ଆଇପିଏଲ ୨୦୨୫ : ମଇଦାନରେ ମୁହାଁମୁହିଁ ହେବେ ରିୟାନ ଏବଂ ରାହାଣେ, ଟିମରେ ଦୁଇଟି ପରିବର୍ତ୍ତନ କରିପାରେ ରାଜସ୍ଥାନ ରୟାଲ୍ସ

ଆଇପିଏଲ ୨୦୨୫ ସିଜିନ୍ -୧୮ର ଆଜି ଗୌହ୍ବାଟୀର ବରସାପାରା କ୍ରିକେଟ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍ । ଉଭୟ ଦଳ ଏପର୍ଯ୍ୟନ୍ତ ବିଜୟର ଖାତା ଖୋଲିନାହାନ୍ତି । କେକେଆରକୁ ପ୍ରଥମ ମ୍ୟାଚରେ ଆରସିବି ହାତରୁ ପରାଜୟ ସାମ୍ନା କରିଥିବା ବେଳେ ରାଜସ୍ଥାନ ରୟାଲ୍ସ ତାର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦଠାରୁ ପରାସ୍ତ ହୋଇଥିଲା ।

ଏହି ମ୍ୟାଚ୍ ପାଇଁ ରାଜସ୍ଥାନ ରୟାଲ୍ସର ପ୍ଲେଇଂ ଇଲେଭେନରେ ଦୁଇଟି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଦଳର ଷ୍ଟାର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦିଆଯାଇପାରେ । ଜୋଫ୍ରାଙ୍କ ସ୍ଥାନରେ ଶ୍ରୀଲଙ୍କାର ସ୍ପିନ୍ ବୋଲର ୱାନିନ୍ଦୁ ହସରଙ୍ଗାଙ୍କୁ ରାଜସ୍ଥାନର ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିପାରେ । ପ୍ରଥମ ମ୍ୟାଚ୍‌ରେ ଦ୍ରୁତ ବୋଲର ତୁଷାର ଦେଶପାଣ୍ଡେ ୪ ଓଭରରେ ୪୪ ରନ ଦେଇଥିଲେ । ଏପରି ପରିସ୍ଥିତିରେ ତୁଷାର

ଦେଶପାଣ୍ଡେଙ୍କୁ ଦ୍ୱିତୀୟ ମ୍ୟାଚ୍ର ପ୍ଲେଇଂ ଇଲେଭେନରୁ ବାଦ ଦିଆଯାଇପାରେ । ତାଙ୍କ ସ୍ଥାନରେ ଆକାଶ ମାଧୱାଲ ରାଜସ୍ଥାନ ରୟାଲ୍ସର ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିପାରେ ।

ରାଜସ୍ଥାନ ରୟାଲ୍ସର ସମ୍ଭାବ୍ୟ ଦଳ:

ରିୟାନ ପରାଗ (ଅଧିନାୟକ), ସଞ୍ଜୁ ସାମସନ, ଯଶସ୍ୱୀ ଜୟସ୍ୱାଲ, ଧ୍ରୁବ ଜୁରେଲ (ୱିକେଟକିପର), ନୀତିଶ ରାଣା, ଶିମରୋନ ହେଟମାୟର, ଶୁଭମ ଦୁବେ, ୱାନିନ୍ଦୁ ହସରଙ୍ଗା, ମହେଶ ତିକ୍ଷଣ, ଆକାଶ ମାଧୱାଲ, ସନ୍ଦୀପ ଶର୍ମା, ଫଜଲହକ ଫାରୁକି।

କୋଲକାତା ନାଇଟ୍ ରାଇଡର୍ସ ସମ୍ଭାବ୍ୟ ଦଳ:

କ୍ୱିଣ୍ଟନ୍ ଡି କକ୍ (ୱିକେଟକିପର), ଅଜିଙ୍କ୍ୟ ରାହାଣେ (ଅଧିନାୟକ), ସୁନୀଲ ନାରିନ, ଭେଙ୍କଟେଶ ଆୟର, ରିଙ୍କୁ ସିଂ, ଅଙ୍ଗକ୍ରିଶ ରଘୁବଂଶୀ, ଆଣ୍ଡ୍ରେ ରସେଲ, ରମଣଦୀପ ସିଂ, ସ୍ପେନ୍ସର ଜନସନ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ , ଅନ୍ରିଚ୍ ନର୍ଥଜେ , ମନୀଷ ପାଣ୍ଡେ ,ବୈଭବ ଆରୋୟା , ଅନୁକୁଳ ରାୟ,ଲୁଭନିଥ୍ ସିସୋଦିଆ, ଚେତନ ସକାରିଆ, ରହମାନୁଲ୍ଲା ଗୁରୁବାଜ , ମୟଙ୍କ ମାର୍କାଣ୍ଡେ , ରୋଭମାନ ପାୱେଲ , ମୋଇନ ଅଲି।

Also Read : ରାଜନୀତି ଓ ଅନ୍ୟାୟର ଶିକାର ହୋଇଥିଲେ ଆଶୁତୋଷ ଶର୍ମା, ଅପରାଜିତ ଅର୍ଦ୍ଧଶତକ ମାରି ସମସ୍ତଙ୍କୁ ମୁହଁତୋଡ଼ ଜବାବ ଦେଲେ