ରବିନ୍ଦ୍ର ଜାଡେଜାଙ୍କ ଉପରେ ଚଢ଼ିଲା ‘ପୁଷ୍ପା’ ଜ୍ୱର, ଓ୍ଵିକେଟ ନେବା ପରେ ମଇଦାନରେ ଦେଖାଇଲେ ଷ୍ଟାଇଲ୍

ଟିମ୍ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସୋସିଆଲ ମିଡିଆରେ ନିଜର ଲୁକ୍ସ ଏବଂ ଷ୍ଟାଇଲ କାରଣରୁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ ଖେଳରେ ନିଜର ଜବରଦସ୍ତ ପ୍ରଦର୍ଶନ ସହିତ ଆକ୍ଟିଙ୍ଗରେ ମଧ୍ୟ ସୌକିନ୍ ରଖିଥାନ୍ତି। ଆଉ ଏବେ ତାଙ୍କ ପାଖରେ ପୁଷ୍ପାର ଭୂତ ପଶିଯାଇଛି ଯାହା ଓଲ୍ହଇବାରେ ନାଁ ହିଁ ଧରୁନି। ଆଉ ତାଙ୍କର ଏହ କ୍ରେଜ୍ କ୍ରିକେଟ୍ ମଇଦାନରେ ଅର୍ଥାତ୍ ଶ୍ରୀଲଙ୍କା ବିପକ୍ଷରେ ସିରିଜ ପୂର୍ବରୁ ଟି୨୦ ମୁକାବିଲାରେ ଦେଖିବାକୁ ମିଳିଲା। କ୍ରିକେଟ୍ ମ୍ୟାଚ ସମୟରେ ଜାଡେଜା ଅଲ୍ଲୁ ଅର୍ଜୁନଙ୍କ ସିଗନେଚର ଷ୍ଟାଇଲକୁ କପି କରୁଥିବା ଦେଖିବାକୁ ମିଳିଛି।
View this post on Instagram
ସେ ପୁଷ୍ପାର ସିଗନେଚର ଷ୍ଟେପରେ ଦାଢ଼ିିରେ ହାତ ମାରୁଛନ୍ତି। ଏହି ସମୟରେ କମେଣ୍ଟ୍ରି କରୁଥିବା ଇରଫାନ୍ ପଠାନ୍ ‘ମେ ଝୁକେଙ୍ଗା ନହିଁ’ କହି ପିକଚରର ଡାଇଲଗକୁ ମଧ୍ୟ ପୂରା କରିଦେଲେ। ରବିନ୍ଦ୍ର ଜାଡେଜା ପ୍ରାୟ ଦେଢ଼ ମାସ ପରେ ଭାରତୀୟ ଟିମକୁ ଫେରିଛନ୍ତି। ସେ ଏହାପୂର୍ବରୁ ବି ଏହି ଫିଲ୍ମର ଡାଇଲଗରେ ଇନଷ୍ଟାଗ୍ରାମ ରିଲ ବନାଇ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି।
View this post on Instagram
୧୦ ଓଭରରେ ଜାଡେଜା ବୋଲିଂ କରୁଥିଲେ। ତାଙ୍କ ସାମ୍ନାରେ ଶ୍ରୀଲଙ୍କାର ବ୍ୟାଟନ୍ସମ୍ୟାନ ଦିନେଶ ଚାନ୍ଦିମଲ ଥିଲେ। ଓ୍ଵିକେଟ ମିଳିବାର ତୁରନ୍ତ ପରେ ଜାଡେଜା ପୁଷ୍ପା ଫିଲ୍ମର ବହୁ ଚର୍ଚ୍ଚିତ ଡାଇଲଗକୁ ନକଲ କରୁଥିବାର ଦେଖିବାକୁ ମିଳିଲା।
ଏହାସହ ପଢ଼ନ୍ତୁ : ଶେଷ ଥର ପାଇଁ ଝିଅକୁ କୋଳରେ ଧରି ପାରିଲେନି, ଅନ୍ତିମ ସଂସ୍କାରର ଦିନକ ପରେ ଫେରିଲେ ମଇଦାନକୁ ଆଉ କଲେ ଶତକ
View this post on Instagram