ବାପାଙ୍କ ଅନ୍ତିମ ସଂସ୍କାର ପରେ ଟିମକୁ ଫେରିଲେ ରିଙ୍କୁ, ଭାରତ ପାଇଁ ଆଗାମୀ ମ୍ୟାଚ୍ ବେଶ ଗୁରୁତ୍ବପୂର୍ଣ୍ଣ

ଭାରତ ପାଇଁ ଆଗାମୀ ବିଶ୍ବକପ ମ୍ୟାଚରେ କର ବା ମର ସ୍ଥିତି । ଆଉ ଏଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ପାଇଁ ରିଙ୍କୁ ନିଜ ଦୁଃଖୁ ପଛରେ ପକାଇ ଦେଇଛନ୍ତି । ଦେଶ ପାଇଁ ନିଜର ଦୁଃଖକୁ ସାଇଡ୍ କରି ଆଗେଇ ଆସିଛନ୍ତି । ଭାରତୀୟ କ୍ରିକେଟ ଦଳର ଷ୍ଟାର ରିଙ୍କୁ ସିଂହ ଏବେ ଜୀବନର ସବୁଠୁ ଦୁଃଖ ସମୟ ଦେଇ ଗତି କରୁଛନ୍ତି । ରିଙ୍କୁ ତାଙ୍କ ପିତାଙ୍କ ହରାଇଛନ୍ତି । ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ଜିମ୍ବାୱେ ମ୍ୟାଚର ମାତ୍ର କିଛି ଘଣ୍ଟା ପରେ ରିଙ୍କୁଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ଏଭଳି ଦୁଃଖ ସମୟରେ ମଧ୍ୟ ରିଙ୍କୁ ସାହସ ଦେଖାଇ ପୁଣିଥରେ ଟିମ୍ ସହିତ ଯୋଗ ଦେଇଛନ୍ତି । ତାଙ୍କ ପିତାଙ୍କ ଶେଷକୃତ୍ୟ କରିବା ପରେ ରିଙ୍କୁ ପୁଣି ଥରେ ଟିମ୍ ଇଣ୍ଡିଆରେ ଯୋଗ ଦେବେ ବୋଲି ଖବର ମିଳୁଛି ।

ରିଙ୍କୁ ୨୮ ଫେବୃଆରୀ ଶନିବାର କୋଲକାତାରେ ଟିମ୍ ଇଣ୍ଡିଆରେ ଯୋଗ ଦେବେ । ଯେଉଁଠାରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ସହିତ ମୁକାବିଲା କରିବ । ଏହି ମ୍ୟାଚ୍ ୧ ମାର୍ଚ୍ଚରେ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯିବ ଏବଂ ବିଜୟୀ ଦଳ ସେମିଫାଇନାଲକୁ ଯିବ । ଟିମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରିଙ୍କୁ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ରିଙ୍କୁଙ୍କ ବାପା ଖାନଚାନ୍ଦ ସିଂହଙ୍କ ଶୁକ୍ରବାର ଫେବୃଆରୀ ୨୭ ସକାଳେ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ସେ କିଛି ଦିନ ଧରି ଷ୍ଟେଜ୍-୪ ଲିଭର କ୍ୟାନସର ସହିତ ଲଢ଼ୁଥିଲେ । ମୃତ୍ୟୁ ପୂର୍ବରୁ ରିଙ୍କୁ ତାଙ୍କ ବାପାଙ୍କୁ ଭେଟିବା ପାଇଁ ଟୁର୍ଣାମେଣ୍ଟର ମଝିରେ ତାଙ୍କ ବାପାଙ୍କୁ ଭେଟିଥିଲେ ।

Also Read : ସେମିଫାଇନାଲ୍ ଦୌଡ଼ରେ ପାକିସ୍ତାନ, ଶ୍ରୀଲଙ୍କା ବିପକ୍ଷରେ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ