କ୍ରିକେଟ ଇଣ୍ଡଷ୍ଟ୍ରୀରେ ଫିଲ୍ମ ‘ପୁଷ୍ପା’ କ୍ରେଜ୍‌, ଡେଭିଡ ଓ୍ଵାର୍ଣ୍ଣରଙ୍କ ପରେ ରାଶିଦ ଖାନ୍‌ ସେୟାର କଲେ ଭିଡିଓ

ବଲିଉଡ ଷ୍ଟାର ହୁଅନ୍ତୁ ଅବା କ୍ରିକେଟ ଷ୍ଟାର ଅଥବା ସାଧାରଣ ଲୋକ ସମସ୍ତଙ୍କ ମୁହଁରେ ଏବେ ଗୋଟିଏ ଡାଇଲଗ୍‌। ଫିଲ୍ମ ‘ପୁଷ୍ପା’ର ଡାଇଗଲକୁ ନେଇ ଏବେ ଅନେକ ଭିଡିଓ ସୋସିଆଲ ସାଇଟରେ ଦେଖିବାକୁ ମିଳୁଛି। ପୂର୍ବରୁ ଡେଭିଡ ଓ୍ଵାର୍ଣ୍ଣର, ହାର୍ଦ୍ଦିକ ପାଣ୍ଡ୍ୟା ଆଉ ଏମିତି ଅନେକ ଷ୍ଟାରଙ୍କର ପୁଷ୍ପା ଭିଡିଓ ଭାଇରଲ ହୋଇଥିଲା। ଏବେ ଏଥିରେ ଆଉ ଜଣେ ଷ୍ଟାର କ୍ରିକେଟରଙ୍କ ନାମ ଯୋଡା ହୋଇଛି।

ଆଫଗାନିସ୍ତାନର ସ୍ପିନର ରାଶିଦ ଖାନ ନିଜର ବୋଲିଂ ଷ୍ଟାଇଲରେ ବିପକ୍ଷ ଟିମ୍‌କୁ ଧରାଶାୟୀ କରିଦିଅନ୍ତି, ସେହିପରି ନିଜର ମଜାଳିଆ ଅନ୍ଦାଜ ଯୋଗୁଁ ମଧ୍ୟ ବେଶ୍‌ ଲୋକପ୍ରିୟ ହୋଇଛନ୍ତି। ସେ ଏକ ଭିଡିଓ ସେୟାର କରିଛନ୍ତି, ଯେଉର୍ଥିରେ ‘ପୁଷ୍ପା: ଦ ରାଇଜ’ର ଡାଇଲଗକୁ ନେଇ ରିଲ୍ସ କରିଛନ୍ତି।

ରାଶିଦ ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି, ଆଉ ଅଲ୍ଲ ଅର୍ଜୁନଙ୍କ ଡାଇଲଗ କହୁଛନ୍ତି, ‘ ପୁଷ୍ପା ନାମ ସୁନକେ ଫ୍ଲାଓ୍ଵର ସମଝେ କ୍ୟା ? ଫାୟାର ହୁଁ, ଝୁକୁଙ୍ଗା ନେହିଁ’।

 

View this post on Instagram

 

A post shared by Rashid Khan (@rashid.khan19)

ଆଉ ରାଶିଦଙ୍କ ଏହି ଇନଷ୍ଟାଗ୍ରାମ ଭିଡିଓରେ ରିଆକ୍ସନ ଦେଇ ଅଷ୍ଟ୍ରେଲିଆ କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ ଡେଭିଡ ଓ୍ଵାର୍ଣ୍ଣର ହସ ଇମୋଜୀ ଦେଇ ମୋତେ କପି କରିବା ବନ୍ଦ କର ବୋଲି କହିଛନ୍ତି। ପୂର୍ବରୁ ଡେଭିଡ ଓ୍ଵାର୍ଣ୍ଣର ପୁଷ୍ପା ଫିଲ୍ମର ଡାଇଗଲକୁ ଇନଷ୍ଟାରେ ସେୟାର କରିଥିଲେ। ୱାର୍ଣ୍ଣର ଏହି ଷ୍ଟେପକୁ ଏତେ ଭଲ ଭାବରେ କପି କରିଛନ୍ତି ଯେ, ନିଜେ ଫିଲ୍ମର ହିରୋ ଅଲୁ ଅର୍ଜୁନ ମଧ୍ୟ ଏହି ଭିଡିଓ ଉପରେ ମନ୍ତବ୍ୟ ଦେବାରେ ନିଜକୁ ଅଟକାଇ ପାରିନଥିଲେ । ୱାର୍ଣ୍ଣରଙ୍କ ପୂର୍ବରୁ ରବିନ୍ଦ୍ର ଜାଡେଜା, ଶିଖର ଧୱନ, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ ମଧ୍ୟ ପୁଷ୍ପା ଫିଲ୍ମର ଡାଇଲଗ କହୁଥିବା ନଜର ଆସିଛନ୍ତି।

 

View this post on Instagram

 

A post shared by David Warner (@davidwarner31)

ଓ୍ଵାର୍ଣ୍ଣର ଇନଷ୍ଟାଗ୍ରାମ ପୋଷ୍ଟରେ ଡେଭିଡ ୱାର୍ଣ୍ଣର ଏକ ଡ୍ୟାନ୍ସ କ୍ଲିପ ସେୟାର କରିଛନ୍ତି ଯେଉଁଥିରେ ସେ ଶ୍ରୀବାଲି ଗୀତରେ ଅଲୁ ଅର୍ଜୁନଙ୍କ ହୁକ ଷ୍ଟେପକୁ ଭଲ ଭାବେ ନିରୀକ୍ଷଣ କରି ଷ୍ଟେପ କରୁଛନ୍ତି। ଏହି କ୍ଲିପ୍‌ରେ ସେ ଅଲୁ ଅର୍ଜୁନଙ୍କ ଭଳି ସ୍ଲିପର୍ ଘୋଷାଡିବା ସହିତ ସମାନ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.