ଇନଷ୍ଟାଗ୍ରାମ ଲାଇଭ୍‌ରେ ଆସିଲେ ପନ୍ତ- ରୋହିତ- ସୂର୍ଯ୍ୟକୁମାର ଏବଂ ଚହଲ, ପନ୍ତ କହିଲେ ‘ମାହି ଭାଇଙ୍କୁ ଟିକେ ରଖ’

ଟିମ୍ ଇଣ୍ଡିଆର ୱିକେଟ୍ କିପର ଏବଂ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ମଙ୍ଗଳବାର ଦିନ ଇନଷ୍ଟାଗ୍ରାମରେ ଏକ ଧମାଲ କରିଛନ୍ତି। ରିଷଭ ତାଙ୍କ ଇନଷ୍ଟାଗ୍ରାମରେ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାରଙ୍କ ସମେତ ଅନେକ ଷ୍ଟାର କ୍ରିକେଟ୍ରଙ୍କ ସହ ମିଶି ଲାଇଭ୍ କରିଥିଲେ। କେବଳ ଏତିକି ନୁହେଁ ମହେନ୍ଦ୍ର ସିଂ ଧୋନିଙ୍କୁ ମଧ୍ୟ ଏହି ଲାଇଭରେ ଦେଖିବାକୁ ମିଳିଥିଲା। କିନ୍ତୁ ଧୋନି ଖୁବଶୀଘ୍ର ପତ୍ନୀ ସାକ୍ଷୀଙ୍କଠାରୁ ଫୋନ୍ ଛଡ଼ାଇ ନେଇ ଲାଇଭ୍ ବନ୍ଦ କରି ଦେଇଥିଲେ। ଏହି ସମୟରେ ପନ୍ତ କହିଛନ୍ତି ଯେ, ମାହି ଭାଇଙ୍କୁ କିଛି ସମୟ ଲାଇଭରେ ରଖ ।

ରିଷଭ ପନ୍ତ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କ ଧମାକେଦାର ମସ୍ତି କରୁଥିବାର ନଜର ଆସିଥିଲେ ଏବଂ ପରେ ଲାଇଭରେ ବହୁତ ପ୍ରଶଂସକ ସାମିଲ୍ ହୋଇଥିଲେ । ଏହି ସମୟରେ ପନ୍ତଙ୍କ ସହିତ ଧୋନିଙ୍କ ପତ୍ନୀ ସାକ୍ଷୀ ମଧ୍ୟ ଧୋନିଙ୍କୁ ଲାଇଭରେ ଯୋଡିଥିଲେ। ଯିଏ ପ୍ରଥମେ ନମସ୍କାର କରିଥିଲେ ଏବଂ ପରେ ଧୋନିଙ୍କୁ ପାଖକୁ ଡାକିଥିଲେ। ଧୋନି ମଧ୍ୟ ନମସ୍କାର କହିଲେ, କିନ୍ତୁ ପନ୍ତ ଯେମିତି କହିଛନ୍ତି କି ମାହି ଭାଇ, ତୁମେ କେମିତି ଅଛ? ଭାଇଙ୍କୁ କିଛି ସମୟ ଲାଇଭରେ ରଖ, ଏହା’ପରେ ଧୋନି ସାକ୍ଷୀଙ୍କଠାରୁ ଫୋନ୍ ଛଡ଼ାଇ ନେଲେ ଶେଷରେ ବନ୍ଦ ହୋଇଗଲା।

ଇନଷ୍ଟାଗ୍ରାମରେ କିଛି ସେକେଣ୍ଡ ପାଇଁ ଲାଇଭ୍ ଦେଖାଯାଇଥିବା ଧୋନି ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ ହୋଇଥିଲା। ଧୋନିଙ୍କ ଏହି ଭିଡିଓ ଚେନ୍ନାଇ ସୁପର କିଙ୍ଗ୍ସ ତଥା CSK ସେମାନଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏହି ଭିଡିଓକୁ କୋଲକତା ନାଇଟ ରାଇଡର୍ସ ପକ୍ଷରୁ ମଧ୍ୟ ସେୟାର କରାଯାଇଛି। ରିଷଭ ପନ୍ତ ଲାଇଭ କରିବା ସମୟରେ ବର୍ଷା ହେଉଥିଲା। ଲାଇଭରେ ରୋହିତ ଶର୍ମା ଏବଂ ସୂର୍ଯ୍ୟ କୁମାର ଯାଦବ ମିଶି ଚହଲଙ୍କ ଗୋଡ ଟାଣିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.