ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଭାରତ ଫେରିଲେ ରବିଚନ୍ଦ୍ରନ ଅଶ୍ବିନ, କରାଗଲା ଭବ୍ୟ ସ୍ବାଗତ
ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଭାରତକୁ ଫେରିଛନ୍ତି ରବିଚନ୍ଦ୍ରନ ଅଶ୍ବିନ । ଅଶ୍ବିନ ଭାରତ ଫେରିବା ପରେ ଚେନ୍ନାଇ ଏୟାରପୋର୍ଟରେ ଭବ୍ୟ ସ୍ବାଗତ କରାଯାଇଥିଲା । ଏୟାରପୋର୍ଟକୁ ଅଶ୍ବିନଙ୍କ ପତ୍ନୀ ଏବଂ ଦୁଇ ଝିଅ ଆସିଥିଲେ । ଯାହାର ଭିଡିଓ ସାମ୍ନାକୁ ଆସିଛି ।
ଅଶ୍ବିନ ବ୍ରିସବେନ ଟେଷ୍ଟ ପରେ ଭାରତ ପାଇଁ ଉଡାଣ ଭରିଥିଲେ । ଆଜି ସକାଳେ ଚେନ୍ନାଇ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କ ପତ୍ନୀ ଏବଂ ଦୁଇ ଝିଅ ସ୍ବାଗତ କରିଥିଲେ । ଅଶ୍ବିନଙ୍କୁ ସ୍ବାଗତ କରିବା ପାଇଁ ଘରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସୋସାଇଟିର ଲୋକ ଫୁଲମାଳ ଏବଂ ବାଜା ବଜାଇ ସ୍ବାଗତ କରିଥିଲେ । ଅଶ୍ବିନଙ୍କୁ ଦେଖି ତାଙ୍କ ମା’ ବହୁତ ଭାବବିହ୍ବଳ ହୋଇଥିଲେ ।
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ୟ ଟେଷ୍ଟ ମ୍ୟାଚ ବ୍ରିସବେନରେ ଖେଳାଯାଇଥିଲା । ଏହି ମ୍ୟାଚରେ ଲଗାତାର ବର୍ଷା ହେବାକୁ ଯୋଗୁଁ ମ୍ୟାଚ୍ ଡ୍ର ରଖାଯାଇଥିଲା । ମ୍ୟାଚ ସରିବା ପରେ ରବିଚନ୍ଦ୍ରନ ଅଶ୍ବିନ ହଠାତ୍ ରିଟାୟର ଘୋଷଣା କରିଥିଲେ । ଅଶ୍ବିନଙ୍କ ଘୋଷଣା ସମସ୍ତଙ୍କୁ ଚକିତ କରିଥିଲା ।
#WATCH | Tamil Nadu: People extend a warm welcome to cricketer Ravichandran Ashwin as he arrives at his residence in Chennai, a day after announcing his retirement from International Cricket. pic.twitter.com/rUt5BFX3rA
— ANI (@ANI) December 19, 2024
୩୮ ବର୍ଷୀୟ ଅଶ୍ବିନ ଭାରତ ପାଇଁ ସବୁଠାରୁ ଅଧିକ ୱିକେଟ ନେଇଥିବା ଦ୍ବିତୀୟ ବୋଲର । ତାଙ୍କ ନାମରେ ୫୩୭ ଟେଷ୍ଟ ୱିକେଟ ରହିଛି । ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସବୁଠାରୁ ଅଧିକ ୫ ଥର ୱିକେଟ ନେଇଥିବା ଭାରତୀୟ ବୋଲର । ସେ ସବୁଠାରୁ ଅଧିକ ପ୍ଲେୟାର ଅଫ ଦ ସିରିଜ ଆଓ୍ବାଡର୍ ନିଜ ନାମରେ କରିଛନ୍ତି । ଯାହା ମୁଥୈୟା ମୁରଲୀଧରନଙ୍କ ସହିତ ସମାନ । ସ୍ପିନର ଭାବେ ତାଙ୍କ ବୋଲିଂ ଷ୍ଟ୍ରାଇକ ରେଟ ୫୦.୭(୨୦୦+) ୱିକେଟ ରହିଛି ।
ତାମିଲନାଡୁର ସ୍ପିନର ନଭେମ୍ବର ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିଲ୍ଲୀରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ । ସେବେଠାରୁ ସେ ଟେଷ୍ଟ ଟିମ୍ ସହିତ ଖେଳୁଛନ୍ତି । ଅଶ୍ବିନ ୧୦୬ ଟେଷ୍ଟ ମ୍ୟାଚରେ ୨୪.୦୦ ପ୍ରତିଶତ ୫୩୭ ୱିକେଟ ନେଇଛନ୍ତି । ଅଶ୍ବିନ ୩୭ ଥର ୫ଟି ଓବିକେଟ ନେଇଛନ୍ତି । ୮ ଥର ୧୦ ୱିକେଟ ନେଇଛନ୍ତି । ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୭/୫୯ ରହିଛି । ଟେଷ୍ଟ ମ୍ୟାଚରେ ତାଙ୍କ ଟେଷ୍ଟ ପ୍ରଦର୍ଶନ ୧୩/୧୪୦ ରହିଛି ।