ଟିମ୍‌ ଇଣ୍ଡିଆର କୋଚ୍‌ ହେବାକୁ ପୁଣି ମନ ବଳାଇଲେଣି ରବି ଶାସ୍ତ୍ରୀ ! ନିଜେ କଲେ ଖୁଲାସା

ଟିମ୍‌ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ପୁଣି ଥରେ କୋଚ୍‌ ଦାୟିତ୍ୱ ସମ୍ଭାଳିପାରନ୍ତି। ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଭାରତୀୟ ଟିମର ପ୍ରଦର୍ଶନ ଟେଷ୍ଟ ଫର୍ମାଟରେ ଭଲ ରହିଥିଲା। କିନ୍ତୁ ଏହି ସମୟରେ କୌଣସି ଆଇସିସି ଟ୍ରଫି ଜିତିନଥିଲା ଭାରତୀୟ ଟିମ୍‌। ରବି ଶାସ୍ତ୍ରୀ ଲିଜେଣ୍ଡସ ଲିଗ କ୍ରିକେଟରେ କମିଶନର ରହିଛନ୍ତି ଏବଂ କମେଣ୍ଟ୍ରି କରୁଛନ୍ତି। ରବି ଶାସ୍ତ୍ରୀ ୨୦୧୭ରେ ପ୍ରଥମ ଥର ପାଇଁ ଟିମ୍‌ ଇଣ୍ଡିଆର କୋଚ୍‌ ହୋଇଥିଲେ। ପରେ ୨୦୧୯ରେ ଦ୍ୱିତୀୟ ଥର ପାଇଁ ପୁଣି ନିଯୁକ୍ତ ହୋଇଥିଲେ। ହେଲେ ଗତବର୍ଷରୁ ଦ୍ରାବିଡ ଟିମ୍‌ ଇଣ୍ଡିଆର ହେଡ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି।

ରବିଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରିଥିଲା। ବିଦେଶ ମାଟିରେ ମାଟିରେ ଟେଷ୍ଟ ଫର୍ମାଟରେ ଭଲ ଖେଳିଥିଲା। ହେଲେ ଏବେ ପୁଣିଥରେ ଶାସ୍ତ୍ରୀ କୋଚିଂକୁ ଫେରିବା ପାଇଁ ମନ ବଳାଇଛନ୍ତି।

ରବି ଶାସ୍ତ୍ରୀ ୨୦୧୭ ମସିହାରେ ପ୍ରଥମ ଥର ପାଇଁ ଭାରତୀୟ ଟିମର ହେଡ କୋଚ ହୋଇଥିଲେ। ତା’ ପରେ ୨୦୧୯, ଅଗଷ୍ଟ ୧୬ରେ ପୁଣିଥରେ କୋଚ ପଦବୀରେ ନିଯୁକ୍ତ ହୋଇଥିଲେ। ଶାସ୍ତ୍ରୀଙ୍କ ମାର୍ଗଦର୍ଶନରେ ଗତଥର ଟି-୨୦ ବିଶ୍ୱକପ ଖେଳିଥିଲା କିନ୍ତୁ ସଫଳତା ମିଳିନଥିଲା।

ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡକୁ ହରାଇଥିଲା। ହେଲେ ଏବେ ଶାସ୍ତ୍ରୀ କ୍ରିକେଟରୁ ସନ୍ନ୍ୟାସ ନେଇଥିବା କ୍ରିକେଟରଙ୍କୁ ଲିଜେଣ୍ଡସ ଲିଗ୍‌ କ୍ରିକେଟରେ କମିଶନର ଦାୟିତ୍ୱ ତୁଲାଉଛନ୍ତି।  ଲିଜେଣ୍ଡସ ଲିଗ୍‌ ବିଧିବଦ୍ଧ ଭାବେ ଆଜିଠାରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଗୁଜରାଟ ଜିଆଣ୍ଟସ, ଇଣ୍ଡିଆ କ୍ୟାପିଟାଲ୍ସ, ମନିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ ଭାବେ ୪ଟି ଦଳ ଭାଗ ନେବେ। ବିଶ୍ୱର ୯୦ ଜଣ ମହାନ କ୍ରିକେଟର ୬ଟି ଭେନ୍ୟୁରେ ୧୬ଟି ମ୍ୟାଚ୍‌ ଖେଳିବେ।

ସୂଚନାଯୋଗ୍ୟ, ରବି ଶାସ୍ତ୍ରୀଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅର ୧୧ ବର୍ଷର ରହିଥିଲା। ସେ ୧୯୮୧ ଫେବୃଆରୀ ମାସରେ େଓ୍ଵଲିଂଟନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ସେହିବର୍ଷ ନଭେମ୍ବରରେ ଅହମଦାବାଦରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିଥିଲେ। ଏହାଛଡା ଶାସ୍ତ୍ରୀ ଶେଷ ଟେଷ୍ଟ ମ୍ୟାଚ୍‌ ୧୯୯୨ରେ ଖେଳିଥିଲେ। ଶାସ୍ତ୍ରୀ ଟେଷ୍ଟରେ ୧୧ଟି ଶତକ, ୧୨ଟି ଅର୍ଦ୍ଧଶତକ ବଳରେ ୩୮୩୦ ରନ୍‌ କରିଥିବା ବେଳେ ୧୫୧ ଓ୍ଵିକେଟ ନେଇଛନ୍ତି। ଦିନିକଆରେ ୪ଟି ଶତକ, ୧୮ଟି ଅର୍ଦ୍ଧଶତକ ମାରି ୩୧୦୮ ରନ୍‌ କରିଛନ୍ତି। ଏହି ଫର୍ମାଟରେ ସେ ୧୨୯ଟି ଓ୍ଵିକେଟ ମଧ୍ୟ ନେଇଛନ୍ତି।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ। ଟି-୨୦ବିଶ୍ୱକପ ପାଇଁ ଟିମ୍‌ ଚୟନ ପରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍‌ ଘୋଷଣା ହୋଇଛି। ଏହି ସିରିଜ ପାଇଁ ବାଦ୍‌ ପଡିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ ଏବଂ ଭୁବନେଶ୍ୱର କୁମାର। ଉଭୟ ସିରିଜ୍‌ ଏବଂ ଟି-୨୦ ବିଶ୍ବକପ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବ ଭାରତ । ଅଷ୍ଟ୍ରେଲିଆ ଗସ୍ତରେ ଅର୍ଶଦୀପ ସିଂହଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଛି । ଦୁଇଟି ଯାକ ସିରିଜ ପାଇଁ ପନ୍ତ ଏବଂ କାର୍ତ୍ତିକ ଉଭୟଙ୍କୁ ସ୍ଥାନ ମିଳିଛି ।

Also Read : ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ଭେଙ୍କଟେଶଙ୍କ ବେକରେ ବାଜିଲା ବଲ୍‌, ପଡିଆରୁ ଆମ୍ବୁଲାନ୍ସ ଯୋଗେ ଗଲେ ହସପିଟାଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.