କ୍ରୀଡା

ଜୀବନ ବଞ୍ଚାଇଥିବା ଦୁଇ ଯୁବକଙ୍କ ପାଇଁ ଭାବବିହ୍ଵଳ ପୋଷ୍ଟ କଲେ ରିଷଭ ପନ୍ତ, ‘ତୁମ ପାଖରେ ସବୁବେଳେ ଋଣୀ ରହିବି’

ଟିମ୍‌ ଇଣ୍ଡିଆର ଷ୍ଟାର ଓ୍ଵିକେଟ କିପର ରିଷଭ ପନ୍ତ ଏବେ ମୁମ୍ବାଇର କୋକିଲାବେନ ହସପିଟାଲାରେ ଚିକିତ୍ସିତ ହେଉଛନ୍ତି । ରିଷଭଙ୍କ ଡାହାଣ ଗୋଡ ଲିଗାମେଣ୍ଟର ସଫଳ ସର୍ଜରୀ ହୋଇସାରିଛି । ଦୁର୍ଘଟଣା ପରେ ରିଷଭ ଟ୍ଵିଟ୍‌ କରି ସାଥି ଖେଳାଳି, ଡାକ୍ତର ଏବଂ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ପରେ ରିଷଭ ନିଜ ଜୀବନ ବଞ୍ଚାଇଥିବା ଦୁଇ ଯୁବକଙ୍କୁ ମଧ୍ୟ ଧନ୍ୟ ଦେଇଛନ୍ତି ।

ପନ୍ତ ଟ୍ଵିଟ୍‌ କରି କହିଛନ୍ତି ‘ ହୁଏତ ମୁଁ ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜଣାଇପାରିବି ନାହିଁ କିନ୍ତୁ ମୋତେ ଏହି ଦୁଇ ହିରୋଙ୍କ ବିଷୟରେ ଜାଣିବାର ରହିଛି । ଯେଉଁମାନେ ଦୁର୍ଘଟଣାରେ ମୋ ଜୀବନ ବଞ୍ଚାଇବା ସହିତ ଡାକ୍ତରଖାନାରେ କେମିତି ପହଞ୍ଚିବି ତା’ର ବନ୍ଦୋବସ୍ତ ମଧ୍ୟ କରିଥିଲେ । ରଜତ କୁମାର ଏବଂ ନିଶୁ କୁମାର ଧନ୍ୟବାଦ… ମୁଁ ସବୁବେଳେ ତୁମର ଋଣୀ ରହିବି । ଡାକ୍ତରଖାନା ଭିତରୁ ନିଜ ମା’ଙ୍କ ସହ ଦୁଇ ଯୁବକଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି ରିଷଭ ପନ୍ତ ।

ରିଷଭ ଆହୁରି ଲେଖିଛନ୍ତି, ‘ମୁଁ ପାଇଥିବା ସମର୍ଥନ ଏବଂ ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୋର ଅସ୍ତ୍ରୋପଚାର ସଫଳ ହୋଇଛି ବୋଲି ମୁଁ ଆପଣଙ୍କୁ ଜଣାଇ ବହୁତ ଖୁସି। ଏଥିପାଇଁ ମୁଁ ବିସିସିଆଇ, ଜୟ ଶାହ ଏବଂ ସରକାରୀ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଉଛି।

ତେବେ ରିଷଭଙ୍କ ଲିଗାମେଣ୍ଟ ସର୍ଜରୀ ପରେ ରିଷଭଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଛି । ରିଷଭ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ କିଛି ସମୟ ଠିଆ ହୋଇଥିଲେ । ତେବେ ରିଷଭ ହସପିଟାଲରେ ଆଉ ପାଖାପାଖି ୧ ସପ୍ତାହ ହସପିଟାଲରେ ରହିବେ । ରିଷଭ ଆଇପିଏଲ୍ ଏବଂ ଏସିଆ କପ୍ ସହିତ ଦିନିକିଆ ବିଶ୍ୱକପରୁ ମଧ୍ୟ ବାଦ୍ ପଡିପାରନ୍ତି। ତେବେ ରିଷଭ ବିଶ୍ୱକପ୍ ପର୍ଯ୍ୟନ୍ତ ଫିଟ୍ ହେବା ଅସମ୍ଭବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ।

ସୂଚନାଯୋଗ୍ୟ, ରିଷଭ ପନ୍ତ ୩୦ ଡିସେମ୍ବରରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁଡକୀ ଯାଉଥିଲେ। ଡେରାଡୁନରେ ଏକ ଡିଭାଇଡରରେ ପିଟି ହୋଇଥିଲେ। ତେବେ ବଡ଼ ଅଘଟଣ ପୂର୍ବରୁ ପନ୍ତ କାରର କାଚ ଭାଙ୍ଗି ଏହା ମଧ୍ୟରୁ ଡେଇଁ ପଡ଼ିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ରିଷଭ କିନ୍ତୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଡାହାଣ ଗୋଡ ଆଣ୍ଠୁର ଲିଗାମେଣ୍ଟ ଭାଙ୍ଗିଯାଇଥିଲା। ଡାହାଣ ହାତ କହୁଣୀ, ପାପୁଲି ଏବଂ ଆଙ୍ଗୁଠିରେ ଆଘାତ ଲାଗିଥିଲା। ପିଠିରେ ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ତେବେ ଉତ୍ତରାଖଣ୍ଡର ମ୍ୟାକ୍ସ ହସ୍ପିଟାଲରେ ପନ୍ତଙ୍କ ପ୍ଲାଷ୍ଟିକ ସର୍ଜରୀ ସଫଳତାର ଶେଷ ହୋଇଥିଲା।। ହରିୟାଣା ରୋଡେଓ୍ଵଜର ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ପନ୍ତଙ୍କ କାର ଜଳିପୋଡି ପାଉଁଶ ହୋଇଯାଇଥିଲା ।

Swagatika

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

7 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

33 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

42 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago