ଯେତେବେଳେ ଜଣେ ୨୦ ବର୍ଷୀୟା ଯୁବତୀ ରାହୁଲ ଦ୍ରାବିଡଙ୍କ ଗୋଡ ଉପରେ ହାତ ରଖି କରିଥିଲେ ପ୍ରେମ ନିବେଦନ . .କଣ ଥିଲା ଟିମ୍ ଇଣ୍ଡିଆର ‘ଦ ୱାଲ୍’ଙ୍କ ଉତ୍ତର ?

ଟିମ୍ ଇଣ୍ଡିଆର ଅଭେଦ ପାଚେରୀ କୁହାଯାଉଥିବା ରାହୁଲ୍ ଦ୍ରାବିଡଙ୍କର ଆଜି ହେଉଛି ୪୬ ତମ ଜନ୍ମଦିନ । । ୧୧ ଜାନୁଆରୀ ୧୯୭୩ ମସିହା ଇନ୍ଦୋରରେ ଜନ୍ମ ହୋଇଥିବା ରାହୁଲ ୧୨ ବର୍ଷ ବୟସରେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ । ରାହୁଲ୍ ନିଜର ୧୬ ବର୍ଷର ଲମ୍ବା ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କ୍ୟାରିୟରରେ ସବୁ ସେହି ଭୂମିକା ନିଭାଇଛନ୍ତି ଯାହା ଟିମକୁ ଚଖାଇପାରିବ ବିଜୟର ସ୍ବାଦ । କେବେ ବି ନିୟମିତ ୱିକେଟ୍ କିପର ନଥିଲେ କିନ୍ତୁ ଟିମ୍ ଇଣ୍ଡିଆକୁ ଯେବେ ବି ୱିକେଟ୍ କିପର ବ୍ୟାଟ୍ସମ୍ୟାନଙ୍କ ଆବଶ୍ୟକ ପଡିଛି ସେତେବେଳେ ଏହି ଭୂମିକା ନେଇଛନ୍ତି ରାହୁଲ୍ । ଆଉ ଏହି କାମ ସେ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କ କହିବାରୁ କରିଥିଲେ । କଠିନ ପରିସ୍ଥିତିରେ ବି ଚଟାଣ ଭଳି ମୈଦାନରେ ଠିଆ ହେଉଥିଲେ ରାହୁଲ୍ । କ୍ରିକେଟ୍ ମୈଦାନରେ ତାଙ୍କ ପ୍ରଦର୍ଶନ ଦେଖି ଭାରତୀୟ କ୍ରିକେଟ୍ ଦଳର ‘ଦ ୱାଲ୍’ ବୋଲି କୁହାଯାଏ । ଦ୍ରାବିଡଙ୍କୁ “ପଦ୍ମଶ୍ରୀ” ଏବଂ “ପଦ୍ମଭୂଷଣ” ଭଳି ପୁରସ୍କାରରେ ସମ୍ମାନିତ କରାଯାଇଛି ।
ତେବେ ରାହୁଲଙ୍କ ବିଷୟରେ ତ ଆପଣମାନେ ବହୁତ କିଛି ଜାଣିଥିବେ । ହେଲେ ଆଜି ଆମେ ଏଭଳି କିଛି କଥା କହିବୁ ଯାହା ପ୍ରାୟ କେହି ଜାଣିନଥିବେ । ଜନ୍ମଦିନ ଅବସରରରେ ଆସନ୍ତୁ ଜାଣିବା ଟିମ୍ ଇଣ୍ଡିଆର ଏହି ଅଭେଦ ପାଚେରୀ ବିଷୟରେ କିଛି ଅଜଣା କଥା ।
ମୈଦାନରେ ଧୂଆଁଦାର ବ୍ୟାଟିଂ କରୁଥିବା ରାହୁଲ୍ କେବେ ବି କୌଣସି ବୋଲରକୁ ଡରନ୍ତି ନାହିଁ । କିନ୍ତୁ ହଁ, ତାଙ୍କ ଜୀବନରେ ଏମିତି ଏକ ଘଟଣା ଘଟିଥିଲା ଯେଉଁଥିରେ ସମ୍ପୂର୍ଣ୍ଣ ଭାବରେ ଦୋହଲିଯାଇଥିଲେ ରାହୁଲ୍ । ଆଉ ଭୟରେ ଚିତ୍କାର କରିଥିଲେ ।
ପ୍ରକୃତରେ ଲୋକପ୍ରିୟ ଶୋ MTV ବକରା ରାହୁଲ୍ ଦ୍ରାବିଡଙ୍କ ସହ ମଜାକ୍ କରିଥିଲେ । ଏହି ଶୋରେ ଜଣେ ଝିଅ ରାହୁଲ ଦ୍ରାବିଡଙ୍କର ସାକ୍ଷାତକାର ନେବାକୁ ପହଂଚିଥିଲେ । ଇଣ୍ଟରଭ୍ୟୁ ପରେ ଯେତେବେଳେ କ୍ୟାମେରା ଅଫ୍ ହୋଇଯାଇଛି ସେତେବେଳେ ରୁମରେ କେବଳ ସେହି ଝିଅ ସହ ଦ୍ରାବିଡ୍ ରହିଯାଇଛନ୍ତି । ଏହାର ସୁଯୋଗ ନେଇ ହଠାତ୍ ଝିଅଟି ଦ୍ରାବିଡଙ୍କୁ କିହିଛି , ମୁଁ ଆପଣଙ୍କ ବହୁତ ବଡ଼ ଫ୍ୟାନ, କଣ ଆପଣ ମତେ ବିବାହ କରିବେ । ଏତିକି କହି ଦ୍ରାବିଡଙ୍କ ଗୋଡ ଉପରେ ହାତ ରଖିଦେଇଥିଲେ ସେ । ଏହା ପରେ ରାହୁଲ ଦ୍ରାବିଡ୍ ଜୋରରେ ଚିତ୍କାର କରି ସେଠାରୁ ପଳାଇବାକୁ ଚେଷ୍ଟା କରିଥିଲେ ।
ଏହା ପରେ ଜଣେ ବ୍ୟକ୍ତି ସେଠାକୁ ଆସି ଦ୍ରାବିଡଙ୍କୁ ସମ୍ଭାଳିବା ସହ ଶାନ୍ତ କରିଥିଲେ । କିଛି ସମୟରେ ଝିଅଟିକୁ ତାର ବୟସ ପଚାରିଥିଲେ ଦ୍ରାବିଡ୍ । ତେବେ ଝିଅଟିର ବୟସ ମାତ୍ର ୨୦ ବର୍ଷ ବୋଲି ଜାଣିବା ପରେ ନିଜ କ୍ୟାରିୟର୍ ଉପରେ ଫୋକସ୍ କରିବାକୁ କହିଥିଲେ ଦ୍ରାବିଡ୍ । ଏହା ପରେ ଦ୍ରାବିଡଙ୍କୁ ସତ କଥା କୁହାଯାଇଥିଲା । ଏବଂ MTV ବକରା ତାଙ୍କ ସହ ମଜାକ୍ କରୁଥିଲା ବୋଲି ସ୍ପଷ୍ଟ କରାଗଲା ।