ରିଷଭ ପନ୍ତଙ୍କ ନୂଆ ଅବତାର, ଓ୍ଵିକେଟ କିପିଂ ଛାଡି କଲେ ଏଭଳି କାମ

ଭାରତୀୟ ଟିମର ଷ୍ଟାର ଓ୍ଵିକେଟ କିପର ରିଷଭ ପନ୍ତଙ୍କ ନୂଆ ଅବତାର ଦେଖିବାକୁ ମିଳିଛି । କିପିଂ, ବ୍ୟାଟିଂ ପରେ ବୋଲିଂରେ କମାଲ କରିଛନ୍ତି ରିଷଭ । ଦିଲ୍ଲୀ ପ୍ରିମିୟର ଲିଗରେ ପୁରୁଣା ଦିଲ୍ଲୀ ୬ ପାଇଁ ଅଧିନାୟକ ଦାୟିତ୍ୱ ରହିଛନ୍ତି ରିଷଭ । ଟିମ୍ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିଲେ ମଧ୍ୟ ରିଷଭ ପନ୍ତ ୱିକେଟକିପଂ ଛାଡ଼ି ବୋଲିଂ କରୁଥିବାର ଦେଖାଯାଇଛି । ଦୁର୍ଘଟଣା ପରେ ଜବରଦସ୍ତ କମବ୍ୟାଙ୍କ କରିଛନ୍ତି ରିଷଭ ।
ପ୍ରଥମ ଟି୨୦ ବିଶ୍ୱକପରେ କମାଲ କରିବା ପରେ ଏବେ ଡିପିଏଲ ଟି-୨୦ ଟୁର୍ଣ୍ଣାମେଣ୍ଟରେ ପୁରୁଣା ଦିଲ୍ଲୀ-୬ ଦଳର ନେତୃତ୍ୱ ନେଇଛନ୍ତି ରିଷଭ ପନ୍ତ। କିନ୍ତୁ ଏହି ମ୍ୟାଚରେ ୱିକେଟ କିପର ଭାବେ ନୁହେଁ ବୋଲର ଭାବେ ନଜର ଆସିଛନ୍ତି । ରିଷଭ ମ୍ୟାଚରେ ଇନିଂସର ଶେଷ ଓଭର ବୋଲିଂ କରୁଥିବାର ଦେଖାଯାଇଛି । ଭାରତୀୟ ଟିମ ପାଇଁ କେବେ ବୋଲିଂ କରିନାହାନ୍ତି ରିଷଭ, କିନ୍ତୁ ଆହତ ସମସ୍ୟାରୁ ଫେରିବା ପରେ ଏହି ଘରୋଇ ଟୁର୍ଣ୍ଣାମେଣ୍ଟରେ ସେ ବୋଲିଂ କରିଛନ୍ତି । ଏହା ଦେଖି ତାଙ୍କ ଫ୍ୟାନ୍ସମାନେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ।
@twitfrenzy_ pic.twitter.com/tHXHlexN6y
— KL QUEEDA (@indianspirit070) August 17, 2024
ଶେଷ ଓଭରରେ ସାଉଥ୍ ଦିଲ୍ଲୀ ସୁପରଷ୍ଟାର୍ସକୁ ମାତ୍ର ୧ ରନ୍ ବାକି ଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ଅଧିନାୟକ ରିଷଭ ପନ୍ତ । ତେବେ ଏହି ଓଭରର ପ୍ରଥମ ବଲ୍ ଫୁଲ୍ ଟସ୍ ପକାଇଥିଲେ ରିଷଭ । ତେବେ ଏହି ବଲରେ ସାଉଥ୍ ଦିଲ୍ଲୀ ସୁପରଷ୍ଟାର୍ସର ବ୍ୟାଟର ୧ ରନ୍ ନେଇ ମ୍ୟାଚରେ ବିଜୟ ହାସଲ କରିଛନ୍ତି ।
ଏହି ମ୍ୟାଚରେ ରିଷଭ ୩୨ ବଳ ଖେଳି ୩୫ ରନ୍ କରିଥିଲେ । ମ୍ୟାଚରେ ଦିଲ୍ଲୀ ୬ ଟିମ ୨୦ ଓଭରରେ ୩ ଓ୍ଵିକେଟ ହରାଇ ୧୯୭ ରନ୍ କରିଥିଲା । ଏହାର ଜବାବରେ ସାଉଥ ଦିଲ୍ଲୀ ସୁପରଷ୍ଟାର୍ସ ଟିମ୍ ୧୯.୧ ଓଭରରେ ୭ ଓ୍ଵିକେଟ ହରାଇ ବିଜୟ ହାସଲ କରିନେଇଥିଲା ।
ରିଷଭ ପନ୍ତ ୩୦ ଡିସେମ୍ବର ୨୦୨୨ରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁଡକୀ ଯାଉଥିଲେ । ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଡାହାଣ ଗୋଡ ଆଣ୍ଠୁର ଲିଗାମେଣ୍ଟ ଭାଙ୍ଗିଯାଇଥିଲା । ଡାହାଣ ହାତ କହୁଣୀ, ପାପୁଲି ଏବଂ ଆଙ୍ଗୁଠିରେ ଆଘାତ ଲାଗିଥିଲା । ପିଠିରେ ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଥିଲା । ତେବେ ଉତ୍ତରାଖଣ୍ଡର ମ୍ୟାକ୍ସ ହସ୍ପିଟାଲରେ ପନ୍ତଙ୍କ ପ୍ଲାଷ୍ଟିକ ସର୍ଜରୀ ସଫଳତାର ଶେଷ ହୋଇଥିଲା । ହରିୟାଣା ରୋଡେଓ୍ଵଜର ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ପନ୍ତଙ୍କ କାର ଜଳିପୋଡି ପାଉଁଶ ହୋଇଯାଇଥିଲା ।