ଟି୨୦ ବିଶ୍ୱକପ ଖେଳିନଥିବାରୁ ଦୁଃଖ ପ୍ରକାଶ କଲେ ରବୀନ୍ଦ୍ର ଜାଡେଜା, କହିଲେ ‘କାସ୍‌ … ମୁଁ ସେଠି ଥାନ୍ତି’

ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କିଛିଦିନର ବିଶ୍ରାମ ପରେ ମଇଦାନକୁ ଫେରିଛନ୍ତି। ଗତ ୫ ମାସ ହେଲାଣି ଆଘାତଜନିତ ସମସ୍ୟା ଯୋଗୁଁ ମଇଦାନରୁ ଦୂରେଇ ଥିଲେ । ସେ ଶେଷ ଥର ପାଇଁ ଇଣ୍ଟରନ୍ୟାସନାଲ ମ୍ୟାଚ୍‌ ଏସିଆ କପ୍‌ ୨୦୨୨ରେ ହଂକଂ ବିପକ୍ଷରେ ଖେଳିଥିଲେ। ତେଣୁ ଆଘାତ ସମସ୍ୟା ପାଇଁ ଟି୨୦ ବିଶ୍ୱକପ ୨୦୨୨ରୁ ବାଦ୍‌ ପଡିଥିଲେ ଜାଡେଜା । ହେଲେ ଟି୨୦ ବିଶ୍ୱକପରୁ ବାଦ୍‌ ପଡି ବହୁତ ନିରାଶ ହୋଇଥିଲେ ଜାଡେଜା ।

ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ବାଙ୍ଗାଲୋର ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀରେ ୫ ମାସ ରହିଥିଲେ । ତାମିଲନାଡୁ ବିପକ୍ଷରେ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳି ମଇଦାନକୁ ଫେରିଛନ୍ତି। ଏହି ମ୍ୟାଚରେ ୭ ଓ୍ଵିକେଟ ନେଇଛନ୍ତି ଜାଡେଜା ।

ତେବେ ଅଷ୍ଟ୍ରେଲିଆ ବିପକ୍ଷ ୪ଟି ଟେଷ୍ଟ ମ୍ୟାଚ୍‌ ସିରିଜ ପାଇଁ ଟିମ୍‌କୁ ଫେରିଛନ୍ତି ଜାଡେଜା । ଏହି ସିରିଜ ଆସନ୍ତା ୯ ତାରିଖରୁ ନାଗପୁରରେ ଖେଳାଯିବ । ରବୀନ୍ଦ୍ର ଜାଡେଜା ବର୍ଡର ଗାଭାସ୍କର ଟ୍ରଫିରେ ଟିମରେ ସ୍ଥାନ ପାଇବେ ।

ଟିମକୁ ଫେରିବା ପରେ ରବୀନ୍ଦ୍ର ଜାଡେଜା କହିଛନ୍ତି, ରିହାବ, ଟ୍ରେନିଂ ଏବଂ ଅନ୍ୟ ସମସ୍ତ ଜିନିଷ ନିୟମିତ ରୂପେ କରିବା ଉଚିତ । ଟିଭିରେ ବିଶ୍ୱକପ ମ୍ୟାଚ୍‌ ଦେଖିଥିବା ବେଳେ ଭାବୁଥିଲି, ଆରେ… ମୁଁ ସେଠାରେ ଥାଆନ୍ତି କି ? ଆଉ ଏଭଳି ଚିନ୍ତା ଆପଣଙ୍କୁ ରିହାବ ଏବଂ ଟ୍ରେନିଂ ପୂରଣ କରିବା ପରେ ଖୁବଶୀଘ୍ର ପିଟନେସ ହାସଲ କରିବା ପାଇଁ ନିଶ୍ଚିତ ପ୍ରେରିତ କରିପାରିବେ ।

ତେବେ ଏନସିଏର ଫିଜିଓ ଏବଂ ଟ୍ରେନିଂ ପ୍ରଶିକ୍ଷକ ମୋ ଆଣ୍ଠୁକୁ ସୁସ୍ଥ କରିବାରେ କଠିନ ପରିଶ୍ରମ କରିଥିଲେ । ବହୁତ ସମୟ ଦେଇଥିଲେ । ରବିବାର ଏନସିଏ ଛୁଟି ଥିଲେ ମଧ୍ୟ ମୋ ପାଇଁ ବିଶେଷ ଭାବେ ଦେଖାଶୁଣା କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.