ଗୁଜରାଟ ବିରୋଧରେ RCBର ସହଜ ବିଜୟ, ମାତ୍ର ୨ ଓ୍ଵିକେଟ ହରାଇ ମ୍ୟାଚ ଜିତିଲା ବେଙ୍ଗାଲୁରୁ

କେନ୍ୟୁଜ୍(ବ୍ୟୁରୋ): ଗୁଜରାଟ ବିରୋଧରେ RCBର ସହଜ ବିଜୟ । ମାତ୍ର ୨ ଓ୍ଵିକେଟ ହରାଇ ମ୍ୟାଚ ଜିତିଲା ଦଳ । ବିରାଟ କୋହଲିଙ୍କ ଜବରଦସ୍ତ ପ୍ରଦର୍ଶନ । ଗୁଜରାଟ ଟାଇଟନ୍ସର ୧୬୯ ରନର ଟାର୍ଗେଟକୁ ସହଜରେ ପୂରା କଲା ରୟାଲ ଚାଲେଞ୍ଜର୍ସ । ୧୮.୪ ଓଭରରେ ମାତ୍ର ୨ ଓ୍ଵିକେଟ ହରାଇ ୧୭୦ ରନ କରି ମ୍ୟାଚ ଜିତିଲା ବେଙ୍ଗାଲୁରୁ ।

ମ୍ୟାଚର ହିରୋ ସାଜିଥିଲେ ବିରାଟ କୋହଲି । ମୋଟ ୫୪ ବଲରେ ୭୪ ରନ କରିଥିଲେ କୋହଲି । ଫାପ୍‌ ଡୁପ୍ଲେସିସ୍‌ ୪୦ ରନ କରି ନଟଆଉଟ ରହି ଟିମକୁ ଜିତାଇଛନ୍ତି । ନିଜର ଶେଷ ଲିଗ୍‌ ମ୍ୟାଚର ବିଜୟ ସହ ବେଙ୍ଗାଲୁରୁ ୧୪ ମ୍ୟାଚରେ ୧୬ ପଏଣ୍ଟ ସହ ଚତୁର୍ଥ ସ୍ଥାନକୁ ଉଠିଛି । ଏହାସହ ପ୍ଲେ ଅଫ ଆଶା ଉଜ୍ଜିବୀତ ହୋଇଛି । ଦିଲ୍ଲୀ-ମୁମ୍ବାଇ ମ୍ୟାଚର ଫଳାଫଳ ଉପରେ ବେଙ୍ଗଲେରୁ ପ୍ଲେ ଅଫ ଖେଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.