ସନ୍ଦେହଜନକ ବୋଲିଂ ପାଇଁ ରାୟୁଡୁ ନିଲମ୍ବିତ ହେଲେ

ଦୁବାଇ : ସନ୍ଦେହଜନକ ବୋଲିଂ ଆକସନ୍‌ ପାଇଁ ଭାରତୀୟ କ୍ରିକେଟର୍‌ ଅମ୍ବାତି ରାୟୁଡୁ ନିଲମ୍ବିତ । ଅବଶ୍ୟ ଆଇସିସି ତାଙ୍କୁ ୧୪ ଦିନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବୋଲିଂ କରି ପାରିବେ ନାହିଁ ବୋଲି କହିଛି । ତେବେ ସେ ବ୍ୟାଟିଂ କରିବାରେ କିଛି ଅସୁବିଧା ନାହିଁ ।
ସେ ଜଣେ ନିୟମିତ ବୋଲର୍‌ ନୁହନ୍ତି । ଗତ ୧୩ ତାରିଖ ଦିନ ଅଷ୍ଟ୍ରେଲିଆ ସହ ପ୍ରଥମ ଦିନିକିଆରେ ରାୟୁଡୁ ବୋଲିଂ କରି ଫସି ଯାଇଛନ୍ତି । ଏପଟେ ଆଜି ରାୟୁଡୁ ନ୍ୟୁଜିଲାଣ୍ଡ ସହ ଖେଳୁଛନ୍ତି । ଏହି ୧୪ ଦିନ ଭିତରେ ତାଙ୍କୁ ନିଜ ବୋଲିଂ ଆକସନ୍‌ରେ ଥିବା ତ୍ରୁଟି ସୁଧାରି ରିପୋର୍ଟ ଦେବାକୁ ପଡ଼ିବ । ଅବଶ୍ୟ ଏହି ସମୟ ମଧ୍ୟରେ ସେ ଘରୋଇ କ୍ରିକେଟ୍‌ରେ ବୋଲି କରି ପାରିବେ ବୋଲି ଆଇସିସି ତରଫରୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.