ରଶ୍ମିତା ମହାନ୍ତିଙ୍କୁ କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡା ପୁରସ୍କାର

ଭୁବନେଶ୍ବର : ସହିଦ ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡା ପୁରସ୍କାର । ରାଜ୍ୟର ସମର୍ପିତ କୋଚ୍ ଏବଂ କ୍ରୀଡା ପ୍ରଶାସକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଚଳିତ ବର୍ଷ ଏହି ପୁରସ୍କାର କ୍ରିକେଟ୍ କୋଚ୍ ରଶ୍ମିତା ମହାନ୍ତିଙ୍କୁ ଦିଆଯାଇଛି । ସେହିପରି ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରୁସ୍କାର ପାଇଛନ୍ତି ବିଶିଷ୍ଟ କ୍ରିକେଟର୍ ଅଶୋକାନନ୍ଦ ଜେନା ।

ସହିଦ୍ ସ୍ପୋର୍ଟିଂ କ୍ଳବ୍ ପଡିଆରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର କ୍ରୀଡା ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ଆଶୀର୍ବାଦ ବେହେରା, ବିଧାୟକ ବିଜୟ ମହାନ୍ତି, କର୍ପୋରେଟର ଶାଶ୍ବତୀ ମିଶ୍ର ଏବଂ ମାରୁତୀ ଇଷ୍ଟେଟ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ସିଂହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.