କ୍ରୀଡା

ରିଷଭ ପନ୍ତ ହେଲେ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର; ଟ୍ଵିଟ୍‌ କରି କହିଲେ, ‘ବହୁତ ଖୁସି ଲାଗୁଛି, ଖେଳକୁ ଆଗକୁ ବଢ଼ାଇବି’…

ଭାରତୀୟ କ୍ରିକେଟ୍ ଦଳର ୱିକେଟକିପର ତଥା ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ରବିବାର ଏହା ଘୋଷଣା କରିଛନ୍ତି। ସିଏମ୍ ଧାମୀ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସୂଚନାଥାଉ କି, ଗତ ଏକ ବର୍ଷ ମଧ୍ୟରେ ପନ୍ତ ଟିମ୍ ଇଣ୍ଡିଆ ପାଇଁ ତିନୋଟି ଫର୍ମାଟରେ ଏକ ନମ୍ବର ୱିକେଟକିପର ଭାବରେ ନିଜର ଜାଗା ସୃଷ୍ଟି କରିଛନ୍ତି। ସିଏମ୍ ଲେଖିଛନ୍ତି, ‘ଭାରତର ଶ୍ରେଷ୍ଠ କ୍ରିକେଟ୍ ଖେଳାଳିଙ୍କ ମଧ୍ୟରୁ ଜଣେ, ଯୁବକମାନଙ୍କ ଆଦର୍ଶ ଏବଂ ଉତ୍ତରାଖଣ୍ଡର ଲାଲ ଶ୍ରୀ ରିଷଭ ପନ୍ତଙ୍କୁ ଆମ ସରକାର ରାଜ୍ୟର ଯୁବଗୋଷ୍ଠୀଙ୍କୁ କ୍ରୀଡ଼ା ତଥା ଜନସ୍ୱାସ୍ଥ୍ୟ ପ୍ରତି ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ‘ଷ୍ଟେଟ୍ ବ୍ରାଣ୍ଡ ଆମ୍ବାସାଡର’ ନିଯୁକ୍ତ କରିଛନ୍ତି’।

କୃତଜ୍ଞତା ଜଣାଇଲେ ପନ୍ତ

ପନ୍ତ ଟ୍ଵିଟ୍‌ କରି କହିଛନ୍ତି, ‘ପୁଷ୍କର ସିଂ ଧାମୀ ସାର୍, ଉତ୍ତରାଖଣ୍ଡର ଲୋକଙ୍କ ମଧ୍ୟରେ କ୍ରୀଡା ଏବଂ ସ୍ୱାସ୍ଥ୍ୟର ପ୍ରଚାର ପାଇଁ ମୋତେ ଏଠାକାର ବ୍ରାଣ୍ଡ ଆମ୍ବାସାଡର କରି ଥିବାରୁ ଧନ୍ୟବାଦ। ଲୋକଙ୍କ ମଧ୍ୟରେ ଏହି ବାର୍ତ୍ତା ଦେବାକୁ ମୁଁ ଚେଷ୍ଟା କରିବି ଏବଂ ମୋତେ ବହୁତ ଖୁସି ଲାଗୁଛି କି, ଆପଣ ଦେଶକୁ ଫିଟ୍ ରଖିବା ପାଇଁ ଏଭଳି ପଦକ୍ଷେପ ନେଉଛନ୍ତି। ରୁର୍‌କିର ଏକ ଛୋଟ ସହରରୁ ଆସିବା ପରେ ମୋର ବିଶ୍ୱାସ ଅଛି କି, ଏଠାକାର ଲୋକଙ୍କ ଭିତରେ ଅନେକ କ୍ଷେତ୍ରରେ ଦେଶକୁ ଗର୍ବିତ ଅନୁଭବ କରେଇବାର କ୍ଷମତା ରହିଛି’।

ଉତ୍ତରାଖଣ୍ଡ ସହିତ ପନ୍ତଙ୍କର ରହିଛି ବିଶେଷ ସମ୍ପର୍କ

କହି ରଖୁଛୁ, ରିଷଭ ପନ୍ତ ଏମିତିରେ ଘରୋଇ କ୍ରିକେଟରେ ଦିଲ୍ଲୀ ପାଇଁ ଖେଳନ୍ତି, କିନ୍ତୁ ସେ ମୂଳତଃ ଉତ୍ତରାଖଣ୍ଡରେ ରୁହନ୍ତି। ସେ ରୁର୍‌କିର ବାସିନ୍ଦା। ସେ ଦିଲ୍ଲୀରେ କ୍ରିକେଟ୍ କୋଚିଂ ନେଇଥିଲେ। ଏହାପରେ ଏଠାକାର ରଣଜୀ ଦଳରୁ କ୍ରିକେଟ୍ କ୍ୟାରିୟରକୁ ଆଗକୁ ବଢ଼ାଇ ଥିଲେ। ରିଷଭ ଟିମ୍ ଇଣ୍ଡିଆ ତରଫରୁ ଏ ପର୍ଯ୍ୟନ୍ତ ୨୫ ଟେଷ୍ଟ ମ୍ୟାଚ୍ ଖେଳି ସାରିଲେଣି, ଯେଉଁଥିରେ ସେ ୪୨ ଇନିଂସରେ ୧୫୪୯ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟରେ ସେ ଟେଷ୍ଟରେ ୩ ଶତକ ଏବଂ ୭ ଅର୍ଦ୍ଧଶତକ ହାସଲ କରିଛନ୍ତି। ବର୍ତ୍ତମାନ ପନ୍ତ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି, ଏହି ମ୍ୟାଚ୍‌ ଡିସେମ୍ବର ୨୬ରୁ ଆରମ୍ଭ ହେବ।

Roshni

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

5 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

13 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

29 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago