ରଣଜୀ ଲଢ଼େଇ : ଗୋଆ ବିପକ୍ଷରେ ପ୍ରଥମ ଇନିଂସ୍‌ରେ ୩୫୨ ରନ୍‌ କରି ଓଡ଼ିଶା ଅଲ୍‌ଆଉଟ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗୋଆ ବିପକ୍ଷରେ ରଣଜୀ ମ୍ୟାଚ୍‌ ଖେଳୁଥିବା ଓଡ଼ିଶା ଦଳ ପ୍ରଥମ ଇନିଂସ୍‌ରେ ୩୫୨ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି । ଏହା ପରେ ବ୍ୟାଟିଂ ଆରମ୍ଭ କରି ଗୋଆ ଦଳ ୧୦ ଓଭର ସୁଦ୍ଧା ବିନା ଓ୍ଵିକେଟ୍‌ରେ ୨୭ ରନ୍‌ କରିଥିଲା ।

SURYAKANT PRADHAN
ସୂର୍ଯ୍ୟକାନ୍ତ ପ୍ରଧାନ

ଗତକାଲି ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ଦଳ ଓପ୍ନର ସନ୍ଦୀପ ପଟ୍ଟନାୟକଙ୍କ ଶତକ ବଳରେ ଭଲ ସ୍କୋର ପରି ପାରିଛି । ସନ୍ଦୀପ ଠିକ୍‌ ୧୦୦ ରନ୍‌ (୧୯୪ ବଲ୍‌, ୧୦ ଚୌକା ଓ ୧ ଛକା) କରିଥିବା ବେଳେ ଶାନ୍ତନୁ ମିଶ୍ର ୫୯, ଅଭିଷେକ ରାଉତ ୩୩ ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ୫୯ ବଲ୍‌ରୁ ଧୂଆଁଧାର ୬୫ ରନ୍‌ କରିଥିଲେ । ସୂର୍ଯ୍ୟକାନ୍ତ ତାଙ୍କ ଇନିଂସ୍‌ ଭିତରେ ୫ଟି ଚୌକା ଓ ୪ଟି ଛକା ମାରି ଅର୍ଦ୍ଧଶତକ ହାସଲ କରିଥିଲେ । ଯାହାଫଳରେ ଓଡ଼ିଶା ୩୦୦ ରନ୍‌ ଟପି ପାରିଥିଲା । ଏହା ସହିତ ଶେଷ ଭାଗ ବସନ୍ତ ମହାନ୍ତି ୨୮ ଓ ରାଜେଶ ମହାନ୍ତି ଅପରାଜିତ ୩୦ ରନ୍‌ (୪ ଚୌକା, ୧ ଛକା) କରିବା ସହିତ ଅନ୍ତିମ ଓ୍ଵିକେଟ୍‌ରେ ୪୮ ରନ୍‌ ଯୋଡ଼ିଥିଲେ ।
ସ୍କୋର : ଓଡ଼ିଶା ପ୍ରଥମ ଇନିଂସ୍‌-୩୫୨, ୧୧୧.୫ ଓଭର ।