ଗୋଟେ ଓଭର ଦୁଇଟି ଜବରଦସ୍ତ କ୍ୟାଚ୍‌ ଧରି ଇଂଲଣ୍ଡ ଖେଳାଳିଙ୍କ ମନୋବଳ ଭାଙ୍ଗିଥିଲେ ରବିନ୍ଦ୍ର ଜାଡେଜା, ଦେଖନ୍ତୁ ଭିଡିଓ

ଟିମ୍‌ ଇଣ୍ଡିଆର ସୁପରଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଜବରଦସ୍ତ ବୋଲିଂ ଏବଂ ବ୍ୟାଟିଂ ପାଇଁ ବେଶ୍‌ ଲୋକପ୍ରିୟ। ହାରୁଥିବା ମ୍ୟାଚକୁ ଜିତିବାର ସକ୍ଷମ ରଖନ୍ତୁ ଜାଡେଜା। ତାଙ୍କ ଫିଲ୍ଡିଂ ବିଶ୍ୱ କ୍ରିକେଟରେ ମଧ୍ୟ ବେଶ୍‌ ପରିଚିତ। ପଡିଆରେ ତାଙ୍କ ଫୂର୍ତ୍ତି ଦେଖି ସମସ୍ତେ ଚକିତ ହୁଅନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚରେ ଜାଡେଜା ଗୋଟିଏ ସଭରରେ ଦୁଇଟି ଜବରଦସ୍ତ କ୍ୟାଚ ଧରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଯାହା ଫଳରେ ଇଂଲଣ୍ଡ ଟିମ୍‌ ପରାଜୟର ସାମ୍ନା କରିଥିଲା।

ମାଞ୍ଚେଷ୍ଟରରେ ଚାଲିଥିବା ୩ୟ ଦିନିକିଆ ମ୍ୟାଚରେ ଟସ୍‌ ଜିତି ଫିଲ୍ଡି ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ। ଟିମ୍‌ ଇଣ୍ଡିଆ ବୋଲିଂ କରୁଥିବା ବେଳେ ୩୭ ଓଭରର ବୋଲିଂ ହାର୍ଦ୍ଦିକ ପାଣ୍ଡ୍ୟା କରିଥିଲେ। ଏହି ଓଭରରେ ଇଂଲଣ୍ଡ ବ୍ୟାଟସମ୍ୟାନ ଲିୟାମ ଲିଭିଂଷ୍ଟୋନ ଏକ ବଡ ଷ୍ଟ୍ରୋକ ମାରିଥିଲେ। ଡିପ ସ୍କୋୟୋର ଲେଗରେ ଫିଲିଡିଂ କରୁଥିବା ଜାଡେଜା ଡେଇଁ ବଲ୍‌କୁ ଧରିଥିଲେ। କ୍ୟାଚ ଧରି ପଡିବା ବେଳେ ଜାଡେଜା ଅନିୟନ୍ତ୍ରିତ ହୋଇଥିଲେ କିନ୍ତୁ ବାଉଣ୍ଡ୍ରି ଲାଇନ ଭିତରେ ରହିଛି। ଜାଡେଜାଙ୍କ ଏହି କ୍ୟାଚ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦେଖନ୍ତୁ ଭିଡିଓ :

ସେହି ଓଭରରେ ଇଂଲଣ୍ଡର ଖେଳାଳି ଜୋସ ବଟଲର ଏକ ପୁଲ୍‌ ସର୍ଟ ଖେଳିଥିଲେ। କିନ୍ତୁ ରବିନ୍ଦ୍ର ଜାଡେଜା ଏହାକୁ କ୍ୟାଚ୍‌ ଧରି ବଟଲରଙ୍କୁ ପ୍ୟାଭିଲିଅନ ପଠାଇଥିଲେ। ଏହି ମ୍ୟାଚରେ ବଟଲର ୬୦ ରନ୍‌ କରିଥିଲେ। କେବଳ ଫିଲ୍ଡିଂ ନୁହେଁ ବୋଲିଂରେ ମଧ୍ୟ କମାଲ କରିଥିଲେ। ଜାଡେଜା ୪ ଓଭରରେ ୨୧ ଦେଇ ଗୋଟିଏ ଓ୍ଵିକେଟ ନେଇଥିଲେ। ୭ ରନ୍‌ କରି ଅପରାଜିତ ରହିଥିଲେ ଜାଡେଜା।

ଏହି ମ୍ୟାଚରେ ଟିମ୍‌ ଇଣ୍ଡିଆକୁ ୨୬୦ ରନ୍‌ର ଟାର୍ଗେଟ ଦେଇଥିଲା ଇଂଲଣ୍ଡ। ଷ୍ଟାର ଓ୍ଵିକେଟକିପର ରିଷଭ ପନ୍ତ ୧୨୫ ରନ୍‌ କରିଥିଲେ। ଏହାଛଡା ହାର୍ଦ୍ଦିକ ପାଣ୍ଡ୍ୟା ୭୧ ରନ୍‌ କରିଥିଲେ। ପାଣ୍ଡ୍ୟା ୭ ଓଭର ବୋଲିଂ କରି ୨୪ ରନ୍‌ ଦେଇ ୪ଟି ଓ୍ଵିକେଟ ନେଇଥିଲେ। ଟିମ୍‌ ଇଣ୍ଡିଆ ଏହି ମ୍ୟାଚକୁ ୫ ଓ୍ଵିକେଟ ଥାଇ ଜିତି ନେଇଥିଲା। ଫଳରେ ସିରିଜ ଉପରେ କବଜା କରିଥିଲା ଟିମ୍‌ ଇଣ୍ଡିଆ।

Leave A Reply

Your email address will not be published.