ବୈଶାଖୀ ସହାୟତାରେ ଟ୍ରେନିଂ କ୍ୟାମ୍ପରେ ପହଞ୍ଚିଲେ ରାହୁଲ ଦ୍ରାବିଡ, ଫଟୋ ସେୟାର କଲା ରାଜସ୍ଥାନ ରୟାଲ୍ସ

ଆଗାମୀ ଆଇପିଏଲ-୧୮ କୁ ଅପେକ୍ଷା କରି ରହିଛନ୍ତି କ୍ରିକେଟ ଫ୍ୟାନ୍ସ । ଏଥିପାଇଁ ସମସ୍ତ ଟିମ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଉ ମାତ୍ର ୯ ଦିନରେ ଆରମ୍ଭ ହେବ ଆଇପିଏଲ ସିଜିନ ୧୮ । ଏଥିପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜର ପ୍ରି ସିଜିନ କ୍ୟାମ୍ପ ଆରମ୍ଭ ହୋଇଛି । ଏପରି ସ୍ଥଳେ ରାଜସ୍ଥାନ ରୟାଲ୍ସ ମଧ୍ୟ ଟ୍ରେନିଂ କ୍ୟାମ୍ପ ଆରମ୍ଭ କରିଛି । ଏଥିରେ ରାଜସ୍ଥାନ ରୟାଲ୍ସର ଫ୍ରାଞ୍ଚାଇଜ ନାମ ମଧ୍ୟ ସାମିଲ ରହିଛି । ରାଜସ୍ଥାନର ଟ୍ରେନି କ୍ୟାମ୍ପରେ କୋଚ ରାହୁଲ ଦ୍ରାବିଡଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ରାହୁଲ ଟ୍ରେନିଂ କ୍ୟାମ୍ପକୁ ବୈଶାଖୀ ସହାୟତାରେ ଆସିଥିବାର ଦେଖିବାକୁ ମିଳିଛନ୍ତି ।

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଓ ପ୍ରଶିକ୍ଷକ ତଥା ଆଇପିଏଲ୍ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଛି । ରାହୁଲ ଦ୍ରାବିଡ ଆହତ ଥିବା ସତ୍ତ୍ବେ ଟିମ୍ ସହ ଯୋଗ ଦେଇଛନ୍ତି । ଆଇପିଏଲ୍ ପାଇଁ ରାଜସ୍ଥାନର ପ୍ରାକ୍ ପ୍ରସ୍ତୁତି କ୍ୟାମ୍ପରେ ଦ୍ରାବିଡ କିଛି ଦିନ ପାଇଁ ଅନୁପସ୍ଥିତ ରହିଥିଲେ । ଏହାପରେ କ୍ୟାମ୍ପରେ ଯୋଗ ଦେଇଛନ୍ତି ।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଅଫିସିଆଲ ପେଜରେ ଦ୍ରାବିଡଙ୍କ ଏକ ଫଟୋ ପୋଷ୍ଟ କରାଯାଇଥିଲା । ତାଙ୍କ ବାମ ଗୋଡ଼ରେ ମୋଟା ବ୍ୟାଣ୍ଡେଜ ଗୁଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ଫଟୋ ଜରିଆରେ ରାଜସ୍ଥାନ ରୟାଲ୍ସ ଦ୍ରାବିଡଙ୍କ ଆହତ ପ୍ରସଙ୍ଗ ଉଲ୍ଲେଖ କରିଛି । ଦ୍ରାବିଡ ବେଙ୍ଗାଲୁରୁରେ ଏକ ମ୍ୟାଚ କ୍ରିକେଟ୍ ମ୍ୟାଚ୍ ଖେଳୁଥିବା ବେଳେ ଆହତ ହୋଇଥିଲେ । ତାଙ୍କ ବାମ ଗୋଡ଼ ଭାଙ୍ଗି ଯାଇଛି । ସେ ବର୍ତ୍ତମାନ ସୁସ୍ଥ ହେଉଛନ୍ତି ଓ ଦଳ ସହ ଯୋଗ ଦେଇଛନ୍ତି  ।

ସୂଚନାଯୋଗ୍ୟ, ଭାରତୀୟ ଦଳର ମୁଖ୍ୟ କୋଚ୍ ପଦ ଛାଡ଼ିବା ପରେ ଦ୍ରାବିଡଙ୍କୁ ତୁରନ୍ତ ରାଜସ୍ଥାନ ରୟାଲ୍ସ କୋଚ ନିଯୁକ୍ତି ଦେଇଥିଲା । ପୂର୍ବରୁ ଦ୍ରାବିଡ୍ ଏହି ଫ୍ରାଞ୍ଚାଇଜ୍ ପକ୍ଷରୁ ଖେଳିଥିଲେ । ଏହା ବ୍ୟତୀତ ସେ ୨୦୧୪ ଓ ୨୦୧୫ ସିଜନରେ ମେଣ୍ଟର ମଧ୍ୟ ରହିଥିଲେ । ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ମେଗାନିଲାମରେ କିଣିଛି ରାଜସ୍ଥାନ । ରାଜସ୍ଥାନ ରୟାଲ୍ସର ଦାୟିତ୍ବ ନେଇଛନ୍ତି ସଞ୍ଜୁ ସାମସନ ।

Also Read : ବୁମରାଙ୍କୁ ପଛରେ ପକାଇଲେ ଶୁବମନ ଗିଲ, ତୃତୀୟ ଥର ପାଇଁ ଜିତିଲେ ଆଇସିସି ପ୍ଲେୟାର ଅଫ ଦ ମନ୍ଥ ଆୱାର୍ଡ