ରଣଜୀ ମ୍ୟାଚ୍‌ : ପ୍ରଥମ ଇନିଂସ୍‌ରେ ଛତିଶଗଡ଼ ଠାରୁ ଓଡ଼ିଶା ୮୧ ରନ୍‌ରେ ଆଗୁଆ

ଭୁବନେଶ୍ୱର (କେ ନ୍ୟୁଜ୍‌) : ସୁଜିତ ଲେଙ୍କାଙ୍କ ଅର୍ଦ୍ଧଶତକ ବଳରେ ସିଜିନ୍‌ର ପ୍ରଥମ ରଣଜୀ ମ୍ୟାଚ୍‌ରେ ଛତିଶଗଡ଼ ଠାରୁ ଆଗୁଆ ରହିଛି ଓଡ଼ିଶା ଦଳ । ୨୧୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିବା ଓଡ଼ିଶା ଘରୋ ଛତିଶଗଡ଼ ଠାରୁ ୮୧ ରନ୍‌ରେ ଆଗୁଆ ରହିଛି । ପ୍ରଥମ ପାଳିରେ ୧୩୪ ରନ୍‌ କରିଥିବା ଛତିଶଗଡ଼ ଦ୍ୱିତୀୟ ପାଳି ଆରମ୍ଭ କରି ଆଜିର ଖେଳ ଶେଷ ସୁଦ୍ଧା ଗୋଟିଏ ଓ୍ଵିକେଟ୍‌ରେ ୪୫ ରନ୍‌ କରିଛି । ଏବେବି ଦଳ ଓଡ଼ିଶା ଠାରୁ ୩୬ ରନ୍‌ ପଛରେ ରହିଛି ।
ଛତିଶଗଡ଼ ରାୟପୁରର ସହିଦ ବୀର ନାରାୟଣ ଷ୍ଟାଡିୟମ୍‌ରେ ଆଜି ଆଠ ନମ୍ବର ବ୍ୟାଟ୍‌ସମ୍ୟାନ୍‌ ଭାବେ ଆସି ସୁଜିତ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ । ବୋଲର୍‌ଙ୍କୁ ସଫଳତା ମିଳୁଥିବା ଏହି ପିଚ୍‌ରେ ସେ ୧୧୭ଟି ବଲ୍‌ର ସାମନା କରି ସର୍ବାଧିକ ୫୬ ରନ୍‌ କରିଥିଲେ । ଭେଟେରାନ୍‌ ବିପ୍ଳବ ସାମନ୍ତରାୟ ୧୦୦ ବଲ୍‌ ଖେଳି ୩୦ ରନ୍‌ ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ମାତ୍ର ୨୩ ବଲ୍‌ରୁ ୩୩ ରନ୍‌ (୫ ଚୌକା, ୧ ଛକା) କରିଥିଲେ । ବୋଲିଂରେ କମାଲ୍‌ ଦେଖାଇ ଗତକାଲି ୬ଟି ଓ୍ଵିକେଟ୍‌ ନେଇଥିବା ରାଜେଶ ମହାନ୍ତି ୧୭ ରନ୍‌ର ଯୋଗଦାନ ଦେଇଛନ୍ତି ।
ତେବେ ଓଡ଼ିଶା ପାଇଁ ଚିନ୍ତା ହେଉଛି ଓପ୍ନର ସନ୍ଦୀପ ପଟ୍ଟନାୟକ ଆହତ ହୋଇଥିବାରୁ ଆଉ ଖେଳି ପାରିବେ ନାହିଁ । ଗତକାଲି ବଲ୍‌ ବାଜି ତାଙ୍କ ହାତ ଭାଙ୍ଗି ଯାଇଛି ।

ସ୍କୋର : ଛତିଶଗଡ଼ ପ୍ରଥମ ଇନିଂସ୍‌-୧୩୪ । ଦ୍ୱିତୀୟ ଇନିଂସ୍‌-୪୫/୧ । ଓଡ଼ିଶା ପ୍ରଥମ ଇନିଂସ୍‌-୨୧୫ (ବିପ୍ଳବ ୩୦, ସୁଜିତ ୫୬, ସୂର୍ଯ୍ୟକାନ୍ତ ୩୩ । ପୁନିତ ଦାତେ ୪/୫୮)।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.