ଟି-୨୦ ବିଶ୍ବକପ ପାଇଁ ଆଫଗାନସ୍ତାନ ଟିମ୍ ଘୋଷଣା ପରେ ଅଧିନାୟକ ପଦ ଛାଡିଲେ ରାସିଦ ଖାନ୍, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ବ

ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଆୟୋଜିତ ହେବାକୁ ଯାଉଥିବା ଟି-୨୦ ବିଶ୍ବକପ୍‌ ପାଇଁ ଗୁରୁବାର ଆଫ୍‌ଗାନିସ୍ତାନ ଦଳ ଘୋଷଣା ହେବା ପରେ ପରେ ଅଲ୍‌ରାଉଣ୍ଡର ରସିଦ୍‌ ଖାନ୍‌ ଅଧିନାୟକ ପଦରୁ ଓହରିଯାଇଛନ୍ତି। ତେଣୁ ଅଲରାଉଣ୍ଡର ମହମ୍ମଦ ନବୀକୁ ଆଗାମୀ ଟି-୨୦ ବିଶ୍ବକପ ପାଇଁ ଆଫଗାନିସ୍ତାନ କ୍ଯାପଟେନ ଭାବେ ନିଯୁକ୍ତି କରାଯାଇଛି। କିନ୍ତୁ ଏପର୍ଯ୍ଯନ୍ତ ଆଫଗାନ କ୍ରିକେଟ ବୋର୍ଡ ଏନେଇ କୌଣସି ଘୋଷଣା କରିନି।

ଆଫ୍‌ଗାନିସ୍ତାନ କ୍ରିକେଟ୍‌ ବୋର୍ଡ (ଏସିବି) ତାଙ୍କ ସହ କୌଣସି ପରାମର୍ଶ ନକରି ଦଳ ଘୋଷଣା କରିଥିବାରୁ ରସିଦ୍‌ ଅସନ୍ତୁଷ୍ଟ ହୋଇଥିଲେ। ଜଣେ ଅଧିନାୟକ ଏବଂ ଦେଶର ଦାୟିତ୍ବସଂପନ୍ନ ବ୍ୟକ୍ତି ଭାବେ ଦଳ ମନୋନୟନ ପ୍ରକ୍ରିୟାର ଅଂଶବିଶେଷ ହେବାର ହକ୍‌ ମୋର ରହିଛି। ହେଲେ ମୋ ସହ କୌଣସି ପରାମର୍ଶ ନକରି ଦଳ ଘୋଷଣା କରିଥିବାରୁ ଅଧିନାୟକ ପଦରୁ ଓହରିଯିବାକୁ ସ୍ଥିର କଲି ବୋଲି ରସିଦ୍‌ କହିଛନ୍ତି।

ଆଫ୍‌ଗାନିସ୍ତାନ ଦଳ: ମହମ୍ମଦ ନବୀ (ଅଧିନାୟକ), ରସିଦ୍‌ ଖାନ୍‌, ରହମୁତୁଲ୍ଲା ଗୁର୍‌ବାଜ, ହଜରତ୍‌ଉଲ୍ଲା ଜଜାଇ, ଉସ୍‌ମାନ ଘନି, ଅସ୍‌ଗର ଆଫ୍‌ଗାନ, ନାଜିବୁଲ୍ଲା ଜଦ୍ରାନ, ହସ୍‌ମତଉଲ୍ଲା ସାହିଦ, ମହମ୍ମଦ ସାହଜାଦ୍‌, ମୁଜୀବୁର ରହମନ, କରିମ ଜନତ, ଗୁଲ୍‌ବଦିନ ନାଏବ, ନବୀନ ଉଲ୍‌ ହକ୍‌, ହମିଦ ହାସନ, ସରଫୁଦିନ୍‌ ଅସ୍ରଫ, ଦୌଲତ ଜଦ୍ରାନ, ସାପୁର ଜଦ୍ରାନ, କ୍ବାଇସ୍‌ ଅହମ୍ମଦ। ସଂରକ୍ଷିତ ଖେଳାଳି: ଅସ୍‌ଫର ଜଜାଇ, ଫରିଦ ଅହମ୍ମଦ ମାଲିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.