ବିବାହ ବନ୍ଧନରେ ବାନ୍ଧି ହେଲେ ଅଲରାଉଣ୍ଡର ରାହୁଲ ତେଓ୍ଵାତିଆ, ଫଟୋ ସେୟାର କଲେ ରାହୁଲ

ରାଜସ୍ଥାନ ରୟାଲ୍ସର ଷ୍ଟାର ଅଲରାଉଣ୍ଡର ରାହୁଲ ତେଓ୍ଵାତିଆ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାହୁଲ ରିଦ୍ଧି ପାନୁଙ୍କୁ ବିବାହ କରିଛନ୍ତି। ଏନେଇ ରାହୁଲ ନିଜେ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି। ଯାହା ଭାଇରଲ ହେଉଛି। ଦୁହେଁ ଚଳିତବର୍ଷ ଫେବୃଆରୀରେ ନିର୍ବନ୍ଧ କରିଥିଲେ।

ରାହୁଲଙ୍କ ବିବାହ କାର୍ଯ୍ୟକ୍ରମରେ ଅନେକ କ୍ରିକେଟ ସେଲିବ୍ରିଟି ସାମିଲ ହୋଇଥିଲେ। ଟିମ୍‌ ଇଣ୍ଡିଆରେ ଓ୍ଵିକେଟ କିପର ଋଷଭ ପନ୍ତ, ନୀତିଶ ରାଣା, ୟୁଜବେନ୍ଦ୍ର ଚହଲଙ୍କ ଭଳି ଅନେକ ଷ୍ଟାର ଯୋଡି ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଥିଲେ। ଆଇପିଏଲ ୨୦୨୦ରେ ରାହୁଲ ପଞ୍ଜାବ କିଙ୍ଗସ୍‌ ତରଫରୁ ଲଗାତାର ୫ଟି ବଲରେ ୫ଟି ଛକା ମାରି ଚର୍ଚ୍ଚାରେ ରହିଥିଲେ।

rahul
PC: Bollywoodshaadis

ହରିଆନାର ବାସିନ୍ଦା ରାହୁଲ ଅଲରାଉଣ୍ଡର। ଡାହାଣ ହାତୀ ସ୍ପିନର କିନ୍ତୁ ବାମ ହାତ ବ୍ୟାଟ୍ସମ୍ୟାନ୍‌। ରାହୁଲ ୨୦୧୩-୧୪ରେ ରଣଜୀ ଟ୍ରଫି ଜରିଆରେ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ। ରାହୁଲ ଚଳିତବର୍ଷ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ରହିଥିଲେ। କିନ୍ତୁ କୌଣସି ମ୍ୟାଚ ଖେଳିବାକୁ ତାଙ୍କୁ ସୁଯୋଗ ମିଳିନଥିଲା।

ଆଇପିଏଲ ୧୫ ସିଜିନରେ ରାହୁଲ କେଉଁ ଟିମରୁ ଖେଳିବେ, ତାହାକୁ ନେଇ ଦ୍ୱନ୍ଦ୍ୱ ରହିଛି। କିନ୍ତୁ ଆଇପିଏଲ ୨୦୨୨ ପୂର୍ବରୁ ଖେଳାଳିଙ୍କର ବଡ ନିଲାମ ହେବ। ଯେଉଁଥିରେ ଅନେକ ଷ୍ଟାର ଖେଳାଳି ପୁରୁଣା ଫ୍ରାଞ୍ଚାଇଜ୍‌ରେ ଖେଳିବାର ନଜର ଆସିବେ।

Leave A Reply

Your email address will not be published.