥିଲେ । ୨୦୧୬ରେ ଦ୍ରାବିଡ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ)କୁ ଚାଲିଯାଇଥିଲେ ।
୨୦୧୯ରେ ଦ୍ରାବିଡ ବେଙ୍ଗାଲୁରୁ ନ୍ୟାସନାଲ କ୍ରିକେଟ ଏକାଡେମୀର ହେଡ କୋଚ ଦାୟିତ୍ୱରେ ରହିଥିଲେ । ୨୦୨୧ରେ ଭାରତୀୟ କ୍ରିକେଟ ଟିମର ହେଡ କୋଚ ରହିଥିଲେ । ନିଜର ୩ ବର୍ଷ କୋଚିଂ କାର୍ଯ୍ୟକାଳରେ ଭାରତୀୟ ଟିମ୍ ଦୁଇଟି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲରେ ପହଞ୍ଚିଥିଲା । ଜୁନ୍ ୨୯, ୨୦୨୪ କୋଚିଂ କାଳରେ ଭାରତୀୟ ଟିମ୍ ଟି୨୦ ବିଶ୍ୱକପ ଚାମ୍ପିଅନ ହୋଇଥିଲା ।
ରାଜସ୍ଥାନ ରୟାଲ୍ସ ୨୦୦୮ରେ ଆଇପିଏଲ ଓପିନିଂ ସିଜିନ ପରେ କୌଣସି ଟାଇଟଲ ଜିତିନାହିଁ । ୨୦୨୨ରେ ସଞ୍ଜୁ ସାମସନଙ୍କ ଅଧିନାୟକତ୍ୱରେ ଟିମ୍ ଉପବିଜେତା ରହିଥିଲା । ୨୦୨୩ରେ ଟିମ୍ ପ୍ଲେ ଅଫରେ ଜାଗା ବନାଇବାକୁ ବିଫଳ ରହିଥିଲା । ୨୦୨୪ରେ ରାଜସ୍ଥାନ ଟିମ କ୍ୱାଲିଫାୟାର ୨ରୁ ବାଦ୍ ପଡିଥିଲା ।